ନୀଳଗିରି ପୋଲିସର ଚଢ଼ାଉ, ଗୋରୁ ବୋଝେଇ ପିକ୍ଅପ୍ ଗାଡି ଜବତ
ନୀଳଗିରି ୨୩।୦୩ : ବାଲେଶ୍ଵର ଜିଲ୍ଲା ନୀଳଗିରି ପୋଲିସ ଶୁକ୍ରବାର ମଧ୍ୟରାତ୍ରିରେ ଚଢ଼ାଉ କରି ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରିଛି। ପିକଅପ୍ ଭ୍ୟାନ୍ରୁ ୧୧ଟି ଗୋରୁ ଉଦ୍ଧାର ହୋଇଛନ୍ତି। ଘଟଣାସ୍ଥଳରୁ ଗୋରୁ ବେପାରୀ ଓ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି।ଖବର ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ପୋଲିସ ପୂର୍ବରୁ ଜଗି ରହିଥିଲା। ଏକ ପିକଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଯାଉଥିବା ବେଳେ ପୋଲିସ ଗାଡିଟିକୁ ଅଟକାଇଥିଲା। ଗାଡିଟିକୁ ଯାଞ୍ଚ୍ କରିବାରୁ ୧୧ଟି ଗୋରୁ ବୋଝେଇ ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା। ତେବେ ଘଟଣା ସ୍ଥଳରୁ ଗୋରୁ ବେପାରୀ ଓ ଡ୍ରାଇଭର ଖସି ପଳାଇଥିଲେ। ପୋଲିସ ଗାଡିଟିକୁ ଜବତ କରି ଥାନାରେ ରଖିବା ସହ ଗୋରୁଗୁଡିକୁ ପାଖ ଗୋଶାଳାକୁ ପାଠାଇ ଦିଆଯିବ ବୋଲି ଜଣାପଡିଛି। ଖାଲି ନୀଳଗିରି ନୁହଁ ବିଭିନ୍ନ ଅଞ୍ଚଳରେ ଏବେ ବେଆଇନ ଗୋଚାଲାଣ କରାଯାଉଥିବା ଜଣାପଡିଛି।
ନୀଳଗିରି ୨୩।୦୩ : ବାଲେଶ୍ଵର ଜିଲ୍ଲା ନୀଳଗିରି ପୋଲିସ ଶୁକ୍ରବାର ମଧ୍ୟରାତ୍ରିରେ ଚଢ଼ାଉ କରି ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରିଛି। ପିକଅପ୍ ଭ୍ୟାନ୍ରୁ ୧୧ଟି ଗୋରୁ ଉଦ୍ଧାର ହୋଇଛନ୍ତି। ଘଟଣାସ୍ଥଳରୁ ଗୋରୁ ବେପାରୀ ଓ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି।

ଖବର ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ପୋଲିସ ପୂର୍ବରୁ ଜଗି ରହିଥିଲା। ଏକ ପିକଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଯାଉଥିବା ବେଳେ ପୋଲିସ ଗାଡିଟିକୁ ଅଟକାଇଥିଲା। ଗାଡିଟିକୁ ଯାଞ୍ଚ୍ କରିବାରୁ ୧୧ଟି ଗୋରୁ ବୋଝେଇ ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା। ତେବେ ଘଟଣା ସ୍ଥଳରୁ ଗୋରୁ ବେପାରୀ ଓ ଡ୍ରାଇଭର ଖସି ପଳାଇଥିଲେ। ପୋଲିସ ଗାଡିଟିକୁ ଜବତ କରି ଥାନାରେ ରଖିବା ସହ ଗୋରୁଗୁଡିକୁ ପାଖ ଗୋଶାଳାକୁ ପାଠାଇ ଦିଆଯିବ ବୋଲି ଜଣାପଡିଛି। ଖାଲି ନୀଳଗିରି ନୁହଁ ବିଭିନ୍ନ ଅଞ୍ଚଳରେ ଏବେ ବେଆଇନ ଗୋଚାଲାଣ କରାଯାଉଥିବା ଜଣାପଡିଛି।