ନୀଳଗିରି ରାଜନୀତି ଟଳମଳ, ବିଜେପି ଛାଡିବେ ବିଧାୟକ ସୁକାନ୍ତ ନାୟକ !
ନୀଳଗିରି ୨୭।୦୩ : ବିଜେପି ଛାଡିବେ ନୀଳଗିରି ବିଧାୟକ । ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜେପି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେପି ଛାଡିଥିବା ଚର୍ଚ୍ଚା ହେଉଛି ।ଏନେଇ ସେ ରାଜ୍ୟ ବିଜେପି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଗତ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। । ୨୦୧୪ ମସିହାରେ ବିଜେଡିରେ ଜିତିଥିବା ବେଳେ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ସହିତ ମନମାଳିନ୍ୟ କାରଣରୁ ସେ ଦଳ ଛାଡିଥିଲେ। ଏବେ ପୁଣି ସେ ବିଜେଡିକୁ ଫେରିପାରନ୍ତି ବୋଲି ଜଣାଯାଇଛି। ବିଗତ କିଛିଦିନ ଧରି ଇଂ ସୁକାନ୍ତ କୁମାର ନାୟକ ବିଜେଡିକୁ ଯିବା ଚର୍ଚ୍ଚା ହେବା ପରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ତାଙ୍କୁ ମନାଇ ଥିବା ଜଣାପଡିଥିଲା। ତେବେ ଗତ ନିର୍ବାଚନରେ ବିଜେଡି ଦଳରୁ ସନ୍ତୋଷ ଖଟୁଆ ପ୍ରାର୍ଥୀ ହୋଇଥିବା ବେଳେ ୧୫୭୭ ଖଣ୍ଡ ଭୋଟ ପଛରେ ରହିଥିଲେ। ଯଦି ସୁକାନ୍ତ ବିଜେଡିରେ ଯୋଗଦେଇ ଟିକେଟ ପାଆନ୍ତି ତାହେଲେ ସନ୍ତୋଷ ଘର ବାହୁଡ଼ି ବିଜେପିରେ ଯୋଗ ଦେଇପାରନ୍ତି।
ନୀଳଗିରି ୨୭।୦୩ : ବିଜେପି ଛାଡିବେ ନୀଳଗିରି ବିଧାୟକ । ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜେପି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେପି ଛାଡିଥିବା ଚର୍ଚ୍ଚା ହେଉଛି ।ଏନେଇ ସେ ରାଜ୍ୟ ବିଜେପି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ଗତ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। । ୨୦୧୪ ମସିହାରେ ବିଜେଡିରେ ଜିତିଥିବା ବେଳେ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ସହିତ ମନମାଳିନ୍ୟ କାରଣରୁ ସେ ଦଳ ଛାଡିଥିଲେ। ଏବେ ପୁଣି ସେ ବିଜେଡିକୁ ଫେରିପାରନ୍ତି ବୋଲି ଜଣାଯାଇଛି।

ବିଗତ କିଛିଦିନ ଧରି ଇଂ ସୁକାନ୍ତ କୁମାର ନାୟକ ବିଜେଡିକୁ ଯିବା ଚର୍ଚ୍ଚା ହେବା ପରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ତାଙ୍କୁ ମନାଇ ଥିବା ଜଣାପଡିଥିଲା। ତେବେ ଗତ ନିର୍ବାଚନରେ ବିଜେଡି ଦଳରୁ ସନ୍ତୋଷ ଖଟୁଆ ପ୍ରାର୍ଥୀ ହୋଇଥିବା ବେଳେ ୧୫୭୭ ଖଣ୍ଡ ଭୋଟ ପଛରେ ରହିଥିଲେ। ଯଦି ସୁକାନ୍ତ ବିଜେଡିରେ ଯୋଗଦେଇ ଟିକେଟ ପାଆନ୍ତି ତାହେଲେ ସନ୍ତୋଷ ଘର ବାହୁଡ଼ି ବିଜେପିରେ ଯୋଗ ଦେଇପାରନ୍ତି।