ନୀଳଗିରିରେ ବେଲଜିୟମ ପର୍ଯ୍ୟଟକ ଥିଏରୀ ଦେମନ୍ସେଉ, ଆତିଥ୍ୟତା ପାଇଁ କଲେ ପ୍ରଶଂସା
ନୀଳଗିରି: ନୀଳଗିରିକୁ ଛୁଟୁଛି ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼। ନୀଳଗିରିର ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ମନୋରମ ପରିବେଶକୁ ଉପଭୋଗ କରିବାକୁ ଦେଶ ବିଦେଶରୁ ଆସୁଛନ୍ତି ପର୍ଯ୍ୟଟକ। ଏହିକ୍ରମରେ ଶୁକ୍ରବାର ନୀଳଗିରି ଆସିଥିବା, ବେଲଜିୟମ ନାଗରିକ ଥିଏରି ଦେମିନ୍ସେଉ ଗୁଗଲରେ ସାଇ ଇଶ୍ବରୀ ହିଲ ଭିଉର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଆକୃଷ୍ଟ ହୋଇଥିଲେ।ଦେମିନ୍ସେଉ, ବାଙ୍ଗାଲୋରରୁ ସାଇକେଲ ସାହାଯ୍ୟରେ ବିଭିନ୍ନ ରାଜ୍ୟ ହୋଇ ଓଡ଼ିଶାର କେନ୍ଦୁଝର ଜିଲ୍ଲା ହଦଗଡ଼ରେ ପହଁଞ୍ଚିଥିଲେ। ସେଠାରେ ବୁଲି ନୀଳଗିରି ପଞ୍ଚଲିଙ୍ଗେଶ୍ଵର ଠାରେ ପହଞ୍ଚିଥିଲେ। ହୋଟେଲ ସାଇ ଇଶ୍ଵରୀ ହିଲ୍ ଭିଉ ରିସୋର୍ଟରେ ପହଞ୍ଚି ମାଲିକ ତଥା ଟୁରିଷ୍ଟ ଗାଇଡ ମନୋରଞ୍ଜନ ଦାସଙ୍କୁ ଭେଟିଥିଲେ। ରାତ୍ରୀଯାପନ କରିବା ବ୍ୟବସ୍ଥାରେ ତାଙ୍କୁ ରିସୋର୍ଟ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଯେଉଁଥିରେ ପର୍ଯ୍ୟଟକ ଜଣକ ଖୁବ୍ ପ୍ରଶଂସା କରିବା ସହ ଅତିଥ୍ୟତାରେ ମୁଗ୍ଧ ହୋଇଥିଲେ।ଏହାପରେ ସକାଳେ ବାଲେଶ୍ବରର ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହିତ ଡଗରା ବେଳାଭୂମି ଅଭିମୁଖେ ବାହାରିଥିଲେ। ପରେ କଲିକତା ବୁଲି ଅନ୍ୟ ସ୍ଥାନକୁ ଯିବେ ବୋଲି ଜଣାପଡିଛି। ଦୈନିକ ୮୦ରୁ ୧୦୦ କିଲୋମିଟର ସାଇକେଲ ଯାତ୍ରା କରୁଥିବା ଥିଏରୀ ସୂଚନା ଦେଇଛନ୍ତି। ଏହିଭଳି ଆଗାମୀ ଦିନରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ନୀଳଗିରି ମାଟି ବିଦେଶରେ ପରିଚିତ ହେବା ସହିତ ଅନ୍ୟ ପ
ନୀଳଗିରି: ନୀଳଗିରିକୁ ଛୁଟୁଛି ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼। ନୀଳଗିରିର ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ମନୋରମ ପରିବେଶକୁ ଉପଭୋଗ କରିବାକୁ ଦେଶ ବିଦେଶରୁ ଆସୁଛନ୍ତି ପର୍ଯ୍ୟଟକ। ଏହିକ୍ରମରେ ଶୁକ୍ରବାର ନୀଳଗିରି ଆସିଥିବା, ବେଲଜିୟମ ନାଗରିକ ଥିଏରି ଦେମିନ୍ସେଉ ଗୁଗଲରେ ସାଇ ଇଶ୍ବରୀ ହିଲ ଭିଉର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଆକୃଷ୍ଟ ହୋଇଥିଲେ।
ଦେମିନ୍ସେଉ, ବାଙ୍ଗାଲୋରରୁ ସାଇକେଲ ସାହାଯ୍ୟରେ ବିଭିନ୍ନ ରାଜ୍ୟ ହୋଇ ଓଡ଼ିଶାର କେନ୍ଦୁଝର ଜିଲ୍ଲା ହଦଗଡ଼ରେ ପହଁଞ୍ଚିଥିଲେ। ସେଠାରେ ବୁଲି ନୀଳଗିରି ପଞ୍ଚଲିଙ୍ଗେଶ୍ଵର ଠାରେ ପହଞ୍ଚିଥିଲେ। ହୋଟେଲ ସାଇ ଇଶ୍ଵରୀ ହିଲ୍ ଭିଉ ରିସୋର୍ଟରେ ପହଞ୍ଚି ମାଲିକ ତଥା ଟୁରିଷ୍ଟ ଗାଇଡ ମନୋରଞ୍ଜନ ଦାସଙ୍କୁ ଭେଟିଥିଲେ। ରାତ୍ରୀଯାପନ କରିବା ବ୍ୟବସ୍ଥାରେ ତାଙ୍କୁ ରିସୋର୍ଟ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଯେଉଁଥିରେ ପର୍ଯ୍ୟଟକ ଜଣକ ଖୁବ୍ ପ୍ରଶଂସା କରିବା ସହ ଅତିଥ୍ୟତାରେ ମୁଗ୍ଧ ହୋଇଥିଲେ।
ଏହାପରେ ସକାଳେ ବାଲେଶ୍ବରର ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହିତ ଡଗରା ବେଳାଭୂମି ଅଭିମୁଖେ ବାହାରିଥିଲେ। ପରେ କଲିକତା ବୁଲି ଅନ୍ୟ ସ୍ଥାନକୁ ଯିବେ ବୋଲି ଜଣାପଡିଛି। ଦୈନିକ ୮୦ରୁ ୧୦୦ କିଲୋମିଟର ସାଇକେଲ ଯାତ୍ରା କରୁଥିବା ଥିଏରୀ ସୂଚନା ଦେଇଛନ୍ତି। ଏହିଭଳି ଆଗାମୀ ଦିନରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ନୀଳଗିରି ମାଟି ବିଦେଶରେ ପରିଚିତ ହେବା ସହିତ ଅନ୍ୟ ପର୍ଯ୍ୟଟକ ଏହି ଅଞ୍ଚଳକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ଟୁରିଷ୍ଟ ଗାଇଡ ଶ୍ରୀ ଦାସ ପ୍ରକାଶ କରିଛନ୍ତି।