ନୂଆ AG ଭାବେ ଦାୟିତ୍ୱ ନେଲେ ପୀତାମ୍ବର ଆଚାର୍ଯ୍ୟ

ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ହେଉଛନ୍ତି ପୀତାମ୍ବର ଆଚାର୍ଯ୍ୟ। ଆଇନ୍ କ୍ଷେତ୍ରରେ ତାଙ୍କ ଦୀର୍ଘଦିନର ଅଭିଜ୍ଞତା ରହିଛି। ୨୦୧୭ରେ ସେ ବିଜେପିରେ ଯୋଗ ଦେଇ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ।

ନୂଆ AG ଭାବେ ଦାୟିତ୍ୱ ନେଲେ ପୀତାମ୍ବର ଆଚାର୍ଯ୍ୟ

ନୂଆ ଆଡଭୋକେଟ ଜେନେରାଲ ଭାବେ ଦାୟିିତ୍ୱ ନେଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। ହାଇକୋର୍ଟ ସ୍ଥିତ କାର୍ଯ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। 

ନିକଟରେ ରାଜ୍ୟ ସରକାର ପୀତାମ୍ବର  ଆଚାର୍ଯ୍ୟଙ୍କୁ ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତି ଦେଇଥିଲେ। ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ପୀତାମ୍ବର କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ପ୍ରକଟ କରି ଯେଉଁ ସାମ୍ବିଧାନିକ ଦାୟିତ୍ୱ ଦେଇଛନ୍ତି, ମୁଁ ବିନା ଭୟ ଓ ଭ୍ରାନ୍ତିରେ ନିରପେକ୍ଷ ଭାବେ 
ଓଡ଼ିଶାର ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେହି କର୍ତ୍ତବ୍ୟ ପାଳନ ଦିଗରେ ଚେଷ୍ଟିତ ହେବି। ସରକାରଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରିବି। ଲୋକଙ୍କୁ କିଭଳି ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ନ୍ୟାୟ ମିଳିବ, ସେ ନେଇ କାମ କରିବି। 

ଓଡ଼ିଶା ହାଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ହେଉଛନ୍ତି ପୀତାମ୍ବର ଆଚାର୍ଯ୍ୟ। ଆଇନ୍ କ୍ଷେତ୍ରରେ ତାଙ୍କ ଦୀର୍ଘଦିନର ଅଭିଜ୍ଞତା ରହିଛି। ୨୦୧୭ରେ ସେ ବିଜେପିରେ ଯୋଗ ଦେଇ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ।