ନୂଆ IT ନିୟମକୁ ହ୍ୱାଟ୍ସଆପ୍‌ର ବିରୋଧ: ଦେଇ ପାରିବୁନି ୟୁଜର୍ସଙ୍କ ମେସେଜ୍ ତଥ୍ୟ, ବାଧ୍ୟ କଲେ ଭାରତ ଛାଡ଼ିବୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର କଡ଼ା ନିୟମରେ ଅତିଷ୍ଟ ହୋଇ କ’ଣ ସତରେ ଭାରତ ଛାଡ଼ିଦେବ ହ୍ୱାଟ୍ସଆପ୍? ଦିଲ୍ଲୀ ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ଏଭଳି ଚେତାବନୀ ଦେଇଛି କମ୍ପାନୀ। ହ୍ୱାଟ୍ସଆପ୍ ସିଧା ସିଧା କହିଛି- ଆମେ କୌଣସିମତେ ୟୁଜରଙ୍କ ଚାଟ୍ ବିବରଣୀ ଦେଇପାରିବୁ ନାହିଁ। କାରଣ ଏଥିରେ ତାଙ୍କର ଗପୋନୀୟତାକୁ କ୍ଷତି ପହଞ୍ଚିବ। ଏନ୍‌କ୍ରିପ୍‌ସନ ଭାଙ୍ଗିବାକୁ ଯଦି ବାଧ୍ୟ କରାଯାଏ ତେବେ ଆମେ ଭାରତ ଛାଡ଼ିଦେବୁ ବୋଲି ହ୍ୱାଟ୍ସଆପ୍ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି।ମେଟାର ଦୁଇଟି ବଡ ପ୍ଲାଟଫର୍ମ ଫେସ୍‌ବୁକ୍ ଓ ହ୍ଲାଟ୍ସଆପ୍‌ କେନ୍ଦ୍ର ସରକାରଙ୍କ ନୂଆ ସଂଶୋଧିତ ଆଇଟି ନିୟମ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। ଗତ ମାସରେ ସୁପ୍ରିମକୋର୍ଟ ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟଙ୍କୁ ସ୍ଥାନାନ୍ତର କରିଦେଇଥିଲେ। ଏବେ ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ଜାରି ରହିଛି। ଦିଲ୍ଲୀ ହାଇକୋର୍ଟର ବର୍ତ୍ତମାନର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମନମୋହନ ଓ ଜଷ୍ଟିସ୍‌ ମନମୀତ ପ୍ରୀତମ ସିଂହ ଅରୋଡ଼ା କରୁଛନ୍ତି ଏହି ମାମଲାର ଶୁଣାଣି କରୁଛନ୍ତି। ହ୍ୱାଟ୍ସ ଆପ୍ ପକ୍ଷରୁ ଆଡଭୋକେଟ୍ ତେଜସ୍ କରିଆ ଓ ସରକାରଙ୍କ ପକ୍ଷରୁ କିର୍ତ୍ତୀମାନ ସିଂହ ମାମଲାରେ ନିଜ ନିଜର ଦଲିଲ ରଖିଥିଲେ। ଏହି ସମୟରେ ଦୁଇ ଓକଲି ତର୍କ କରିବାରୁ ହାଇକୋର୍ଟ ସମାଧାନର ମଝି ରାସ୍ତା ଖୋଜିବାକୁ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅଗ

ନୂଆ IT ନିୟମକୁ ହ୍ୱାଟ୍ସଆପ୍‌ର ବିରୋଧ: ଦେଇ ପାରିବୁନି ୟୁଜର୍ସଙ୍କ ମେସେଜ୍ ତଥ୍ୟ, ବାଧ୍ୟ କଲେ ଭାରତ ଛାଡ଼ିବୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର କଡ଼ା ନିୟମରେ ଅତିଷ୍ଟ ହୋଇ କ’ଣ ସତରେ ଭାରତ ଛାଡ଼ିଦେବ ହ୍ୱାଟ୍ସଆପ୍? ଦିଲ୍ଲୀ ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ଏଭଳି ଚେତାବନୀ ଦେଇଛି କମ୍ପାନୀ। ହ୍ୱାଟ୍ସଆପ୍ ସିଧା ସିଧା କହିଛି- ଆମେ କୌଣସିମତେ ୟୁଜରଙ୍କ ଚାଟ୍ ବିବରଣୀ ଦେଇପାରିବୁ ନାହିଁ। କାରଣ ଏଥିରେ ତାଙ୍କର ଗପୋନୀୟତାକୁ କ୍ଷତି ପହଞ୍ଚିବ। ଏନ୍‌କ୍ରିପ୍‌ସନ ଭାଙ୍ଗିବାକୁ ଯଦି ବାଧ୍ୟ କରାଯାଏ ତେବେ ଆମେ ଭାରତ ଛାଡ଼ିଦେବୁ ବୋଲି ହ୍ୱାଟ୍ସଆପ୍ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି।

ମେଟାର ଦୁଇଟି ବଡ ପ୍ଲାଟଫର୍ମ ଫେସ୍‌ବୁକ୍ ଓ ହ୍ଲାଟ୍ସଆପ୍‌ କେନ୍ଦ୍ର ସରକାରଙ୍କ ନୂଆ ସଂଶୋଧିତ ଆଇଟି ନିୟମ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। ଗତ ମାସରେ ସୁପ୍ରିମକୋର୍ଟ ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟଙ୍କୁ ସ୍ଥାନାନ୍ତର କରିଦେଇଥିଲେ। ଏବେ ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ଜାରି ରହିଛି। 

ଦିଲ୍ଲୀ ହାଇକୋର୍ଟର ବର୍ତ୍ତମାନର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମନମୋହନ ଓ ଜଷ୍ଟିସ୍‌ ମନମୀତ ପ୍ରୀତମ ସିଂହ ଅରୋଡ଼ା କରୁଛନ୍ତି ଏହି ମାମଲାର ଶୁଣାଣି କରୁଛନ୍ତି। ହ୍ୱାଟ୍ସ ଆପ୍ ପକ୍ଷରୁ ଆଡଭୋକେଟ୍ ତେଜସ୍ କରିଆ ଓ ସରକାରଙ୍କ ପକ୍ଷରୁ କିର୍ତ୍ତୀମାନ ସିଂହ ମାମଲାରେ ନିଜ ନିଜର ଦଲିଲ ରଖିଥିଲେ। ଏହି ସମୟରେ ଦୁଇ ଓକଲି ତର୍କ କରିବାରୁ ହାଇକୋର୍ଟ ସମାଧାନର ମଝି ରାସ୍ତା ଖୋଜିବାକୁ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୪ ରେ ହେବ।

ପଢ଼ନ୍ତୁ- ‘ଭାରତର ପ୍ରଗତିକୁ ଦୁର୍ବଳ କରିବା ଉଦ୍ୟମକୁ ଆରମ୍ଭରୁ ହିଁ ରୋକିବାକୁ ପଡ଼ିବ’, VVPAT ଭେରିଫିକେସନ ମାମଲାରେ କହିଲେ ନ୍ୟାୟମୂର୍ତ୍ତି ଦତ୍ତା

କୋର୍ଟରେ ହ୍ୱାଟ୍ସଆପ୍‌ର ଓକିଲ କହିଥିବା ୩ଟି ବଡ଼ କଥା-

୧. ଆଇଟି ନିୟମ ୨୦୨୧ ଏନକ୍ରିପସନ୍ ସହ ୟୁଜରଙ୍କ ଗୋପନୀୟତାକୁ ଦୁର୍ବଳ କରିଥାଏ। ଏହା ମଧ୍ୟ ଭାରତୀୟ ସମ୍ବିଧାନର ଧାରା ୧୪, ୧୯ ଓ ୨୧ ଅନୁଯାୟୀ ମୌଳିକ ଅଧିକାରର ଉଲ୍ଲଂଘନ କରୁଛି।

୨.ସାରା ବିଶ୍ୱରେ କେଉଁଠି ଏମିତି ନିୟମ ନାହିଁ। କାରଣ ବ୍ରାଜିଲରେ ମଧ୍ୟ ଏପରି ନିୟମ ନାହିଁ। ଏହି ନିୟମ ବ୍ୟବହାରକାରୀଙ୍କ ଗୋପନୀୟତା ବିରୁଦ୍ଧରେ ରହିଥିବା ବିନା କୌଣସି ପରାମର୍ଶରେ ଏହି ନିୟମ ପ୍ରଣୟନ କରାଯାଇଥିଲା।

୨.ଆମକୁ ସମ୍ପୂର୍ଣ୍ଣ ଚାଟ୍‌ର ବିବରଣୀ ରଖିବାକୁ ହେବ। କାରଣ କିଏ ଜାଣିଛି ସରକାର କେତେବେଳେ କେଉଁ ମେସେଜ୍ ମାଗିବେ? ଏହାର ଅର୍ଥ ଆମକୁ କୋଟି କୋଟି ମେସେଜ୍ ଷ୍ଟୋର୍ କରି ରଖିବାକୁ ହେବ। 

ସରକାର କ’ଣ ଦେଲେ ତଥ୍ୟ?

ଏହାପୂର୍ବରୁ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ ଯେ ହ୍ୱାଟ୍ସଆପ୍‌ ଏବଂ ଫେସବୁକ୍ ବ୍ୟବସାୟ କିମ୍ବା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାରକାରୀଙ୍କ ତଥ୍ୟ ବିକ୍ରି କରୁଛି। ତେଣୁ, ଆଇନଗତ ଭାବରେ କମ୍ପାନୀ ଦାବି କରିପାରିବ ନାହିଁ ଯେ ଏହା ଗୋପନୀୟତା ରକ୍ଷା କରେ ବୋଲି।

୧. ସରକାରଙ୍କ ପକ୍ଷରୁ ମାମଲ ଲଢ଼ୁଥିବା ଓକିଲ କିର୍ତ୍ତୀମାନ କହିଛନ୍ତି- ଏହି ଗାଇଡଲାଇନ ପଛରେ ଥିବା ବିଚାର ହେଉଛି ମେସେଜ୍‌ର ଉତ୍ସକୁ ଖୋଜିବା। ଏମିତିରେ ବି ସମୟ ସହିତ ମେସେଜ୍‌ଗୁଡ଼ିକ ଚିହ୍ନଟ ପାଇଁ କିଛି ମେକାନିଜମ ରହିବା ଆବଶ୍ୟକ।

୨. କିର୍ତ୍ତୀମାନ ଆହୁରି କହିଛନ୍ତି ଯେ ହ୍ୱାଟ୍ସଆପ୍ ୟୁଜରମାନଙ୍କ ସମାଧାନ ଭାରତରେ କରୁ ନାହିଁ। ଯାହା ସେମାନଙ୍କର ମୌଳିକ ଅଧିକାରର ଉଲ୍ଲଂଘନ।
 ୩. ଯଦି ଆଇଟି ନିୟମ ୨୦୨୧ କାର୍ଯ୍ୟକାରୀ ନହୁଏ, ତେବେ ନକଲି ସନ୍ଦେଶର ଉତ୍ସ ଖୋଜିବାରେ ଏଜେନ୍ସିଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେବେ। ଏହିପରି ମେସେଜ ଅନ୍ୟ ପ୍ଲାଟଫର୍ମରେ ବି ଶେୟାର ହେବ। ଯେଉଁଥିରେ ସମାଜରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଭଙ୍ଗ ହେବ। 

୪ ଇଣ୍ଟରନେଟ୍ ଖୋଲା, ନିରାପଦ ଏବଂ ବିଶ୍ୱସ୍ତ ହେବା ଉଚିତ ଏବଂ ପ୍ଲାଟଫର୍ମ ବ୍ୟବହାରକାରୀଙ୍କ ପାଇଁ ଉତ୍ତରଦାୟୀ ହେବା ଉଚିତ୍। ଭାରତୀୟ ନାଗରିକଙ୍କ ମୌଳିକ ଅଧିକାର ଛଡ଼େଇ ନେବାକୁ କାହାକୁ ଅନୁମତି ଦିଆଯାଇପାରିବ ନାହିଁ।