ନୂଆ ଆଇନରେ ଜରିମନାର କ’ଣ ରହିଛି ପ୍ରାବଧାନ? ଜାଣନ୍ତୁ ସେକ୍ସନ ୧୦୬ର ସତ୍ୟତା
ନୂଆଦିଲ୍ଲୀ ୨।୧୨: ସଡକ ଦୁର୍ଘଟଣାରେ ଚାଳକଙ୍କ ବେପରୁଆ ବାହନ ଚାଳନା ପାଇଁ ମୃତ୍ୟୁ ମାମଲାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମନା କେବଳ ଏକ ଗୁଜବ। ଏପରି ମାମଲାରେ ସରକାରଙ୍କ ଦ୍ୱାରା ଯେଉଁ ନୂଆ ସେକ୍ସନ ଯୋଡା ଯାଇଛି ସେଥିରେ କୌଣସିଠାରେ ୧୦ ଲକ୍ଷ ଟଙ୍କାର ଉଲ୍ଲେଖ ମଧ୍ୟ ନାହିଁ। ତେବେ ଆସନ୍ତୁ ଜାଣିବା ନୂଆ ଆଇନରେ ଅଧିକାରୀକ ଭାବେ କ’ଣ କୁହାଯାଇଛି ଓ ପୁରଣା ଆଇନଠାରୁ କେତେ ଅଲଗା? ଦେଶରେ ସଡ଼ ଦୁର୍ଘଟଣାର ବଢୁଥିବା ମାମଲାକୁ ନଜରରେ ରଖି ସୁପ୍ରିମକୋର୍ଟ ଏକ ମୋକଦ୍ଦମାର ଶୁଣାଣି କାଳରେ ଏହି ଅବଜରଭେସନ ଦେଇଥିଲେ ଯେ ଯେଉଁବାହନ ଚାଳକମାନେ ବେପରୁଆ ଗାଡ଼ି ଚାଳନା କରୁଛନ୍ତି ଓ ସଡ଼କ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି ସେମାନଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏହା ପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ଯେ ନୂଆ ଭାରତୀୟ ନ୍ୟାୟ ସଂହିତାରେ ଏଥିଲାଗି ଏକ ନୂଆ ସେକ୍ସନ ସଂଯୁକ୍ତ କରାଯାଉ। ପ୍ରଥମେ ଜାଣି ରଖନ୍ତୁ ଭାରତୀୟ ନ୍ୟାୟ ସଂହିତାର ନୂଆ ଆଇନରେ ଏ ବାବଦରେ କଣ ଲେଖାଯାଇଛି। ଏଥି ପାଇଁ ନୂଆ ନ୍ୟାୟ ସଂହିତାରେ ଧାରା ୧୦୬ ଓ ଉପଧାରା (୧) ଏବଂ (୨)ର ପ୍ରାବଧାନ ରହିଛି। ଏଥିରେ ଧାରା ୧୦୬ର (୧)ରେ ଯଦି କେହି ବ୍ୟଗ୍ରତାରେ ଅଥବା ଏପରି କିଛି କାର୍ଯ୍ୟରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁର କାରଣ ହୁଅନ୍ତି, ଯାହା ଅପରାଧିକ ମାନବ ବଧ ପରିସୀମାରେ ଆସୁ ନଥାନ୍ତି ଏହି ଦୁଇଟି ମଧ୍ୟରୁ ଯେ
ନୂଆଦିଲ୍ଲୀ ୨।୧୨: ସଡକ ଦୁର୍ଘଟଣାରେ ଚାଳକଙ୍କ ବେପରୁଆ ବାହନ ଚାଳନା ପାଇଁ ମୃତ୍ୟୁ ମାମଲାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମନା କେବଳ ଏକ ଗୁଜବ। ଏପରି ମାମଲାରେ ସରକାରଙ୍କ ଦ୍ୱାରା ଯେଉଁ ନୂଆ ସେକ୍ସନ ଯୋଡା ଯାଇଛି ସେଥିରେ କୌଣସିଠାରେ ୧୦ ଲକ୍ଷ ଟଙ୍କାର ଉଲ୍ଲେଖ ମଧ୍ୟ ନାହିଁ। ତେବେ ଆସନ୍ତୁ ଜାଣିବା ନୂଆ ଆଇନରେ ଅଧିକାରୀକ ଭାବେ କ’ଣ କୁହାଯାଇଛି ଓ ପୁରଣା ଆଇନଠାରୁ କେତେ ଅଲଗା?
ଦେଶରେ ସଡ଼ ଦୁର୍ଘଟଣାର ବଢୁଥିବା ମାମଲାକୁ ନଜରରେ ରଖି ସୁପ୍ରିମକୋର୍ଟ ଏକ ମୋକଦ୍ଦମାର ଶୁଣାଣି କାଳରେ ଏହି ଅବଜରଭେସନ ଦେଇଥିଲେ ଯେ ଯେଉଁବାହନ ଚାଳକମାନେ ବେପରୁଆ ଗାଡ଼ି ଚାଳନା କରୁଛନ୍ତି ଓ ସଡ଼କ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି ସେମାନଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏହା ପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ଯେ ନୂଆ ଭାରତୀୟ ନ୍ୟାୟ ସଂହିତାରେ ଏଥିଲାଗି ଏକ ନୂଆ ସେକ୍ସନ ସଂଯୁକ୍ତ କରାଯାଉ।

ପ୍ରଥମେ ଜାଣି ରଖନ୍ତୁ ଭାରତୀୟ ନ୍ୟାୟ ସଂହିତାର ନୂଆ ଆଇନରେ ଏ ବାବଦରେ କଣ ଲେଖାଯାଇଛି। ଏଥି ପାଇଁ ନୂଆ ନ୍ୟାୟ ସଂହିତାରେ ଧାରା ୧୦୬ ଓ ଉପଧାରା (୧) ଏବଂ (୨)ର ପ୍ରାବଧାନ ରହିଛି। ଏଥିରେ ଧାରା ୧୦୬ର (୧)ରେ ଯଦି କେହି ବ୍ୟଗ୍ରତାରେ ଅଥବା ଏପରି କିଛି କାର୍ଯ୍ୟରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁର କାରଣ ହୁଅନ୍ତି, ଯାହା ଅପରାଧିକ ମାନବ ବଧ ପରିସୀମାରେ ଆସୁ ନଥାନ୍ତି ଏହି ଦୁଇଟି ମଧ୍ୟରୁ ଯେ କୌଣସି ଗୋଟିକରେ କାରାଦଣ୍ଡ ଭୋଗିବାକୁ ପଡିବ ଯାହାର ଅବଧି ଅନୁନ୍ୟ ୫ ବର୍ଷ ହେବ ଓ ତାଙ୍କୁ ଜରିମନା ପାଇଁ ମଧ୍ୟ ଦାୟି କରାଯିବ।
ଏହି ଆଇନ ସ୍ଥାନରେ ପୂର୍ବରୁ ଭାରତୀୟ ଦଣ୍ଡସଂହିତା (ଆଇପିସି)ରେ ଯେଉଁଧାରା ୨୭୯ ଥିଲା ସେଥିରେ ମଧ୍ୟ ଚାଳକଙ୍କୁ ମୃତ୍ୟୁ ନିମନ୍ତେ ଦାୟି କରାଯାଉଥିଲା ଓ ସେଥି ପାଇଁ ଧାରା ୨୭୯ ସହିତ ୩୦୪-ଏ ଧାରା ମଧ୍ୟ ସଂଯୁକ୍ତ ହେଉଥିଲା। ଏଥିରେ ଚାଳକ ଦୋଷୀ ସାବ୍ୟସ୍ତ ହେଲେ ୨ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜରିମନାର ମଧ୍ୟ ପ୍ରାବଧାନ ରହୁଥିଲା। ତେବେ ନୂଆ ଆଇନର କୌଣସି ଠାରେ ମଧ୍ୟ ଚାଳକଙ୍କୁ ୧୦ ଲକ୍ଷ ଟଙ୍କା ଜରିମନାର ପ୍ରାବଧାନ କଥା ଉଲ୍ଲେଖ ନାହିଁ। ତେବେ ଆଇନରେ ଦୁର୍ଘଟଣା ପରେ ମାଜିଷ୍ଟ୍ରେଟ୍ ଅଥବା ପୋଲିସ ଅଧିକାରୀଙ୍କୁ ରିପୋର୍ଟ ନ କରି ଫେରାର ହୋଇଯିବା କ୍ଷେତ୍ରରେ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ ହୋଇପାରନ୍ତି ବୋଲି ଉଲ୍ଲେଖ ଅଛି ଓ ଏହା ବି କେବଳ ସୁପ୍ରିମକୋର୍ଟଙ୍କ ଅବଜର୍ଭେସନ ପରେ କରାଯାଇଛି।
ଡ୍ରାଇଭରଙ୍କ ବିରୋଧ ପ୍ରଦର୍ଶନ, ପେଟ୍ରୋଲ-ଡିଜେଲ ଉପରେ ଲିମିଟ୍ ଲଗାଇଲେ ଏହି ରାଜ୍ୟ ସରକାର
The post ନୂଆ ଆଇନରେ ଜରିମନାର କ’ଣ ରହିଛି ପ୍ରାବଧାନ? ଜାଣନ୍ତୁ ସେକ୍ସନ ୧୦୬ର ସତ୍ୟତା appeared first on Prameya News7.