ନୂଆ ଆଇନ୍ ଆଣିଲେ ଟ୍ରମ୍ପ୍: ବିନା ଅନୁମତିରେ ଅଶ୍ଳୀଳ, ଡିପ୍ଫେକ୍ ଫଟୋ ପୋଷ୍ଟ କରିବା ବେଆଇନ
ନୂଆଦିଲ୍ଲୀ: ବିନା ଅନୁମତିରେ ଅଶ୍ଳୀଳ, ଡିପ୍ଫେକ୍ ଫଟୋ ପୋଷ୍ଟ କରିବା ବେଆଇନ। ଅନଲାଇନ୍ ଯୌନ ଶୋଷଣ ପାଇଁ ଦଣ୍ଡ ବ୍ୟବସ୍ଥା 'ଟେକ୍ ଇଟ୍ ଡାଉନ୍ ଆକ୍ଟ'ରେ ସ୍ୱାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ବିଲକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ନେଇଥିବା ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ମଧ୍ୟ ଏହି ଏଥିରେରେ ସ୍ୱାକ୍ଷର କରିଛନ୍ତି। କିନ୍ତୁ ତାଙ୍କର ସ୍ୱାକ୍ଷର ପ୍ରତୀକାତ୍ମକ ଥିଲା।ମେଲାନିଆ Xରେ କହିଛନ୍ତି, " ଆଜି ‘TAKE IT DOWN’ ଆଇନ୍ ମାଧ୍ୟମରେ, ଆମେ ନିଶ୍ଚିତ କରୁଛୁ ଯେ ଆମ ପରିବାର ଏବଂ ଆମେରିକାର ଭବିଷ୍ୟତ ପାଇଁ ଏହା ମଙ୍ଗଳ ହେବ । ମୁଁ ଗର୍ବର ସହିତ କହିପାରୁଛି ଯେ ଏହାର ମୂଲ୍ୟବୋଧ ଦେଶର ଆଇନରେ ପ୍ରତିଫଳିତ ହେବ।"ଟେକ୍ ଇଟ୍ ଡାଉନ୍ ଆକ୍ଟ କ’ଣ?ଟେକ୍ ଇଟ୍ ଡାଉନ୍ ଆକ୍ଟ କୌଣସି ବ୍ୟକ୍ତିଙ୍କ ସମ୍ମତି ବିନା "ଜାଣିଶୁଣି ପୋଷ୍ଟ୍ କରିବା" କିମ୍ବା ଅନ୍ତରଙ୍ଗ ଫଟୋ ଭାଇରାଲ କରିବାକୁ ଧମକ ଦେବା, ଏପରିକି ଏଆଇ-ଡିପ୍ଫେକ୍ ବି ବେଆଇନ। ଏହି ଆଇନ ଅନୁଯାୟୀ ପୀଡିତଙ୍କ ସୂଚନା ପାଇବାର ୪୮ ଘଣ୍ଟା ମଧ୍ୟରେ ୱେବସାଇଟ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ଲାଟଫର୍ମଗୁଡ଼ିକୁ ସମସ୍ତ ଡୁପ୍ଲିକେଟ୍ କଣ୍ଟେଣ୍ଟ୍କୁ ଡିଲିଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।“Today, through the ‘TAKE IT DOWN’ Act, we affirm that the well-being of our child
ନୂଆଦିଲ୍ଲୀ: ବିନା ଅନୁମତିରେ ଅଶ୍ଳୀଳ, ଡିପ୍ଫେକ୍ ଫଟୋ ପୋଷ୍ଟ କରିବା ବେଆଇନ। ଅନଲାଇନ୍ ଯୌନ ଶୋଷଣ ପାଇଁ ଦଣ୍ଡ ବ୍ୟବସ୍ଥା 'ଟେକ୍ ଇଟ୍ ଡାଉନ୍ ଆକ୍ଟ'ରେ ସ୍ୱାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ବିଲକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ନେଇଥିବା ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ମଧ୍ୟ ଏହି ଏଥିରେରେ ସ୍ୱାକ୍ଷର କରିଛନ୍ତି। କିନ୍ତୁ ତାଙ୍କର ସ୍ୱାକ୍ଷର ପ୍ରତୀକାତ୍ମକ ଥିଲା।
ମେଲାନିଆ Xରେ କହିଛନ୍ତି, " ଆଜି ‘TAKE IT DOWN’ ଆଇନ୍ ମାଧ୍ୟମରେ, ଆମେ ନିଶ୍ଚିତ କରୁଛୁ ଯେ ଆମ ପରିବାର ଏବଂ ଆମେରିକାର ଭବିଷ୍ୟତ ପାଇଁ ଏହା ମଙ୍ଗଳ ହେବ । ମୁଁ ଗର୍ବର ସହିତ କହିପାରୁଛି ଯେ ଏହାର ମୂଲ୍ୟବୋଧ ଦେଶର ଆଇନରେ ପ୍ରତିଫଳିତ ହେବ।"
ଟେକ୍ ଇଟ୍ ଡାଉନ୍ ଆକ୍ଟ କ’ଣ?
ଟେକ୍ ଇଟ୍ ଡାଉନ୍ ଆକ୍ଟ କୌଣସି ବ୍ୟକ୍ତିଙ୍କ ସମ୍ମତି ବିନା "ଜାଣିଶୁଣି ପୋଷ୍ଟ୍ କରିବା" କିମ୍ବା ଅନ୍ତରଙ୍ଗ ଫଟୋ ଭାଇରାଲ କରିବାକୁ ଧମକ ଦେବା, ଏପରିକି ଏଆଇ-ଡିପ୍ଫେକ୍ ବି ବେଆଇନ। ଏହି ଆଇନ ଅନୁଯାୟୀ ପୀଡିତଙ୍କ ସୂଚନା ପାଇବାର ୪୮ ଘଣ୍ଟା ମଧ୍ୟରେ ୱେବସାଇଟ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ଲାଟଫର୍ମଗୁଡ଼ିକୁ ସମସ୍ତ ଡୁପ୍ଲିକେଟ୍ କଣ୍ଟେଣ୍ଟ୍କୁ ଡିଲିଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
“Today, through the ‘TAKE IT DOWN’ Act, we affirm that the well-being of our children is central to the future of our families and America. I am proud to say that the values of BE BEST will be reflected in the law of the land.” - FLOTUS pic.twitter.com/c9PujU5MGZ— First Lady Melania Trump (@FLOTUS) May 19, 2025
ଏହି ଆଇନ୍କୁ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କ ସମର୍ଥନ ମିଳିଛି। ମାର୍ଚ୍ଚ ୨୦୨୫ରେ, ମେଲାନିଆ କ୍ୟାପିଟଲ ହିଲରେ ଏନେଇ ଦାବି କରିଥିଲେ। କହିଥିଲେ ଯେ ଏପରି କଣ୍ଟେଣ୍ଟ୍ ଦ୍ୱାରା ପୀଡିତ ହେବା ପରେ ମହିଳାମାନେ କିପରି ଗତି କରନ୍ତି ତାହା ଦେଖିବା "ହୃଦୟ ବିଦାରକ"।
ଗତ ମାସରେ ବିଲ୍ ପାସ୍ ହେବା ପରେ ଇନଫର୍ମେସନ୍ ଟେକ୍ନୋଲୋଜି ଆଣ୍ଡ୍ ଇନୋଭେସନ୍ ଫାଉଣ୍ଡେସନ୍ ଏକ ବିବୃତ୍ତିରେ କହିଛି ଯେ ଏହା "ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ପୀଡିତାଙ୍କୁ ନ୍ୟାୟ ପାଇବାରେ ସହାୟକ ହେବ। ଟ୍ରମ୍ପ ବିଲ୍ରେ ସ୍ୱାକ୍ଷର କରିବା ପରେ ମେଲାନିଆଙ୍କୁ ମଧ୍ୟ ଏଥିରେ ସ୍ୱାକ୍ଷର କରିବାକୁ ଉତ୍ସାହିତ କରିଥିଲେ। ମେଲାନିଆ ଏଥିରେ ସ୍ୱାକ୍ଷର କରିବାକୁ ଯୋଗ୍ୟ ବୋଲି କହିଥିଲେ ଟ୍ରମ୍ପ। ମେଲାନିଆ ଏହି ଆଇନକୁ "ଜାତୀୟ ବିଜୟ" ବୋଲି କହିଛନ୍ତି।