ନୂଆ ଜୀବନ ପାଇଲେ ଜୀବନ: ଆହତ ନାବାଳକଙ୍କ ଶରୀରରୁ କଢାଗଲା ଲୁହାରଡ
ବରଗଡ଼,୩୧।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ରଥପଡାରେ ଶୁକ୍ରବାର ସକାଳୁ ପିଲାକଳିରୁ ଜଣେ ନାବାଳକଙ୍କ ଶରୀର ଭିତରକୁ ପଶି ଯାଇଥିବା ଲୁହାରଡକୁ ବାହାର କରାଯାଇଛି। ଭୀମସାର୍, ବୁର୍ଲା ଡ଼ାକ୍ତରଖାନାର ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର ପରେ ଆହତ ନାବାଳକ ଜୀବନ ପାତିକାର(୯) ନୂଆ ଜୀବନ ପାଇଛନ୍ତି। ସେ ଏବେ ମଧ୍ୟ ବୁର୍ଲା ଡ଼ାକ୍ତରଖାନା ଶଲ୍ୟ ବିଭାଗରେ ଚିକିତ୍ସାଧିନ ଅଛନ୍ତି। ପ୍ରକାଶ ଥାଉକି, ଶୁକ୍ରବାର ସକାଳେ ୨ ନାବାଳକଙ୍କ ମଧ୍ୟରେ କଳିଗୋଳ ହେବାରୁ ଜଣେ ନାବାଳକଙ୍କ ଶରୀର ପିଠିପଟୁ ଅନ୍ୟଜଣେ ନାବାଳକ […] The post ନୂଆ ଜୀବନ ପାଇଲେ ଜୀବନ: ଆହତ ନାବାଳକଙ୍କ ଶରୀରରୁ କଢାଗଲା ଲୁହାରଡ appeared first on Dharitri Odia News.
ବରଗଡ଼,୩୧।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ରଥପଡାରେ ଶୁକ୍ରବାର ସକାଳୁ ପିଲାକଳିରୁ ଜଣେ ନାବାଳକଙ୍କ ଶରୀର ଭିତରକୁ ପଶି ଯାଇଥିବା ଲୁହାରଡକୁ ବାହାର କରାଯାଇଛି। ଭୀମସାର୍, ବୁର୍ଲା ଡ଼ାକ୍ତରଖାନାର ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର ପରେ ଆହତ ନାବାଳକ ଜୀବନ ପାତିକାର(୯) ନୂଆ ଜୀବନ ପାଇଛନ୍ତି। ସେ ଏବେ ମଧ୍ୟ ବୁର୍ଲା ଡ଼ାକ୍ତରଖାନା ଶଲ୍ୟ ବିଭାଗରେ ଚିକିତ୍ସାଧିନ ଅଛନ୍ତି।
ପ୍ରକାଶ ଥାଉକି, ଶୁକ୍ରବାର ସକାଳେ ୨ ନାବାଳକଙ୍କ ମଧ୍ୟରେ କଳିଗୋଳ ହେବାରୁ ଜଣେ ନାବାଳକଙ୍କ ଶରୀର ପିଠିପଟୁ ଅନ୍ୟଜଣେ ନାବାଳକ ଏକ ଲୁହାଛଡ଼ ଭୁସି ଦେଇଥିଲେ। ଫଳରେ ଲୁହାରଡଟି ଜୀବନଙ୍କ ପିଠିପଟୁ ଫୁସଫୁସ ନିକଟକୁ ପଶି ଯାଇ ଶରୀରରେ ଲାଗି ରହିଥିଲା। ଗୁରୁତର ଅବସ୍ଥାରେ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ନାବାଳକଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣିଥିଲେ। ମାତ୍ର ଶରୀରରୁ ଲୁହାଛଡ଼ କାଢିବା ସମ୍ଭବ ନ ହେବାରୁ ତାଙ୍କୁ ଭୀମସାର୍, ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା।
The post ନୂଆ ଜୀବନ ପାଇଲେ ଜୀବନ: ଆହତ ନାବାଳକଙ୍କ ଶରୀରରୁ କଢାଗଲା ଲୁହାରଡ appeared first on Dharitri Odia News.