ନୂଆ ଦଳ ଗଠନ କରିବେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ,୧୯।୨: ସମାଜବାଦୀ ପାର୍ଟିରେ ଉପେକ୍ଷା ଦର୍ଶାଇ ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏକ ନୂତନ ଦଳ ଗଠନ କରିବେ। ଏଥିପାଇଁ ସେ ନୂଆ ଦଳର ନାମ ଏବଂ ପତାକା ଉନ୍ମୋଚନ କରିଛନ୍ତି। ସେ ଫେବୃଆରୀ ୨୨ରେ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏକ ରାଲିରେ ସମ୍ବୋଧିତ କରିବେ। ନୂତନ ଦଳର ନାମ ରାଷ୍ଟ୍ରିୟ ଶୋଷିତ ସମାଜ ପାର୍ଟି ହେବ। ଏହାର ପତାକା ନୀଳ, ନାଲି ଏବଂ ସବୁଜ ରଙ୍ଗ ରହିବ ।ତେବେ […] The post ନୂଆ ଦଳ ଗଠନ କରିବେ ସ୍ବାମୀ ପ୍ରସାଦ ମୌର୍ଯ୍ୟ appeared first on Dharitri Odia News.

ନୂଆ ଦଳ ଗଠନ କରିବେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ,୧୯।୨: ସମାଜବାଦୀ ପାର୍ଟିରେ ଉପେକ୍ଷା ଦର୍ଶାଇ ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏକ ନୂତନ ଦଳ ଗଠନ କରିବେ। ଏଥିପାଇଁ ସେ ନୂଆ ଦଳର ନାମ ଏବଂ ପତାକା ଉନ୍ମୋଚନ କରିଛନ୍ତି। ସେ ଫେବୃଆରୀ ୨୨ରେ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏକ ରାଲିରେ ସମ୍ବୋଧିତ କରିବେ। ନୂତନ ଦଳର ନାମ ରାଷ୍ଟ୍ରିୟ ଶୋଷିତ ସମାଜ ପାର୍ଟି ହେବ। ଏହାର ପତାକା ନୀଳ, ନାଲି ଏବଂ ସବୁଜ ରଙ୍ଗ ରହିବ ।ତେବେ ସେପଟେ ବରିଷ୍ଠ ଏସପି ନେତା ରାମ ଗୋବିନ୍ଦ ଚୌଧୁରୀ ତାଙ୍କୁ ବୁଝାଇବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି।
ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏସପିରେ ଉପେକ୍ଷା ହେଉଥିବା ଅଭିଯୋଗ କରି ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ।

The post ନୂଆ ଦଳ ଗଠନ କରିବେ ସ୍ବାମୀ ପ୍ରସାଦ ମୌର୍ଯ୍ୟ appeared first on Dharitri Odia News.