ନୂଆ ଦଳ ଗଢ଼ିବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ନୂଆ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି। ଚମ୍ପାଇ ସୋରେନ କହିଛନ୍ତି ଯେ ସେ ରାଜନୀତିରୁ ଅବସର ନେବେ ନାହିଁ। ସେ ଏକ ନୂତନ ଦଳ ଗଠନ କରିବେ ଏବଂ ଏହାକୁ ମଜବୁତ କରିବେ। ତେବେ ମେଣ୍ଟ ସମ୍ପର୍କରେ ସେ କହିଛନ୍ତି ଯେ ମିଳିତ ମଞ୍ଚର ରାସ୍ତା ଖୋଲା ରହିବ ଏବଂ ଯଦି କୌଣସି ଭଲ ବନ୍ଧୁ ମିଳିବେ ତେବେ ସେ ତାଙ୍କ ସହ ଆଗକୁ ବଢ଼ିବେ।ଚମ୍ପାଇ ସୋରେନ କହିଛନ୍ତି, "ମୁଁ ତିନୋଟି ବିକଳ୍ପ ଦେଇଥିଲି - ଅବସର, ସଂଗଠନ କିମ୍ବା ବନ୍ଧୁ। ମୁଁ ଅବସର ନେବି ନାହିଁ, ଦଳକୁ ମଜବୁତ କରିବି, ଏକ ନୂତନ ଦଳ ଗଠନ କରିବି ଏବଂ ଯଦି ମୁଁ ରାସ୍ତାରେ ଜଣେ ଭଲ ବନ୍ଧୁ ପାଇବି, ତେବେ ମୁଁ ତାଙ୍କ ସହ ଆଗକୁ ବଢ଼ିବି"।ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ତାଙ୍କର ଅସନ୍ତୋଷ ପ୍ରକାଶ କରିଥିଲେ। ଚମ୍ପାଇ ସୋରେନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଗତ ୩ ଦିନ ହେଲା ହେଉଥିବା ଅପମାନଜନକ ବ୍ୟବହାରରେ ଭାବୁକ ହୋଇ ଲୁହ ସମ୍ଭାଳୁଥିଲି, ତେବେ ତାଙ୍କର କେବଳ ଚୌକିରେ ମତଲବ ଥିଲା। ମୋତେ ଏବେ ଏପରି ଲାଗୁଛି ପାର୍ଟିରେ ମୋର କୌଣସି ଭୂମିକା ହିଁ ନାହିଁ। ଏଣୁ ଏତେ ଅପମାନ ଓ ତିରସ୍କାର ପରେ ମୁଁ ବିକଳ୍ପ ଖୋଜିବାକୁ ବାଧ୍ୟ ହେଲି। ଚମ୍ପାଇ ସୋରେନ କହିଛନ୍ତି ଯେ ଜେଏମଏମ ନେତାଙ୍କ ଦ୍ୱାରା ଅପମାନର ସମ୍ମୁଖୀନ ହେବା ପରେ ସେ

ନୂଆ ଦଳ ଗଢ଼ିବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ନୂଆ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି। ଚମ୍ପାଇ ସୋରେନ କହିଛନ୍ତି ଯେ ସେ ରାଜନୀତିରୁ ଅବସର ନେବେ ନାହିଁ। ସେ ଏକ ନୂତନ ଦଳ ଗଠନ କରିବେ ଏବଂ ଏହାକୁ ମଜବୁତ କରିବେ। 

ତେବେ ମେଣ୍ଟ ସମ୍ପର୍କରେ ସେ କହିଛନ୍ତି ଯେ ମିଳିତ ମଞ୍ଚର ରାସ୍ତା ଖୋଲା ରହିବ ଏବଂ ଯଦି କୌଣସି ଭଲ ବନ୍ଧୁ ମିଳିବେ ତେବେ ସେ ତାଙ୍କ ସହ ଆଗକୁ ବଢ଼ିବେ।

ଚମ୍ପାଇ ସୋରେନ କହିଛନ୍ତି, "ମୁଁ ତିନୋଟି ବିକଳ୍ପ ଦେଇଥିଲି - ଅବସର, ସଂଗଠନ କିମ୍ବା ବନ୍ଧୁ। ମୁଁ ଅବସର ନେବି ନାହିଁ, ଦଳକୁ ମଜବୁତ କରିବି, ଏକ ନୂତନ ଦଳ ଗଠନ କରିବି ଏବଂ ଯଦି ମୁଁ ରାସ୍ତାରେ ଜଣେ ଭଲ ବନ୍ଧୁ ପାଇବି, ତେବେ ମୁଁ ତାଙ୍କ ସହ ଆଗକୁ ବଢ଼ିବି"।

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ତାଙ୍କର ଅସନ୍ତୋଷ ପ୍ରକାଶ କରିଥିଲେ। ଚମ୍ପାଇ ସୋରେନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଗତ ୩ ଦିନ ହେଲା ହେଉଥିବା ଅପମାନଜନକ ବ୍ୟବହାରରେ ଭାବୁକ ହୋଇ ଲୁହ ସମ୍ଭାଳୁଥିଲି, ତେବେ ତାଙ୍କର କେବଳ ଚୌକିରେ ମତଲବ ଥିଲା। ମୋତେ ଏବେ ଏପରି ଲାଗୁଛି ପାର୍ଟିରେ ମୋର କୌଣସି ଭୂମିକା ହିଁ ନାହିଁ। ଏଣୁ ଏତେ ଅପମାନ ଓ ତିରସ୍କାର ପରେ ମୁଁ ବିକଳ୍ପ ଖୋଜିବାକୁ ବାଧ୍ୟ ହେଲି। ଚମ୍ପାଇ ସୋରେନ କହିଛନ୍ତି ଯେ ଜେଏମଏମ ନେତାଙ୍କ ଦ୍ୱାରା ଅପମାନର ସମ୍ମୁଖୀନ ହେବା ପରେ ସେ ତାଙ୍କ ଯୋଜନା ଉପରେ ଦୃଢ ଥିଲେ।