ନୂଆ ବର୍ଷରୁ ଆସିବ ସରକାରଙ୍କ ନୂଆ ଏସ୍‌ଓପି ।  ଆପାର୍ଟମେଣ୍ଟ କିଣାବିକା ନେଇ ଫିଟିବ ବାଟ ।

କନକ ବ୍ୟୁରୋ: ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ ବନ୍ଦ ପଡିଛି ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ, ଠପ ହୋଇଯାଇଛି ଫ୍ଲାଟ୍‌ କିଣାବିକା । ଲୋକ ନା ଘର ତିଆରି କରିପାରୁଛନ୍ତି ନା ବିକି ପାରୁଛନ୍ତି । ଆପାର୍ଟମେଣ୍ଟ ରେଜିଷ୍ଟ୍ରସନ ପାଇଁ ବାଟ ଫିଟିଥିଲେ ବି ସହଜ ହୋଇପାରିନି ଏହି ପ୍ରକ୍ରିୟା। ଏବେ ବି ରାଜ୍ୟରେ ଆପାର୍ଟମେଣ୍ଟ ଏବଂ ଜମି ପାଇଁ ବିକ୍ରୟ କାରବାର ପଞ୍ଜିକରଣରେ ଅନେକ ଅସୁବିଧା ଉପୁଜୁଛି। ଅସୁବିଧାକୁ ଦେଖି ବର୍ତ୍ତମାନ ଥିବା ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ଚିନ୍ତା କରୁଛନ୍ତି ସରକାର । ୨୦୨୩ରେ ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଅଧିନିୟମ ଲାଗୁ ହେବା ପରେ ଆପାର୍ଟମେଣ୍ଟ ପାଇଁ ବିକ୍ରୟ ପଞ୍ଜୀକରଣ ମେ' ମାସରୁ ପୁନଃ ଆରମ୍ଭ ହୋଇଥିଲା । କିନ୍ତୁ ଏବେ ଏହି ରେଜିଷ୍ଟ୍ରସନ ଶିଥିଳ ପଡିଯାଇଛି । ବହୁତ କମ ସଂଖ୍ୟାରେ ରେଜିଷ୍ଟ୍ରେସନ ହେଉଛି । ୨୦୨୩ ଅଧିନିୟମ ଆଧାରରେ ବୃତ୍ତିଗତ ପ୍ରମାଣପତ୍ର ଓ ବଣ୍ଟନ ସାର୍ଟିଫିକେଟ୍ ଆବଶ୍ୟକ ପଡୁଛି। ସହରର ଅନେକ ଆପାର୍ଟମେଣ୍ଟରେ ବୃତ୍ତିଗତ ପ୍ରମାଣପତ୍ର ନଥିବାରୁ ହୋଇପାରୁନି ପଞ୍ଜୀକରଣ। ଆପାର୍ଟମେଣ୍ଟ କିଣାବିକା ନେଇ ସରକାରଙ୍କ ବଡ଼ ନିଷ୍ପତି ନୂଆବର୍ଷ ପୂର୍ବରୁ ଆସିବ। ଫଳରେ ରେଜିଷ୍ଟ୍ରେସନ ପାଇଁ ବାଟ ଫିଟିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଏନେଇ ବିଭାଗୀୟ ଅଧିକାରୀ ଓ ରାଜସ୍ବ ବିଭାଗ ସହ ଆଲୋଚନା ସରିଛି, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଖୁବଶୀଘ୍ର ଆପାର୍

ନୂଆ ବର୍ଷରୁ ଆସିବ ସରକାରଙ୍କ ନୂଆ ଏସ୍‌ଓପି ।  ଆପାର୍ଟମେଣ୍ଟ କିଣାବିକା ନେଇ ଫିଟିବ ବାଟ ।

କନକ ବ୍ୟୁରୋ: ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ ବନ୍ଦ ପଡିଛି ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ, ଠପ ହୋଇଯାଇଛି ଫ୍ଲାଟ୍‌ କିଣାବିକା । ଲୋକ ନା ଘର ତିଆରି କରିପାରୁଛନ୍ତି ନା ବିକି ପାରୁଛନ୍ତି । ଆପାର୍ଟମେଣ୍ଟ ରେଜିଷ୍ଟ୍ରସନ ପାଇଁ ବାଟ ଫିଟିଥିଲେ ବି ସହଜ ହୋଇପାରିନି ଏହି ପ୍ରକ୍ରିୟା। ଏବେ ବି ରାଜ୍ୟରେ ଆପାର୍ଟମେଣ୍ଟ ଏବଂ ଜମି ପାଇଁ ବିକ୍ରୟ କାରବାର ପଞ୍ଜିକରଣରେ ଅନେକ ଅସୁବିଧା ଉପୁଜୁଛି। ଅସୁବିଧାକୁ ଦେଖି ବର୍ତ୍ତମାନ ଥିବା ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ଚିନ୍ତା କରୁଛନ୍ତି ସରକାର । ୨୦୨୩ରେ ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଅଧିନିୟମ ଲାଗୁ ହେବା ପରେ ଆପାର୍ଟମେଣ୍ଟ ପାଇଁ ବିକ୍ରୟ ପଞ୍ଜୀକରଣ ମେ' ମାସରୁ ପୁନଃ ଆରମ୍ଭ ହୋଇଥିଲା ।


କିନ୍ତୁ ଏବେ ଏହି ରେଜିଷ୍ଟ୍ରସନ ଶିଥିଳ ପଡିଯାଇଛି । ବହୁତ କମ ସଂଖ୍ୟାରେ ରେଜିଷ୍ଟ୍ରେସନ ହେଉଛି । ୨୦୨୩ ଅଧିନିୟମ ଆଧାରରେ ବୃତ୍ତିଗତ ପ୍ରମାଣପତ୍ର ଓ ବଣ୍ଟନ ସାର୍ଟିଫିକେଟ୍ ଆବଶ୍ୟକ ପଡୁଛି। ସହରର ଅନେକ ଆପାର୍ଟମେଣ୍ଟରେ ବୃତ୍ତିଗତ ପ୍ରମାଣପତ୍ର ନଥିବାରୁ ହୋଇପାରୁନି ପଞ୍ଜୀକରଣ। ଆପାର୍ଟମେଣ୍ଟ କିଣାବିକା ନେଇ ସରକାରଙ୍କ ବଡ଼ ନିଷ୍ପତି ନୂଆବର୍ଷ ପୂର୍ବରୁ ଆସିବ। ଫଳରେ ରେଜିଷ୍ଟ୍ରେସନ ପାଇଁ ବାଟ ଫିଟିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଏନେଇ ବିଭାଗୀୟ ଅଧିକାରୀ ଓ ରାଜସ୍ବ ବିଭାଗ ସହ ଆଲୋଚନା ସରିଛି, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଖୁବଶୀଘ୍ର ଆପାର୍ଟମେଣ୍ଟ କିଣା ବିକା ନେଇ ଆସିବ ଏସଓପି । 
 
ରାଜଧାନୀରେ ପାର୍ଟ ପ୍ଲଟ ବିକ୍ରି ମଧ୍ୟ ବଡ଼ ସମସ୍ୟା । ସରକାର ବଦଲିଛି ହେଲେ ସମସ୍ୟା ବଦଳିନି। ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ ବା ବିଡିଏ ଅଂଚଳରେ ହଜାର ହଜାର ପାର୍ଟ ପ୍ଲଟର ମାଲିକ କେବଳ ଜମିର ଦସ୍ତାବିଜ ଧରି ବସିଛନ୍ତି । କିଣା ବିକା ବନ୍ଦ ରହିଛି । ବିଡିଏରୁ ପାର୍ଟ ପ୍ଲଟର ଲେ' ଆଉଟ ଡିଜାଇନ ନଆଣିଲେ କିଣା ବିକା ହେଇପାରିବନି ବୋଲି ୨୦୨୧ରୁ ଆସିଥିବା ନିୟମ ପାଇଁ ସମସ୍ୟା ଉପୁଜିଛି । ରାଜଧାନୀ ସମେତ ଏହାର ଉପକଣ୍ଠରେ ଥିବା ଜମି ମାଲିକ ପ୍ରତିଦିନ ବିଡିଏ ଓ ସବରେଜିଷ୍ଟ୍ରାର ଅଫିସ ଦୁଆରେ ଆଣ୍ଠେଇଛନ୍ତି । ଆଶା କରାଯାଉଛି ନୂଆବର୍ଷ ରିୟଲ ଇଷ୍ଟେଟ ବ୍ୟବସାୟୀଙ୍କ ପାଇଁ ଆଶ୍ୱାସନାର ବର୍ଷ ହେବ । ତେବେ ମୋହନ ସରକାରଙ୍କ ନୂଆ ଏସଓପି ଉପରେ ସବୁ ନିର୍ଭର କରୁଛି ।