ନୂଆ ବର୍ଷରେ କମିଶନରେଟ ପୋଲିସ ପାଇଁ ନୂଆ ଚାଲେଞ୍ଜ, ସାଧାରଣ ନିର୍ବାଚନ ନିୟନ୍ତ୍ରଣ ଓ ଅପରାଧ ରୋକିବା ବଡ଼ ଟାସ୍କ

୨୦୨୩ କମିଶନରେଟ ପୋଲିସ ପାଇଁ ଥିଲା ଏକ ପ୍ରକାର ବିଫଳତାର ବର୍ଷ । ଅକ୍ଟୋବର ମାସରୁ ବର୍ଷ ଶେଷ ପର୍ଯ୍ୟନ୍ତ ଆପାର୍ଟମେଣ୍ଟ ଲୁଟେରା ହୁଅନ୍ତୁ ଅବା ଏଟିଏମ ଲୁଟେରା । ସବୁ ମାମଲାରେ ପୋଲିସ ଫେଲ ମାରିଥିଲା ।

ନୂଆ ବର୍ଷରେ କମିଶନରେଟ ପୋଲିସ ପାଇଁ ନୂଆ ଚାଲେଞ୍ଜ, ସାଧାରଣ ନିର୍ବାଚନ ନିୟନ୍ତ୍ରଣ ଓ ଅପରାଧ ରୋକିବା ବଡ଼ ଟାସ୍କ

୨୦୨୪ କମିଶନରେଟ ପୋଲିସ ପାଇଁ ଟପ୍‌ ଚାଲେଞ୍ଜ । ଅପରାଧ ନିୟନ୍ତ୍ରଣ ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ରୋକିବା ପୋଲିସ ପାଇଁ କାଠିକର ପାଠ ହୋଇପାରେ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ସ୍ୱଚ୍ଛ ଓ ହିଂସା ମୁକ୍ତ ନିର୍ବାଚନ କରିବା ନେଇ ପୋଲିସ ସମସ୍ତ ପ୍ରକାର ପ୍ରସ୍ତୁତିରେ ଲାଗିଛି । ନିର୍ବାଚନ ପୂର୍ବରୁ ଅସାମାଜିକ ଲୋକଙ୍କୁ ବାନ୍ଧିବା ପୋଲିସ ଲାଗି ବେଶ୍ ଚାଲେଞ୍ଜ ହେବ । ସହରରେ ଅପରାଧ ନିୟନ୍ତ୍ରଣ ସହ ଚୋରି, ଡକାୟତି ରୋକିବା ଦିଗରେ ପୋଲିସ ଆହୁରି ଅଧିକ ପଦକ୍ଷେପ ନେବାକୁ ପଡ଼ିବ । ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲେ ଟ୍ରାଫିକ ନିୟନ୍ତ୍ରଣ କରିବା ମଧ୍ୟ ଏକ ପ୍ରକାର ସମସ୍ୟା ସୃଷ୍ଟି ହୋଇପାରେ । ତେବେ ଏ ସବୁ ପାଇଁ ପୋଲିସ ନିଜର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

୨୦୨୩ କମିଶନରେଟ ପୋଲିସ ପାଇଁ ଥିଲା ଏକ ପ୍ରକାର ବିଫଳତାର ବର୍ଷ । ଅକ୍ଟୋବର ମାସରୁ ବର୍ଷ ଶେଷ ପର୍ଯ୍ୟନ୍ତ ଆପାର୍ଟମେଣ୍ଟ ଲୁଟେରା ହୁଅନ୍ତୁ ଅବା ଏଟିଏମ ଲୁଟେରା । ସବୁ ମାମଲାରେ ପୋଲିସ ଫେଲ ମାରିଥିଲା । ପାଖାପାଖି ୫ ଆପାର୍ଟମେଣ୍ଟର ୧୨ ଫ୍ଲାଟରେ ଲୁଟେରା କଳାକନା ବୁଲାଇଥିଲେ। ତେବେ ବର୍ଷ ଶେଷରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର କରି ପୋଲିସ ତା’ର ଉପସ୍ଥିତି ଜାହିର କରିଛି।

ସହରରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭକୁ ନେଇ କଡାକଡି ଚେକିଂ ପରେ କିଛି ମାତ୍ରାରେ ଦୁର୍ଘଟଣା ରୋକାଯାଇ ପାରିଛି । ଟ୍ରାଫିକ ନିୟନ୍ତ୍ରଣ ସହ ରୋଡ୍‌ ରୋମିଓଙ୍କୁ ସାବାଡ କରିବାରେ ପୋଲିସର କେତେକ ପଦକ୍ଷେପକୁ ମଧ୍ୟ ରାଜଧାନୀବାସୀ ସ୍ୱାଗତ କରିଛନ୍ତି ।