ନୂଆ ବର୍ଷରେ ମହଙ୍ଗା ମାଡ଼, ଆସନ୍ତା ମାସରୁ ଟିଭି ଦେଖିବା ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ଅଧିକ ଟଙ୍କା
ନୂଆଦିଲ୍ଲୀ,୬।୧: ନୂଆ ବର୍ଷରେ ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଜି ଏଣ୍ଟରଟେନମେଣ୍ଟ, ଭାୟକମ୍ ୧୮ ଏବଂ ସୋନି ପିକଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଏହି ଘୋଷଣା ପରେ, ବର୍ତ୍ତମାନ ଗ୍ରାହକମାନଙ୍କୁ ସେମାନଙ୍କର ପ୍ରିୟ ଚ୍ୟାନେଲ ଦେଖିବା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ଭାୟକମ୍ ୧୮ ଏବଂ ନେଟୱାର୍କ […] The post ନୂଆ ବର୍ଷରେ ମହଙ୍ଗା ମାଡ଼, ଆସନ୍ତା ମାସରୁ ଟିଭି ଦେଖିବା ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ଅଧିକ ଟଙ୍କା appeared first on Dharitri Odia News.
ନୂଆଦିଲ୍ଲୀ,୬।୧: ନୂଆ ବର୍ଷରେ ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଜି ଏଣ୍ଟରଟେନମେଣ୍ଟ, ଭାୟକମ୍ ୧୮ ଏବଂ ସୋନି ପିକଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଏହି ଘୋଷଣା ପରେ, ବର୍ତ୍ତମାନ ଗ୍ରାହକମାନଙ୍କୁ ସେମାନଙ୍କର ପ୍ରିୟ ଚ୍ୟାନେଲ ଦେଖିବା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ।
ଭାୟକମ୍ ୧୮ ଏବଂ ନେଟୱାର୍କ ୧୮ ର ଡିଷ୍ଟ୍ରିବ୍ୟୁସନ ବିଭାଗ ଏହାର ଚ୍ୟାନେଲଗୁଡିକର ଦରକୁ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଯେତେବେଳେ କି ଜି ଏଣ୍ଟରଟେନମେଣ୍ଟ ଚ୍ୟାନେଲଗୁଡିକର ମୂଲ୍ୟ ୯ ରୁ ୧୦ ପ୍ରତିଶତକୁ ବୃଦ୍ଧି କରିଛି। ସୋନି ଚ୍ୟାନେଲ ମୂଲ୍ୟକୁ ୯ ରୁ ୧୦ ପ୍ରତିଶତ ବୃଦ୍ଧି କରିଛି। ଯେତେବେଳେ କି ଡ଼ିଜିନି ଷ୍ଟାର ବୃଦ୍ଧି ବିଷୟରେ ସୂଚନା ଦେଇନାହିଁ।
ପ୍ରସାରଣକାରୀମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ବର୍ଦ୍ଧିତ ହାର ଫେବୃଆରୀ ୧, ୨୦୨୪ ରୁ କାର୍ଯ୍ୟକାରୀ ହେବ। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ନିୟମ ଅନୁଯାୟୀ, ପ୍ରସାରଣକାରୀମାନେ ଘୋଷଣା ହେବାର ୩୦ ଦିନ ପରେ ହିଁ ନୂତନ ହାର କାର୍ୟ୍ୟକାରୀ କରିପାରିବେ।
୨୦୨୪ ହେଉଛି ଏକ ନିର୍ବାଚନ ବର୍ଷ। ଏଭଳି ପରିସ୍ଥିତିରେ, ଟେଲିକମ ରେଗୁଲେଟରି ଅଥରିଟି ଇଣ୍ଡିଆ(TRAI) ଟିଭି ଚ୍ୟାନେଲର ମୂଲ୍ୟ ବଢ଼ାଇ ସାଧାରଣ ଲୋକଙ୍କୁ ରଗାଇବାକୁ କରିବାକୁ ଚାହୁଁନାହିଁ। ଭାୟାକମ୍ ୧୮ ଏହାର ଚ୍ୟାନେଲର ହାରକୁ ସର୍ବାଧିକ ବୃଦ୍ଧି କରିଛି କାରଣ ଚଳିତ ବର୍ଷ କମ୍ପାନୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଡିଜିଟାଲ୍ ଅଧିକାର, ବିସିସିଆଇ ମିଡିଆ ଅଧିକାର, କ୍ରିକେଟ୍ ଦକ୍ଷିଣ ଆଫ୍ରିକା ମିଡିଆ ଅଧିକାର ଏବଂ ଅଲିମ୍ପିକ୍ସ ୨୦୨୪ ଭଳି ଅନେକ ପ୍ରମୁଖ କାର୍ଯ୍ୟକ୍ରମର ଅଧିକାର କ୍ରୟ କରିଛି। ଏଥିପାଇଁ କମ୍ପାନୀ ୩୪,୦୦୦ କୋଟି ଟଙ୍କା ବିନିଯୋଗ କରିଛି। ଚ୍ୟାନେଲଗୁଡିକର ହାର ବୃଦ୍ଧି କରି କମ୍ପାନୀ ଏହି ରାଶି କ୍ଷତିପୂରଣ ଭରିବାକୁ ଚେଷ୍ଟା କରୁଛି। ଏହା ବ୍ୟତୀତ ଡ଼ିଜିନି ଚଳିତ ବର୍ଷର ଆଇସିସିର ଅଧିକାର ହାସଲ କରିଛି। ଏଭଳି ପରିସ୍ଥିତିରେ କମ୍ପାନୀ ବର୍ଦ୍ଧିତ ହାର ମାଧ୍ୟମରେ ଏହାର ପରିମାଣ କ୍ଷତିପୂରଣ ଭରିବାକୁ ଚାହୁଁଛି।
The post ନୂଆ ବର୍ଷରେ ମହଙ୍ଗା ମାଡ଼, ଆସନ୍ତା ମାସରୁ ଟିଭି ଦେଖିବା ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ଅଧିକ ଟଙ୍କା appeared first on Dharitri Odia News.