ନୂଆ ବର୍ଷରେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ । ରିପିଟ୍‌ ହେବେ ମନମୋହନ ନା ଆଉ କିଏ ?

କନକ ବ୍ୟୁରୋ: ଜାନୁଆରୀ ତୃତୀୟ ସପ୍ତାହରେ ରାଜ୍ୟ ବିଜେପି ପାଇପାରେ ନୂଆ ମୁଖିଆ । ଏଥିପାଇଁ ସାଙ୍ଗଠନିକ ନିର୍ବାଚନ ଚାଲିଛି । ତେବେ ମନମୋହନ ପୁଣି ସଭାପତି ହେବେ ନା ଆଉ କିଏ ହେବ, ତାକୁ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ଯିଏ ବି ସଭାପତି ହେଲେ ଦଳ-ସରକାର ମଧ୍ୟରେ ସମନ୍ବୟ ରଖିବା ଓ ପୌର-ପଞ୍ଚାୟତ ନିର୍ବାଚନ ଜିତାଇବା ବଡ ଚ୍ୟାଲେଞ୍ଜ୍‌ ହେବ ।  ବିଜେପି ରାଜ୍ୟ ପ୍ରଭାରୀଙ୍କ ଏହି ବୟାନ ପରେ ନୂଆବର୍ଷରୁ ରାଜ୍ୟ ବିଜେପିର ନେତୃତ୍ବ କିଏ ନେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମନମୋହନ ପୁଣି ମଙ୍ଗ ସମ୍ଭାଳିବେ ନା ଆଉ କାହା ଉପରେ ବିଶ୍ବାସ କରିବ ଦଳ । ଉପସଭାପତି ଗୋଲକ ମହାପାତ୍ରଙ୍କ ନାଁ ଚର୍ଚ୍ଚାରେ ଆଗରେ ରହିଛି । ଏହାଛଡ଼ା ପୂର୍ବତନ ସଭାପତି ସମୀର ମହାନ୍ତି ବି ଦୌଡରେ ଅଛନ୍ତି ।  ବିଜେପିର ସଦସ୍ୟତା ଅଭିଯାନ ଚାଲୁ ରହିଥିବାବେଳେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ବିଜେପିର ୩୭,୮୦୯ ବୁଥସ୍ତରୀୟ ନିର୍ବାଚନ ସରିଛି । ୧୫ ତାରିଖ ସୁଦ୍ଧା  ୧୦୦୫ ମଣ୍ଡଳର ନିର୍ବାଚନ ଶେଷ ହେବ । ସେହିଭଳି ୩୬ଟି ସାଙ୍ଗଠନିକ ଜିଲ୍ଲାପାଇଁ ୩୦ ତାରିଖ ସୁଦ୍ଧା ନିର୍ବାଚନ ସାରିବାକୁ ତାରିଖ ଧାର୍ୟ୍ୟ ହୋଇଛି । ଆଉ ନିର୍ବାଚିତ ଜିଲ୍ଲା ସଭାପତିମାନେ ରାଜ୍ୟ ସଭାପତି ବାଛିବେ ।  ନୂଆ ସଭାପତିଙ୍କ ପାଇଁ ନୂଆ ଚ୍ୟାଲେଞ୍ଜପଞ୍ଚାୟତ -ପୌର ନିର୍ବାଚନ ହେବ ବଡ଼ ପରୀକ୍ଷା ରାଜ୍ୟରେ ପ୍ରଥମ ଥର ସରକାର କରିବା ପରେ ବିଜେପି ସଙ୍ଗଠ

ନୂଆ ବର୍ଷରେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ । ରିପିଟ୍‌ ହେବେ ମନମୋହନ ନା ଆଉ କିଏ ?

କନକ ବ୍ୟୁରୋ: ଜାନୁଆରୀ ତୃତୀୟ ସପ୍ତାହରେ ରାଜ୍ୟ ବିଜେପି ପାଇପାରେ ନୂଆ ମୁଖିଆ । ଏଥିପାଇଁ ସାଙ୍ଗଠନିକ ନିର୍ବାଚନ ଚାଲିଛି । ତେବେ ମନମୋହନ ପୁଣି ସଭାପତି ହେବେ ନା ଆଉ କିଏ ହେବ, ତାକୁ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ଯିଏ ବି ସଭାପତି ହେଲେ ଦଳ-ସରକାର ମଧ୍ୟରେ ସମନ୍ବୟ ରଖିବା ଓ ପୌର-ପଞ୍ଚାୟତ ନିର୍ବାଚନ ଜିତାଇବା ବଡ ଚ୍ୟାଲେଞ୍ଜ୍‌ ହେବ । 

ବିଜେପି ରାଜ୍ୟ ପ୍ରଭାରୀଙ୍କ ଏହି ବୟାନ ପରେ ନୂଆବର୍ଷରୁ ରାଜ୍ୟ ବିଜେପିର ନେତୃତ୍ବ କିଏ ନେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମନମୋହନ ପୁଣି ମଙ୍ଗ ସମ୍ଭାଳିବେ ନା ଆଉ କାହା ଉପରେ ବିଶ୍ବାସ କରିବ ଦଳ । ଉପସଭାପତି ଗୋଲକ ମହାପାତ୍ରଙ୍କ ନାଁ ଚର୍ଚ୍ଚାରେ ଆଗରେ ରହିଛି । ଏହାଛଡ଼ା ପୂର୍ବତନ ସଭାପତି ସମୀର ମହାନ୍ତି ବି ଦୌଡରେ ଅଛନ୍ତି ।  ବିଜେପିର ସଦସ୍ୟତା ଅଭିଯାନ ଚାଲୁ ରହିଥିବାବେଳେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ବିଜେପିର ୩୭,୮୦୯ ବୁଥସ୍ତରୀୟ ନିର୍ବାଚନ ସରିଛି । ୧୫ ତାରିଖ ସୁଦ୍ଧା  ୧୦୦୫ ମଣ୍ଡଳର ନିର୍ବାଚନ ଶେଷ ହେବ । ସେହିଭଳି ୩୬ଟି ସାଙ୍ଗଠନିକ ଜିଲ୍ଲାପାଇଁ ୩୦ ତାରିଖ ସୁଦ୍ଧା ନିର୍ବାଚନ ସାରିବାକୁ ତାରିଖ ଧାର୍ୟ୍ୟ ହୋଇଛି । ଆଉ ନିର୍ବାଚିତ ଜିଲ୍ଲା ସଭାପତିମାନେ ରାଜ୍ୟ ସଭାପତି ବାଛିବେ । 

ନୂଆ ସଭାପତିଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ
ପଞ୍ଚାୟତ -ପୌର ନିର୍ବାଚନ ହେବ ବଡ଼ ପରୀକ୍ଷା

ରାଜ୍ୟରେ ପ୍ରଥମ ଥର ସରକାର କରିବା ପରେ ବିଜେପି ସଙ୍ଗଠନ ବଢ଼ାଇବା ଲକ୍ଷ୍ୟରେ ରହିଛି । ୨୦୨୭ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ ରଣନୀତି ପ୍ରସ୍ତୁତ କରିବେ ନୂଆ ସଭାପତି । ଏହାସହ ସରକାର-ସଙ୍ଗଠନ ମଧ୍ୟରେ ସମନ୍ବୟ ରକ୍ଷା କରିବା ବି ବଡ ଚ୍ୟାଲେଞ୍ଜ ହେବ । ସରକାରୀ କାର୍ୟ୍ୟକ୍ରମକୁ ଦଳ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବି ପଡିବ । ଆସନ୍ତା ଜାନୁଆରୀ ୮ରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ୧୦ ତାରିଖ ଯାଏଁ ଚାଲିବ । ଏହାପରେ ନୂଆ ସଭାପତିଙ୍କ ନାଁ ଘୋଷଣା ହୋଇପାରେ ।