ନୂଆ ବିଧାୟକ କିରଣ ସିଂହଦେଓ ହେଲେ ଛତିଶଗଡ଼ ବିଜେପି ମୁଖ୍ୟ

ନିକଟରେ ବିଜେପି ରାଜ୍ୟରେ କ୍ଷମତା ଦଖଲ କରିଥିଲା। ଏହାପରେ ଅରୁଣ ସାଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ତେଣୁ ତାଙ୍କ ସ୍ଥାନରେ ସିଂହଦେଓଙ୍କୁ ବିଜେପିର ରାଜ୍ୟ ମୁଖ୍ୟ କରିଛି।

ନୂଆ ବିଧାୟକ କିରଣ ସିଂହଦେଓ ହେଲେ ଛତିଶଗଡ଼ ବିଜେପି ମୁଖ୍ୟ

ପ୍ରଥମଥର ପାଇଁ ବିଧାୟକ ହୋଇଥିବା କିରଣ ସିଂହଦେଓଙ୍କୁ ବିଜେପି ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ଦଳ ପକ୍ଷରୁ ଛତିଶଗଡ଼ ବିଜେପି ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଅରୁଣ ସାଓ ଛତିଶଗଡ଼ ବିଜେପି ମୁଖ୍ୟ ଭାବେ କାମ କରୁଥିଲେ।

ନିକଟରେ ବିଜେପି ରାଜ୍ୟରେ କ୍ଷମତା ଦଖଲ କରିଥିଲା। ଏହାପରେ ଅରୁଣ ସାଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ତେଣୁ ତାଙ୍କ ସ୍ଥାନରେ ସିଂହଦେଓଙ୍କୁ ବିଜେପିର ରାଜ୍ୟ ମୁଖ୍ୟ କରିଛି।

ସିଂହଦେଓ ଜଗଦଲପୁରରୁ ବିଧାୟକ ହୋଇଛନ୍ତି। ବସ୍ତର ରିଜନର ଏକମାତ୍ର ଅସଂରକ୍ଷିତ ଆସନ ହେଉଛି ଜଗଦଲପୁର। ୬୧ ବର୍ଷୀୟ ସିଂହଦେଓ ଜଗଦଲପୁର ପୌରପାଳିକାର ମେୟର ଭାବେ ୩ ବର୍ଷ କାର୍ଯ୍ୟ କରିଥିଲେ। ସେ ଦଶନ୍ଧି ଦଶନ୍ଧି ଧରି ବିଜେପିର ସାଂଗଠନିକ କାର୍ଯ୍ୟକଳାପ ସହ ଜଡ଼ିତ ରହିଛନ୍ତି।

ତାଙ୍କର ନିଷ୍ଠା ଓ ପରିଶ୍ରମକୁ ଦେଖି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଦଳର ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଜମିଦାର ପରିବାରରୁ ଆସିଥିବା ସିଂହଦେଓ ଜଣେ ତୃଣମୂଳସ୍ତରର ନେତା ଭାବେ ବେଶ ପରିଚିତ। ସେ ୨୫ ବର୍ଷ ଧରି ବିଜେପିର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରି ଆସିଛନ୍ତି।