ନୂଆ ବିଧାୟକଙ୍କ ସଂଖ୍ୟାରେ ଆଶ୍ଚର୍ଯ୍ୟଜକନ ସଂଯୋଗ; ବିଧାନସଭାରେ ନମ୍ବର ନାଇନ୍ ମ୍ୟାଜିକ୍...

ନୂଆ ନିର୍ବାଚିତ ବିଧାୟକଙ୍କ ସଂଖ୍ୟାରେ ଅଦ୍ଭୁତ ସଂଯୋଗ। ଜ୍ୟୋତିର୍ବିଦ୍‌ଙ୍କ ଆକଳନ ନୂଆ ବିଧାୟକଙ୍କ ଭିତରେ ରହିଛନ୍ତି ଭବିଷ୍ୟତର କର୍ଣ୍ଣଧାର।

ନୂଆ ବିଧାୟକଙ୍କ ସଂଖ୍ୟାରେ ଆଶ୍ଚର୍ଯ୍ୟଜକନ ସଂଯୋଗ; ବିଧାନସଭାରେ ନମ୍ବର ନାଇନ୍ ମ୍ୟାଜିକ୍...

ଓଡିଶା ରାଜନୀତିରେ ୯ ସଂଖ୍ୟାର ଝଲକ୍। ନୂଆ ନିର୍ବାଚିତ ବିଧାୟକଙ୍କ ସଂଖ୍ୟାରେ ଅଦ୍ଭୁତ ସଂଯୋଗ। ଜ୍ୟୋତିର୍ବିଦ୍‌ଙ୍କ ଆକଳନ ନୂଆ ବିଧାୟକଙ୍କ ଭିତରେ ରହିଛନ୍ତି ଭବିଷ୍ୟତର କର୍ଣ୍ଣଧାର। ୯ ସଂଖ୍ୟାର ସୁଫଳ, ବିଜେପି ପାଇଥିବା ବେଳେ ବିଜେଡି ପାଇଁ ବୁମେରାଂ ହୋଇଛି । ସେପଟେ ନୂଆ ବିଧାୟକଙ୍କ ଭିତରେ ଭରି ରହିଛି ଯୋଶ୍।

ବିଧାନସଭାରେ ନମ୍ବର ନାଇନ୍ ମ୍ୟାଜିକ୍ । ନୂଆ ବିଧାୟକଙ୍କ ସଂଖ୍ୟାରେ ଆଶ୍ଚର୍ଯ୍ୟଜକନ ସଂଯୋଗ । ୯ ସଂଖ୍ୟାର ଖେଳ । ଶାସକ ଦଳର ୭୮ ନିର୍ବାଚିତ ବିଧାୟକଙ୍କ ଭିତରୁ ନୂଆ ବିଧାୟକ ହେଲେ ୫୪। ଆଉ ଏହି ସଂଖ୍ୟାକୁ ପୃଥକ୍ କରି ଯୋଗ କଲେ ଅର୍ଥାତ୍ ୫ କୁ ୪ ସହ ମିଶାଇଲେ ଯୋଗଫଳ ଆସୁଛି ୯। ସେହିପରି ବିଜେଡିର ୫୧ ବିଧାୟକଙ୍କ ଭିତରୁ ନୂଆ ବିଧାୟକଙ୍କ ସଂଖ୍ୟା ହେଲା ୧୮ । ଏଠି ବି ୧ ଯୁକ୍ତ ୮ର ଫଳ ଆସୁଛି ୯। ଆଉ କଂଗ୍ରେସର ୧୪ ବିଧାୟକଙ୍କ ଭିତରୁ ୯ ଜଣ ହେଉଛନ୍ତି ନୂଆ।

ଅଧିକ ପଢ଼ନ୍ତୁ: ନବୀନଙ୍କୁ ଗଡ଼ ରକ୍ଷା ଚିନ୍ତା, ହିଞ୍ଜିଳିରେ ଫାଟିଲାଣି ଶଙ୍ଖ! ବିଜେପି କ୍ୟାଂପରେ ବିଜେଡି କର୍ମୀ

ଅନ୍ୟପଟେ ସ୍ବାଧୀନ ବିଧାୟକଙ୍କ ସଂଖ୍ୟା ହେଲା ୩। ଯାହାକି ୯ର ଗୁଣନାଙ୍କ। ମୋଟ ୮୪ ଜଣ ହେଉଛନ୍ତି ବିଧାନସଭାର ନୂଆ ସଦସ୍ୟ। ଜ୍ୟୋତିର୍ବିଦ୍‌ଙ୍କ ଗଣନା ଅନୁଯାୟୀ ୯ ସଂଖ୍ୟା ବିଜେପି ପାଇଁ ଅତି ଶୁଭ ଫଳ ଦେଇଥିବା ବେଳେ ନିର୍ବାଚନ ବେଳେ ବିଜେଡି ଟିକେଟ ବଣ୍ଟନ ସମୟରେ ୯ ଅଙ୍କ ଥିଓରୀ ଭୁଲ ପରାମର୍ଶ ପାଇଁ ଫେଲ୍ ମାରିଛି। ତେବେ ଏହି ୮୪ ନୂଆ ବିଧାୟକଙ୍କ ଭିତରେ ଭବିଷ୍ୟତର କର୍ଣ୍ଣଧାର ଅଛନ୍ତି ବୋଲି ଅଙ୍କଶାସ୍ତ୍ରୀଙ୍କ ମତ।

ଅଙ୍କଶାସ୍ତ୍ରୀଙ୍କ ମତରେ ୨୦୨୪ ନିର୍ବାଚନରେ ୯ ସଂଖ୍ୟାର ବଡ଼ ପ୍ରଭାବ ଥିଲା।କିନ୍ତୁ ବିଜେଡି ଏହି ୯ ସଂଖ୍ୟାକୁ ନେଇ ନିର୍ବାଚନ ସମୟରେ ଯେଉଁ ଖେଳ ଖେଳି ଥିଲା ତାହା ଦଳ ପାଇଁ ବୁମେରାଂ ହୋଇଥିଲା। ତେବେ ୨୪ ନିର୍ବାଚନରେ ଯେଉଁ ନୂଆ ବିଧାୟକମାନେ ନିର୍ବାଚିତ ହୋଇଛନ୍ତି ସେମାନେ ଏବେ ନିଜ ନିଜ ଦଳ ପାଇଁ ବଡ଼ ଅସ୍ତ୍ର।  ଆଗାମୀ ଦିନରେ ଦଳର ଭବିଷ୍ୟତ ଏମାନଙ୍କ ଉପରେ ନିର୍ଭର କରୁଛି।

ରାଜନୀତି ସବୁବେଳେ ସଂଖ୍ୟା ଖେଳ ଉପରେ ଆଧାରିତ। ଆଉ ସଂଖ୍ୟା ହିଁ କେତେବେଳେ ସତ୍ତା ବଦଳାଇ ଥାଏ ତ ଆଉ କେତେବେଳେ ବର୍ଷ ବର୍ଷର ସରକାରକୁ ଧୂଳି ଚଟାଇଥାଏ। ତେବେ ଏହି ୯ ସଂଖ୍ୟା ଆଗକୁ ଓଡିଶା ରାଜନୀତି କୁ କେଉଁ ରୋଚକ ମୋଡ କୁ ନେଉଛି ତାକୁ ଅପେକ୍ଷା।

ଅଧିକ ପଢ଼ନ୍ତୁ: ତେଜୁଛି 'ସୁଭଦ୍ରା' ପଲିଟିକ୍ସ; ନବୀନଙ୍କ ସମାଲୋଚନାର ଜବାବ ଦେଲେ ପ୍ରଭାତୀ