ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ, ନବୀନ ନିବାସରେ ଭେଟିଲା ବିଜେପି ଟିମ୍

ଭୁବନେଶ୍ବର ୧୧।୬: ବୁଧବାର ଶପଥ ନେବାକୁ ଯାଉଛନ୍ତି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଶପଥ ସମାରୋହ ପାଇଁ ରାଜଧାନୀର ଜନତା ମଇଦାନକୁ ସୁସଜ୍ଜିତ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ତେବେ ଶପଥ ଗ୍ରହଣ ଉତ୍ସବକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛି ବିଜେପି ଟିମ୍ । ରାଜ୍ୟ ବିଜେପି ଟିମ୍‌ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହି ଟିମ୍‌ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ ଓ ସମୀର ମହାନ୍ତି ପ୍ରମୁଖ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି ।ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ମନମୋହନ ସାମଲ କହିଛନ୍ତି, ଶପଥ ସମାରୋହକୁ ନବୀନ ବାବୁ ନିଶ୍ଚିତ ଆସିବେ । ସୂଚନାଯୋଗ୍ୟ ଯେ, ବୁଧବାର ଓଡିଶାର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଜନତା ମଇଦାନରେ ଶପଥ ଗ୍ରହଣ କରିବେ । ଅପରାହ୍ଣ ୪ଟା ୪୫ରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । You Can Read :ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ ପାଇଁ ନିମନ୍ତ୍ରଣ, ମହାପ୍ରଭୁଙ୍କୁ ନିମନ୍ତ୍ରଣ ପାଇଁ ପୁରୀ ଗଲା ବିଜେପି ଟିମ୍

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ, ନବୀନ ନିବାସରେ ଭେଟିଲା ବିଜେପି ଟିମ୍

ଭୁବନେଶ୍ବର ୧୧।୬: ବୁଧବାର ଶପଥ ନେବାକୁ ଯାଉଛନ୍ତି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଶପଥ ସମାରୋହ ପାଇଁ ରାଜଧାନୀର ଜନତା ମଇଦାନକୁ ସୁସଜ୍ଜିତ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ତେବେ ଶପଥ ଗ୍ରହଣ ଉତ୍ସବକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛି ବିଜେପି ଟିମ୍ । ରାଜ୍ୟ ବିଜେପି ଟିମ୍‌ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହି ଟିମ୍‌ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ ଓ ସମୀର ମହାନ୍ତି ପ୍ରମୁଖ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି ।

ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ମନମୋହନ ସାମଲ କହିଛନ୍ତି, ଶପଥ ସମାରୋହକୁ ନବୀନ ବାବୁ ନିଶ୍ଚିତ ଆସିବେ । 

ସୂଚନାଯୋଗ୍ୟ ଯେ, ବୁଧବାର ଓଡିଶାର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଜନତା ମଇଦାନରେ ଶପଥ ଗ୍ରହଣ କରିବେ । ଅପରାହ୍ଣ ୪ଟା ୪୫ରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । 

You Can Read :

ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ ପାଇଁ ନିମନ୍ତ୍ରଣ, ମହାପ୍ରଭୁଙ୍କୁ ନିମନ୍ତ୍ରଣ ପାଇଁ ପୁରୀ ଗଲା ବିଜେପି ଟିମ୍