ନୂଆ ରଣନୀତିରେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୯: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ନୂଆ ରାଜନୈତିକ ରଣନୀତି ଆପଣାଇଛନ୍ତି। କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ସହ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କୁ ୫ଟି ପ୍ରଶ୍ନ କରି ଉତ୍ତର ମାଗିଛନ୍ତି। ଜନ୍ତରମନ୍ତରରେ ଆୟୋଜିତ ‘ଜନତା କୀ ଅଦାଲତ’ ସଭାରେ କେଜ୍‌ରିଓ୍ବାଲ ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କୁ ପଚାରିଛନ୍ତି ଯେ, ଭାଜପା ନେତା ଏଲ୍‌.କେ. ଆଡଭାନୀଙ୍କ କ୍ଷେତ୍ରରେ ଯେଉଁ ଅବସର ବୟସସୀମା ଲାଗୁ ହୋଇଥିଲା ତାହା […] The post ନୂଆ ରଣନୀତିରେ କେଜ୍‌ରିଓ୍ବାଲ appeared first on Dharitri Odia News.

ନୂଆ ରଣନୀତିରେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୯: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ନୂଆ ରାଜନୈତିକ ରଣନୀତି ଆପଣାଇଛନ୍ତି। କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ସହ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କୁ ୫ଟି ପ୍ରଶ୍ନ କରି ଉତ୍ତର ମାଗିଛନ୍ତି।

ଜନ୍ତରମନ୍ତରରେ ଆୟୋଜିତ ‘ଜନତା କୀ ଅଦାଲତ’ ସଭାରେ କେଜ୍‌ରିଓ୍ବାଲ ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କୁ ପଚାରିଛନ୍ତି ଯେ, ଭାଜପା ନେତା ଏଲ୍‌.କେ. ଆଡଭାନୀଙ୍କ କ୍ଷେତ୍ରରେ ଯେଉଁ ଅବସର ବୟସସୀମା ଲାଗୁ ହୋଇଥିଲା ତାହା ମୋଦିଙ୍କ କ୍ଷେତ୍ରରେ ତାହା ଲାଗୁ ହେବ କି?।

ଭାଜପା ଅନ୍ୟ ଦଳର ନେତାମାନଙ୍କୁ ଦୁର୍ନୀତିଗ୍ରସ୍ତ ଆଖ୍ୟା ଦେବା ପରେ ସେମାନଙ୍କୁ ଦଳରେ ସାମିଲ କରୁଛି। ଭାଜପାର ଏଭଳି ରାଜନୀତି ସହ ଭାଗବତ ଏକମତ ଅଛନ୍ତିକି ବୋଲି ପ୍ରଶ୍ନ କରିଛନ୍ତି।

ଭାଜପା ମୁଖ୍ୟ ଜେ.ପି. ନଡ୍ଡା ଦଳର ବୈଚାରିକ ମାର୍ଗଦର୍ଶକ ଆର୍‌ଏସ୍‌ଏସ୍‌ର ସହଯୋଗ ଲୋଡ଼ାନାହିଁ ବୋଲି ଦେଇଥିବା ମନ୍ତବ୍ୟକ ଭାଗବତ କ’ଣ ଅନୁଭବ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷେ ଭାଜପା ରାଜଘାଟରେ କେଜ୍‌ରିଓ୍ବାଲଙ୍କ ବିରୋଧରେ ବିକ୍ଷୋଭ କରିଛି।

The post ନୂଆ ରଣନୀତିରେ କେଜ୍‌ରିଓ୍ବାଲ appeared first on Dharitri Odia News.