ନୂଆ ଶିଖର ଚଢୁଛନ୍ତି ଭୂମି, ଆଗାମୀ ପ୍ରୋଜେକ୍ଟରେ ଦମ୍‌ଦାର ଅନ୍ଦାଜରେ ଆସିବେ ନଜର

ନୂଆଦିଲ୍ଲୀ ୨୫/୦୩ : ୨୦୧୫ରେ ‘ଦମ୍‌ ଲଗା କେ ହୈଶା’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଭୂମି ପେଡ୍‌ନେକର । ସେହି ଫିଲ୍ମରେ ତାଙ୍କର ଅଭିନୟକୁ ଉଭୟ ଦର୍ଶକ ଓ ସମୀକ୍ଷକ ପ୍ରଶଂସା କରିଥିଲେ । ତା’ପରେ ‘ଟୟଲେଟ୍‌: ଏକ ପ୍ରେମ କଥା’, ‘ଶୁଭ ମଙ୍ଗଳ ସାବଧାନ’, ‘ଦ  ଲେଡି କିଲର୍‌’ ଭଳି ଫିଲ୍ମ ଭେଟି ଦେଇ ଭୂମି ଏବେ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀଙ୍କ  ମଧ୍ୟରୁ ଅନ୍ୟତମ । ଆଗକୁ ଭୂମିଙ୍କୁ ଅପ୍‌କମିଂ ୱେବସିରିଜ୍‌ ‘ଦଲଦଲ୍‌’ରେ ଜଣେ ପୁଲିସ ଅଧିକାରୀଙ୍କ ଚରିତ୍ରରେ ଦେଖିବାକୁ ମିଳିବ । ଅମ୍ରିତ ରାଜ ଗୁପ୍ତାଙ୍କ ନିର୍ଦ୍ଦେଶନାରେ ଏକ  ପୁସ୍ତକ ଉପରେ ଆଧାରିତ ଏହି ଶୋ’ରେ ତାଙ୍କ ଅଭିନୟ ଦକ୍ଷତାର ଏକ ଭିନ୍ନ  ଦିଗକୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଚାଲିଛି । ଏହି ପ୍ରୋଜେକ୍ଟ ସଂପର୍କରେ ଭୂମି ମଧ୍ୟ ଖୁବ୍‌ ଆଗ୍ରହ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୁଁ ସବୁବେଳେ ଚାଲେଞ୍ଜକୁ ପସନ୍ଦ କରେ । ମୋର ଡେବ୍ୟୁ  ଫିଲ୍ମରୁ ଦର୍ଶକମାନେ ତାହା ଦେଖିଥିବେ । ମୁଁ ଭାବୁଛି ବର୍ତ୍ତମାନ ହେଉଛି  କଣ୍ଟେଣ୍ଟ ବା ବିଷୟବସ୍ତୁର ଯୁଗ । ଏଭଳି କ୍ଷେତ୍ରରେ ଅଭିନେତା/ ଅଭିନେତ୍ରୀଙ୍କ  ନିକଟରେ ଦମଦାର୍‌ କଣ୍ଟେଣ୍ଟକୁ ଭରପୁର ବିନିଯୋଗ କରି ନିଜର ଉତ୍କର୍ଷତା  ପ୍ରତିପାଦନ କରିବାର ଅନେକ ସୁଯୋଗ ରହିଛି । ମୋ’ ଅଭିନୟ ଦକ୍ଷତାକୁ ଏକ ନୂଆ ଶିଖରକୁ ନେଇଯିବା ଲାଗି ‘ଦଲଦଲ୍‌’ଉପଯୁକ୍ତ ପ୍ରୋଜେକ୍ଟ ବୋଲି ମୁଁ ମନେ କରୁଛି । ପୂରା ଆ

ନୂଆ ଶିଖର ଚଢୁଛନ୍ତି ଭୂମି, ଆଗାମୀ ପ୍ରୋଜେକ୍ଟରେ ଦମ୍‌ଦାର ଅନ୍ଦାଜରେ ଆସିବେ ନଜର

ନୂଆଦିଲ୍ଲୀ ୨୫/୦୩ : ୨୦୧୫ରେ ‘ଦମ୍‌ ଲଗା କେ ହୈଶା’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଭୂମି ପେଡ୍‌ନେକର । ସେହି ଫିଲ୍ମରେ ତାଙ୍କର ଅଭିନୟକୁ ଉଭୟ ଦର୍ଶକ ଓ ସମୀକ୍ଷକ ପ୍ରଶଂସା କରିଥିଲେ । ତା’ପରେ ‘ଟୟଲେଟ୍‌: ଏକ ପ୍ରେମ କଥା’, ‘ଶୁଭ ମଙ୍ଗଳ ସାବଧାନ’, ‘ଦ  ଲେଡି କିଲର୍‌’ ଭଳି ଫିଲ୍ମ ଭେଟି ଦେଇ ଭୂମି ଏବେ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀଙ୍କ  ମଧ୍ୟରୁ ଅନ୍ୟତମ । 

ଆଗକୁ ଭୂମିଙ୍କୁ ଅପ୍‌କମିଂ ୱେବସିରିଜ୍‌ ‘ଦଲଦଲ୍‌’ରେ ଜଣେ ପୁଲିସ ଅଧିକାରୀଙ୍କ ଚରିତ୍ରରେ ଦେଖିବାକୁ ମିଳିବ । ଅମ୍ରିତ ରାଜ ଗୁପ୍ତାଙ୍କ ନିର୍ଦ୍ଦେଶନାରେ ଏକ  ପୁସ୍ତକ ଉପରେ ଆଧାରିତ ଏହି ଶୋ’ରେ ତାଙ୍କ ଅଭିନୟ ଦକ୍ଷତାର ଏକ ଭିନ୍ନ  ଦିଗକୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଚାଲିଛି । ଏହି ପ୍ରୋଜେକ୍ଟ ସଂପର୍କରେ ଭୂମି ମଧ୍ୟ ଖୁବ୍‌ ଆଗ୍ରହ ପ୍ରକାଶ କରିଛନ୍ତି । 


ସେ କହିଛନ୍ତି, ମୁଁ ସବୁବେଳେ ଚାଲେଞ୍ଜକୁ ପସନ୍ଦ କରେ । ମୋର ଡେବ୍ୟୁ  ଫିଲ୍ମରୁ ଦର୍ଶକମାନେ ତାହା ଦେଖିଥିବେ । ମୁଁ ଭାବୁଛି ବର୍ତ୍ତମାନ ହେଉଛି  କଣ୍ଟେଣ୍ଟ ବା ବିଷୟବସ୍ତୁର ଯୁଗ । ଏଭଳି କ୍ଷେତ୍ରରେ ଅଭିନେତା/ ଅଭିନେତ୍ରୀଙ୍କ  ନିକଟରେ ଦମଦାର୍‌ କଣ୍ଟେଣ୍ଟକୁ ଭରପୁର ବିନିଯୋଗ କରି ନିଜର ଉତ୍କର୍ଷତା  ପ୍ରତିପାଦନ କରିବାର ଅନେକ ସୁଯୋଗ ରହିଛି । 

ମୋ’ ଅଭିନୟ ଦକ୍ଷତାକୁ ଏକ ନୂଆ ଶିଖରକୁ ନେଇଯିବା ଲାଗି ‘ଦଲଦଲ୍‌’ଉପଯୁକ୍ତ ପ୍ରୋଜେକ୍ଟ ବୋଲି ମୁଁ ମନେ କରୁଛି । ପୂରା ଆତ୍ମବିଶ୍ୱାସର ସହ  ସେହି ଭୂମିକା ଲାଗି ପ୍ରସ୍ତୁତ ହେଉଛି । ସେହିପରି ‘ଟଏଲେଟ୍‌:  ଏକ ପ୍ରେମ୍‌ କଥା’ର ପ୍ରଯୋଜକ ବିକ୍ରମ ମଲହୋତ୍ରାଙ୍କ ସହିତ  ପୁଣିଥରେ କାମ କରିବା ସୌଭାଗ୍ୟର କଥା ବୋଲି ସେ  ପ୍ରକାଶ କରିଛନ୍ତି । ‘ଦଲଦଲ୍‌’ରେ ଭୂମିଙ୍କୁ ଜଣେ ଏଭଳି  ପ୍ରଭାବଶାଳୀ ମହିଳାଙ୍କ ଚରିତ୍ରରେ ଦେଖିବାକୁ ମିଳିବ  ଯିଏକି ମୁମ୍ବାଇର ଡିସିପି ଭାବେ କାମ କରୁଛନ୍ତି ।  


କେତେଗୁଡି଼ଏ ହତ୍ୟାକାଣ୍ଡର ତଦନ୍ତ କରିବା  ସମୟରେ ସେ ନିଜର ଅତୀତକୁ ସାମ୍ନା  କରୁଛନ୍ତି । ପରବର୍ତ୍ତୀ ସମୟରେ ଏକ  ସିରିଏଲ୍‌ କିଲର ସହ ସେ ମୁହାମୁହିଁ  ହେଉଛନ୍ତି । ଏହି ୱେବ୍‌ସିରିଜ୍‌  ଆମାଜନ ପ୍ରାଇମ୍‌ ଭିଡିଓରେ  ଆସିବ । ଇତିମଧ୍ୟରେ ଭୂମିଙ୍କୁ  ‘ଭକ୍ଷକ’ରେ ତାଙ୍କର ଭୂମିକା  ଲାଗି ଉଚ୍ଚ ପ୍ରଶଂସା କରାଯାଉଛି ।  ସେଥିରେ ତାଙ୍କୁ ଜଣେ ସାମ୍ବାଦିକାଙ୍କ  ରୋଲ୍‌ରେ ଦେଖିବାକୁ ମିଳିଥିଲା ।

you can also read...

ବଚ୍ଚନ ପରିବାରରେ ସେଲିବ୍ରେସନ, ଶାଶୂ ଶ୍ୱଶୁରଙ୍କୁ ହୋଲି ଲଗାଇଲେ ବୋହୂ