ନୂଆ ସରକାର ଆଗରେ ଏକାଧିକ ଚାଲେଞ୍ଜ୍

ନୂଆ ସରକାର, ନୂଆ ମୁଖ୍ୟମନ୍ତ୍ରୀ। ଶପଥକୁ ୪ ଦିନ ପୂରିଥିବା ବେଳେ, ଆଗକୁ ରହିଛି ଅନେକ ବାଟ । ଅନେକ ଚାଲେଞ୍ଜ। ଫୋକସ୍‌ରେ ରତ୍ନଭଣ୍ଡାର ଖୋଲିବା, ଚିଟଫଣ୍ଡ ଟଙ୍କା ଫେରସ୍ତ...

ନୂଆ ସରକାର ଆଗରେ ଏକାଧିକ ଚାଲେଞ୍ଜ୍

ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଠୁ ନେଇ ପ୍ରଥମ କ୍ୟାବିନେଟର ୪ ବଡ଼ ନିଷ୍ପତ୍ତି । ଶାସନର ମଙ୍ଗ ଧରିବା ମାତ୍ରେ ଆକ୍ଟିଭ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ଆଜି ଯାଏଁ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ହୋଇନଥିବା ବେଳେ, ବିଜେପି ସଂକଳ୍ପ ପତ୍ରରେ ସ୍ଥାନ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ ପାଳନ କରିବା ନୂଆ ସରକାର ପାଇଁ ବଡ଼ ଚାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ସରକାରକୁ ଘେରିବା ପାଇଁ ବିରୋଧୀ ଏବେଠୁ ଅଣ୍ଟା ଭିଡ଼ୁଥିବା ବେଳେ, ବିଜେପି କହିଛି- ଯାହା ପ୍ରତିଶ୍ରୁତି ଦିଆଯାଇଛି, ତାହା ନିଶ୍ଚିତ ପାଳନ ହେବ।