ନୂଆ ସ୍ମାର୍ଟଫୋନ୍‌ ଦେଖିବାକୁ ମିଳିପାରେ ଭାରତୀୟ ଆପ୍ ‘ଇଣ୍ଡସ୍ ଆପ୍‌ଷ୍ଟୋର’: ଗୁଗଲ ପ୍ଲେ ଷ୍ଟୋର ସହ କଡ଼ା ଟକ୍କର

ନୂଆଦିଲ୍ଲୀ: ଏବେ ଆପଣ ନୂଆ ସ୍ମାର୍ଟଫୋନ କିଣିଲେ ସେଥିରେ ଭାରତୀୟ ‘ଇଣ୍ଡସ୍ ଆପ୍‌ଷ୍ଟୋର’ ପୂର୍ବରୁ ଇନ୍‌ଷ୍ଟଲ୍ ହୋଇଥିବା ଦେଖିବାକୁ ପାଇ ପାରନ୍ତି। ଏହା ଏକ ଆପ୍‌ ଷ୍ଟୋର୍। ଯେଉଁଥିରେ ଆପଣ ଆପ୍ ଇନଷ୍ଟଲ୍ କରିପାରିବେ।  ଇଣ୍ଡସ ଆପ୍ ଷ୍ଟୋରକୁ ଗୁଗଲ ପ୍ଲେଷ୍ଟୋରର ବିକଳ୍ପ ଭାବେ ଦେଖାଯାଉଛି। ଫିନ୍‌ଟେକ୍ କମ୍ପାନୀ ଫୋନ୍‌ପେ ‘ଇଣ୍ଡସ ଆପ୍‌ଷ୍ଟୋର’କୁ ଡେଭଲପ କରିଛି।ଏହି ଆପ୍‌କୁ ପ୍ରିଇନ୍‌ଷ୍ଟଲ୍ଡ କରିବାକୁ କମ୍ପାନୀ ସ୍ମାର୍ଟଫୋନ ନିର୍ମାତାଙ୍କ ସହ ଆଲୋଚନା ଜାରି ରଖିଛି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ଇଣ୍ଡସ ଆପ୍‌କୁ ଚଳିତ ବର୍ଷ ଶେଷ ସୁଦ୍ଧା ୧୫୦ ମିଲିଅନ ୟୁଜର୍ସଙ୍କ ସହ ଯୋଡ଼ିବାର ଲକ୍ଷ୍ୟ ରଖାଯାଇଛି। ଇଣ୍ଡସ ଆପ୍‌ଷ୍ଟୋରର ସହସଂସ୍ଥାପକ ଆକାଶ ଡୋଙ୍ଗରେଙ୍କ ବୟାନକୁ କୋଟ୍ କରି ଇକୋନୋମିକ୍ସ ଟାଇମ୍ସ ଲେଖିଛି “ଇଣ୍ଡସ ଆପ୍‌ଷ୍ଟୋର ବର୍ତ୍ତମାନ ନୋକିଆ ଓ ଲାଭା ସହଭାଗିତାରେ ଷ୍ଟ୍ରାଟେଜିକ ଓଇଏମ(ଅରିଜନାଲ ଇକ୍ୟୁପମେଣ୍ଟ ମେନୁଫେକ୍ଚରର)ରେ ପ୍ରବେଶ କରିଛି। ଏଥିସହିତ ଅନ୍ୟ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀଙ୍କ ସହ ଆଲୋଚନା ଜାରି ରହିଛି।” ଡୋଙ୍ଗରେ ଆହୁରି କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଇଣ୍ଡସ ଆପ୍‌ଷ୍ଟୋର ୧୫୦ ମିଲିଅନ ୟୁଜର୍ସଙ୍କ ସହ ଯୋଡ଼ି ହେବାକୁ ଲକ୍ଷ୍ୟ ରଖିଛି। ଇଣ୍ଡସ ଆପଷ୍ଟୋରବର୍ତ୍ତମାନ ଗୁଗଲ ଓ ଆପ୍ ଡେଭଲପର୍ସଙ୍କ ମଧ୍ୟରେ ବିଲିଂ ପଲିସି ଓ କମିଶନକୁ ନେଇ ବିବାଦ ଲାଗି ରହିଛି। ଏହି ବିବାଦ ଭିତରେ ଫୋ

ନୂଆ ସ୍ମାର୍ଟଫୋନ୍‌ ଦେଖିବାକୁ ମିଳିପାରେ ଭାରତୀୟ ଆପ୍ ‘ଇଣ୍ଡସ୍ ଆପ୍‌ଷ୍ଟୋର’: ଗୁଗଲ ପ୍ଲେ ଷ୍ଟୋର ସହ କଡ଼ା ଟକ୍କର

ନୂଆଦିଲ୍ଲୀ: ଏବେ ଆପଣ ନୂଆ ସ୍ମାର୍ଟଫୋନ କିଣିଲେ ସେଥିରେ ଭାରତୀୟ ‘ଇଣ୍ଡସ୍ ଆପ୍‌ଷ୍ଟୋର’ ପୂର୍ବରୁ ଇନ୍‌ଷ୍ଟଲ୍ ହୋଇଥିବା ଦେଖିବାକୁ ପାଇ ପାରନ୍ତି। ଏହା ଏକ ଆପ୍‌ ଷ୍ଟୋର୍। ଯେଉଁଥିରେ ଆପଣ ଆପ୍ ଇନଷ୍ଟଲ୍ କରିପାରିବେ।  ଇଣ୍ଡସ ଆପ୍ ଷ୍ଟୋରକୁ ଗୁଗଲ ପ୍ଲେଷ୍ଟୋରର ବିକଳ୍ପ ଭାବେ ଦେଖାଯାଉଛି। 

ଫିନ୍‌ଟେକ୍ କମ୍ପାନୀ ଫୋନ୍‌ପେ ‘ଇଣ୍ଡସ ଆପ୍‌ଷ୍ଟୋର’କୁ ଡେଭଲପ କରିଛି।

ଏହି ଆପ୍‌କୁ ପ୍ରିଇନ୍‌ଷ୍ଟଲ୍ଡ କରିବାକୁ କମ୍ପାନୀ ସ୍ମାର୍ଟଫୋନ ନିର୍ମାତାଙ୍କ ସହ ଆଲୋଚନା ଜାରି ରଖିଛି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ଇଣ୍ଡସ ଆପ୍‌କୁ ଚଳିତ ବର୍ଷ ଶେଷ ସୁଦ୍ଧା ୧୫୦ ମିଲିଅନ ୟୁଜର୍ସଙ୍କ ସହ ଯୋଡ଼ିବାର ଲକ୍ଷ୍ୟ ରଖାଯାଇଛି। 

ଇଣ୍ଡସ ଆପ୍‌ଷ୍ଟୋରର ସହସଂସ୍ଥାପକ ଆକାଶ ଡୋଙ୍ଗରେଙ୍କ ବୟାନକୁ କୋଟ୍ କରି ଇକୋନୋମିକ୍ସ ଟାଇମ୍ସ ଲେଖିଛି “ଇଣ୍ଡସ ଆପ୍‌ଷ୍ଟୋର ବର୍ତ୍ତମାନ ନୋକିଆ ଓ ଲାଭା ସହଭାଗିତାରେ ଷ୍ଟ୍ରାଟେଜିକ ଓଇଏମ(ଅରିଜନାଲ ଇକ୍ୟୁପମେଣ୍ଟ ମେନୁଫେକ୍ଚରର)ରେ ପ୍ରବେଶ କରିଛି। ଏଥିସହିତ ଅନ୍ୟ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀଙ୍କ ସହ ଆଲୋଚନା ଜାରି ରହିଛି।” ଡୋଙ୍ଗରେ ଆହୁରି କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଇଣ୍ଡସ ଆପ୍‌ଷ୍ଟୋର ୧୫୦ ମିଲିଅନ ୟୁଜର୍ସଙ୍କ ସହ ଯୋଡ଼ି ହେବାକୁ ଲକ୍ଷ୍ୟ ରଖିଛି। 

ଇଣ୍ଡସ ଆପଷ୍ଟୋର

ବର୍ତ୍ତମାନ ଗୁଗଲ ଓ ଆପ୍ ଡେଭଲପର୍ସଙ୍କ ମଧ୍ୟରେ ବିଲିଂ ପଲିସି ଓ କମିଶନକୁ ନେଇ ବିବାଦ ଲାଗି ରହିଛି। ଏହି ବିବାଦ ଭିତରେ ଫୋନ୍‌ପେ ଇଣ୍ଡସ୍ ଆପକୁ ଲଞ୍ଚ୍ କରି କଳି ଭିତରେ ଫାଇଦା ଉଠାଇବାକୁ ଚାହୁଁଛି। ଏଥିସହିତ ଯେହେତୁ ଏହା ଘରୋଇ ଆପ୍ ତେଣୁ ଭାରତରେ ଏହାର ବହୁଳ ବ୍ୟବହାର ହେବାର ସମ୍ଭାବନା ମଧ୍ୟ ରହିଛି। ଚଳିତ ବର୍ଷ ହିଁ ଆପ୍ ଲଞ୍ଚ କରିଥିଲା। ଏହି ଆପ୍‌ଷ୍ଟୋରରେ ବ୍ଲିଙ୍କିଟ୍, ଜେପ୍ଟୋ, ମେକ୍ ମାଇଁ ଟ୍ରିପ୍, ପେଟିଏମ୍ ଏବଂ ଡ୍ରିମ୍ ୧୧, ନାଜାରା ଟେକ୍ନୋଲୋଜି, A23, MPL, ଜଙ୍ଗଲି ରୁମ୍ମି, ତାଜ୍ ରୁମ୍ମି, ରୁମ୍ମି ପାସ୍, ରୁମ୍ମି ସଂସ୍କୃତି, ରୁମି ଟାଇମ୍, ଏବଂ କାର୍ଡବାଜି ଭଳି ଅନେକ ପ୍ରତିଷ୍ଠିତ ଖେଳ କମ୍ପାନୀର ଆପ୍ ରହିଛି। 

ବର୍ତ୍ତମାନ ପର୍ଯ୍ୟନ୍ତ ଇଣ୍ଡିଜ୍ ୨ ନିୟୁତ ଡାଉନଲୋଡ୍ ଅତିକ୍ରମ କରିସାରିଛି, ଯେଉଁଥିରେ ଟାୟର୍-୨ ସହରଗୁଡ଼ିକରୁ ଗୁରୁତ୍ୱପୂର୍ଣ୍ଣ ଟ୍ରାକ୍ସନ୍ ଦେଖିବାକୁ ମିଳୁଛି। ଯାହା ସହରର ୪୫ ପ୍ରତିଶତ ୟୁଜର୍ସଙ୍କୁ ସୂଚାଉଛି। ଇଣ୍ଡସ ଆପ୍‌ଷ୍ଟୋରରେ ୨୫୦,୦୦୦ ଆପ୍ ରହିଛି। ଅଧିକରୁ ଅଧିକ ଆପ୍‌ ସାମିଲ୍ କରିବାକୁ ଇଣ୍ଡସ୍ ଆପ୍‌ଷ୍ଟୋର ପ୍ରଥମ ବର୍ଷ ପାଇଁ ଲିଷ୍ଟିଂ ଫି, ପ୍ଲାଟ୍‌ଫର୍ମ ଫି ସହିତ ଇନ୍ ଆପ୍ ଟ୍ରାଞ୍ଜାକ୍ସନ ଫି ବି ଛାଡ଼ କରିଛି। ଆପ ଡେଭଲପର୍ସଙ୍କ ପାଇଁ ସମସ୍ତ ପ୍ରକାର ପେମେଣ୍ଟ ସୁବିଧା ମଧ୍ୟ ଉପଲବ୍ଧ ରହିଛି।  

ଇଣ୍ଡସ ଆପ୍‌ଷ୍ଟୋରରେ ୧୨ଟି ଭାରତୀୟ ଭାଷା ସପୋର୍ଟ କରୁଥିବା ବେଳେ ସର୍ଚ୍ଚ କ୍ଷମତାକୁ ବଢ଼ାଇବା ପାଇଁ ଭଏସ ସୁବିଧା ମଧ୍ୟ ରହିଛି। ଏହି ଆପ୍ ଲଞ୍ଚ ହେବାର ୩ ଦିନ ମଧ୍ୟରେ ଏଥିରୁ ୧୦୦,୦୦୦ ଡାଉନଲୋଡ୍ ଅତିକ୍ରମ ହୋଇଥିଲା।