ନୂଆଁଖାଇ ପରେ ବର୍ଷା ଉଭାନ: ତେଜିଲା ମରୁଡ଼ି ଘୋଷଣା ଦାବି
କୋକସରା,୮ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ଚଳିତ ବର୍ଷ ନୂଆଁଖାଇ ପରେ ବର୍ଷା ଉଭାନ ହୋଇଯାଇଛି। ଫଳରେ ବ୍ଲକର ୨୨ ପଞ୍ଚାୟତରେ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି। ଜଳସେଚିତ ଅଞ୍ଚଳରେ ଚକଡ଼ା ରୋଗପୋକ ପ୍ରାଦୁର୍ଭାବରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେଣୁ ମରୁଡି ଘୋଷଣା, କୃଷିଋଣ ଛାଡ, ଶସ୍ୟ ବୀମା ଆଦି ଦାବି ନେଇ ଶୁକ୍ରବାର କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ଆବାହକ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ଚାଷୀମାନେ […] The post ନୂଆଁଖାଇ ପରେ ବର୍ଷା ଉଭାନ: ତେଜିଲା ମରୁଡ଼ି ଘୋଷଣା ଦାବି appeared first on Dharitri Odia News.
କୋକସରା,୮ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ଚଳିତ ବର୍ଷ ନୂଆଁଖାଇ ପରେ ବର୍ଷା ଉଭାନ ହୋଇଯାଇଛି। ଫଳରେ ବ୍ଲକର ୨୨ ପଞ୍ଚାୟତରେ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି। ଜଳସେଚିତ ଅଞ୍ଚଳରେ ଚକଡ଼ା ରୋଗପୋକ ପ୍ରାଦୁର୍ଭାବରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେଣୁ ମରୁଡି ଘୋଷଣା, କୃଷିଋଣ ଛାଡ, ଶସ୍ୟ ବୀମା ଆଦି ଦାବି ନେଇ ଶୁକ୍ରବାର କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ଆବାହକ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ଚାଷୀମାନେ ତହସିଲ ଅଫିସ ଘେରାଉ କରିଥିଲେ।
୨୨ ବ୍ଲକର ଶତାଧିକ ଚାଷୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ସହ ପ୍ରତିବାଦ କରିଥିଲେ। ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ, ଲଡୁଗାଁ ଜୟ ଜଗନ୍ନାଥ କୃଷକ ମଞ୍ଚ ସମ୍ପାଦକ ପଙ୍କଜ ମୁଖ ଚୌଧୁରୀ, ନୀଳକଣ୍ଠ ମାଝି, ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ମହିଳା ନେତ୍ରୀ ତିଳୋତ୍ତମା ନାଏକ, ଜିଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝି, ମାଝିଗୁଡା ପଞ୍ଚାୟତ କୃଷକ ମଞ୍ଚ ପ୍ରତିନିଧି ପଞ୍ଚକ ପୋଢ଼, ରେଙ୍ଗାଲପାଲି ପଞ୍ଚାୟତ କୃଷକ ମଞ୍ଚ ପ୍ରତିନିଧି ଜୟଲାଲ ନାଏକ, ମହିମା ସମିତି ସଭ୍ୟତା ଘନଶ୍ୟାମ ନାଏକ ପ୍ରମୁଖ ୨୨ ପଞ୍ଚାୟତକୁ ମରୁଡି ଘୋଷଣା ସହ ଚାଷୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କ୍ଷତିପୂରଣ ଦେବାପାଇଁ ଭାଷଣରେ ପ୍ରକାଶ କରିଥିଲେ।
ପରେ ସମବେତ ଚାଷୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ନବୀନ କିଶୋର ପାଢ଼ୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ଚିନ୍ତାମଣି ପଟେଲ, କେଶବ ଚନ୍ଦ୍ର ନାଏକ, ହରେକୃଷ୍ଣ ନାଏକ, କମଳାକାନ୍ତ ପଣ୍ଡା, ମାର୍କଣ୍ଡ ବେମାଲ, ମନୋଜ ନାଏକ, ମନିଜର ପୋଢ଼, ନାରାୟଣ ପଟ୍ଟନାୟକ, ଋଷିମଣି ମାଝି, ରବି ନାରାୟଣ ଦାସ, ହରିଶ୍ଚନ୍ଦ୍ର ନାଏକ, ଅରବିନ୍ଦ ପଟ୍ଟନାୟକ, ନରେନ୍ଦ୍ର ଧ. ମାଝି, ପରକ୍ଷୀତ ବେଶ୍ରା ପ୍ରମୁଖ ଉପସ୍ଥିତ ଥିଲେ।
The post ନୂଆଁଖାଇ ପରେ ବର୍ଷା ଉଭାନ: ତେଜିଲା ମରୁଡ଼ି ଘୋଷଣା ଦାବି appeared first on Dharitri Odia News.