ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ଆଜି ସମଲେଶ୍ଵରୀଙ୍କ ନିକଟରେ ଅର୍ପଣ ହେବ ନୂଆ ଧାନ

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ଆଜି ମାଆ ସମଲେଶ୍ଵରୀଙ୍କ ନିକଟରେ ଅର୍ପଣ ହେବ ନୂଆ ଧାନ । ସେଥିପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବଲବସପୁର ଗ୍ରାମର ସୁବାସ ବେହେରା ନୂତନ ଧାନ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ ।  ମନ୍ଦିରରେ ଧାନ ପହଞ୍ଚିବା ପରେ ମନ୍ଦିରରେ ନୀତିକାନ୍ତି ପୂର୍ବକ ପୂଜାର୍ଚ୍ଚନା କରାଯିବା କାର୍ଯ୍ୟକ୍ରମ ରହିଛି । ପରେ ଏହି ଧାନରୁ ପୂଜକମାନେ ନିଷ୍ଠାର ସହିତ ଚାଉଳ […] The post ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ଆଜି ସମଲେଶ୍ଵରୀଙ୍କ ନିକଟରେ ଅର୍ପଣ ହେବ ନୂଆ ଧାନ appeared first on KNews Odisha.

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ଆଜି ସମଲେଶ୍ଵରୀଙ୍କ ନିକଟରେ ଅର୍ପଣ ହେବ ନୂଆ ଧାନ
maa samaleswari

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ଆଜି ମାଆ ସମଲେଶ୍ଵରୀଙ୍କ ନିକଟରେ ଅର୍ପଣ ହେବ ନୂଆ ଧାନ । ସେଥିପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବଲବସପୁର ଗ୍ରାମର ସୁବାସ ବେହେରା ନୂତନ ଧାନ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ ।  ମନ୍ଦିରରେ ଧାନ ପହଞ୍ଚିବା ପରେ ମନ୍ଦିରରେ ନୀତିକାନ୍ତି ପୂର୍ବକ ପୂଜାର୍ଚ୍ଚନା କରାଯିବା କାର୍ଯ୍ୟକ୍ରମ ରହିଛି । ପରେ ଏହି ଧାନରୁ ପୂଜକମାନେ ନିଷ୍ଠାର ସହିତ ଚାଉଳ ସଂଗ୍ରହ କରିବା ସହିତ ସେଥୁରୁ ନବାନ୍ନ ପ୍ରସ୍ତୁତ କରିବେ ।

ଆସନ୍ତା ୮ ତାରିଖ ଭାଦ୍ରଵ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସମୟ ସକାଳ ୯ଟା ୧୨ ମିନିଟରୁ ୯ଟା ୨୭ ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀଙ୍କ ନିକଟ ରେ ନବାନ୍ନ ଲାଗି ହେବ ।  ତା’ ପରେ ଘରେ ଘରେ ଲୋକେ ନୂଆ ଖାଇବେ ।

ଓଡିଶାର ଅବିଭକ୍ତ ଜିଲ୍ଲା କଳାହାଣ୍ଡି, ବଳାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବଉଦ ଜିଲ୍ଲା ସମେତ କୋରାପୁଟର କେତେକ ଅଞ୍ଚଳ ଏବଂ ଛତିଶଗଡ ରାଜ୍ୟର ଦେଓଭୋଗ ସମେତ ଅନେକ ଅଞ୍ଚଳରେ ନୂଆଖାଇ ପର୍ବ ଧୂମଧାମରେ ପାଳିତ ହୋଇଥାଏ ।  ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ନୂଆଖାଇ ପର୍ବ ପାଳନ କରାଯାଇଥାଏ ।

ଏହା ହେଉଛି ଏକ କୃଷିଭିତ୍ତିକ ପର୍ବ ।  ଏହି ପର୍ବ ପାଇଁ ମଧ୍ୟ ତିଥି, ବାର ନକ୍ଷତ୍ର ଦେଖାଯାଇଥାଏ ପାଳନ ପୂର୍ବରୁ ।  ବିଶେଷ କରି ପଶ୍ଚିମ ଓଡିଶାର ଏହା ହେଉଛି ଏକ ଗଣ ପର୍ବ ।  ପ୍ରତିବର୍ଷ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି ।  ନୂଆଁଖାଇ ପର୍ବର ଠିକ ପୂର୍ବ ଓ ପର ଦିନ ପାଇଁ ଯେଉଁ ଲୋକ ବିଶ୍ୱାସ ରହିଛି ତାହା ହିଁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ।  ତେବେ ଯେପରି ଓଡ଼ିଶାର ପଶ୍ଚିମ ଓଡିଶା ବାସୀଙ୍କର ମୁଖ୍ୟ ଜୀବିକା ହେଉଛି କୃଷିକାର୍ଯ୍ୟ ।  ସେହି କୃଷିଜାତ ଅନ୍ନର ମହତ୍ୱକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଖାଇ ପର୍ବ ପାଳନ ହୋଇ ଆସୁଛି ।

The post ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ଆଜି ସମଲେଶ୍ଵରୀଙ୍କ ନିକଟରେ ଅର୍ପଣ ହେବ ନୂଆ ଧାନ appeared first on KNews Odisha.