ନୂଆଦିଲ୍ଲୀ ରେଳଷ୍ଟେଶନରେ ଦଳାଚକଟା ଘଟଣା: ସହାୟତା ରାଶି ଘୋଷଣା କଲା ରେଳ ବିଭାଗ

ନୂଆଦିଲ୍ଲୀ,୧୬ା୨: ଦିଲ୍ଲୀ ଷ୍ଟେଶନରେ ଦଳାଚକଟା ଘଟଣାକୁ ନେଇ ସହାୟତା ଘୋଷଣା କରାଯାଇଛି। ଏହି ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏ ସହାୟତା ଘୋଷଣା କରାଯାଇଥିବାବେଳେ ଗୁରୁତରଙ୍କ ପାଇଁ ୨.୫୦ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ଘୋଷଣା କରାଯାଇଛି। ନୂଆଦିଲ୍ଲୀ ରେଳଷ୍ଟେଶନରେ ଶନିବାର ରାତିରେ ଦିଲ୍ଲୀରୁ ପ୍ରୟାଗରାଜ ମହାକୁମ୍ଭକୁ ଯିବା ପାଇଁ ଥିବା ୨ଟି ସ୍ବତନ୍ତ୍ର ଟ୍ରେନ୍‌ ପହଞ୍ଚିବାରେ ବିଳମ୍ବ ହେବାରୁ ଷ୍ଟେଶନରେ […] The post ନୂଆଦିଲ୍ଲୀ ରେଳଷ୍ଟେଶନରେ ଦଳାଚକଟା ଘଟଣା: ସହାୟତା ରାଶି ଘୋଷଣା କଲା ରେଳ ବିଭାଗ appeared first on Dharitri Odia News.

ନୂଆଦିଲ୍ଲୀ ରେଳଷ୍ଟେଶନରେ ଦଳାଚକଟା ଘଟଣା: ସହାୟତା ରାଶି ଘୋଷଣା କଲା ରେଳ ବିଭାଗ

ନୂଆଦିଲ୍ଲୀ,୧୬ା୨: ଦିଲ୍ଲୀ ଷ୍ଟେଶନରେ ଦଳାଚକଟା ଘଟଣାକୁ ନେଇ ସହାୟତା ଘୋଷଣା କରାଯାଇଛି। ଏହି ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏ ସହାୟତା ଘୋଷଣା କରାଯାଇଥିବାବେଳେ ଗୁରୁତରଙ୍କ ପାଇଁ ୨.୫୦ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ଘୋଷଣା କରାଯାଇଛି।

ନୂଆଦିଲ୍ଲୀ ରେଳଷ୍ଟେଶନରେ ଶନିବାର ରାତିରେ ଦିଲ୍ଲୀରୁ ପ୍ରୟାଗରାଜ ମହାକୁମ୍ଭକୁ ଯିବା ପାଇଁ ଥିବା ୨ଟି ସ୍ବତନ୍ତ୍ର ଟ୍ରେନ୍‌ ପହଞ୍ଚିବାରେ ବିଳମ୍ବ ହେବାରୁ ଷ୍ଟେଶନରେ ଭିଡ଼ ବଢ଼ିଥିଲା। ରାତି ପ୍ରାୟ ୧୦ଟା ବେଳେ ଟ୍ରେନ୍‌ ଧରିବା ପାଇଁ ୧୪ ଓ ୧୫ ନମ୍ବର ପ୍ଲାଟ୍‌ଫର୍ମରେ ଅନେକ ହଜାର ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ। ଗହଳି ଏବଂ ଠେଲାପେଲା ମଧ୍ୟରେ ଅନେକ ଯାତ୍ରୀ ତଳେ ପଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବାବେଳେ ୧୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ମୋଦି ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ଯେ, ନୂଆଦିଲ୍ଲୀ ରେଳ ଷ୍ଟେଶନରେ ଦଳାଚକଟା ଯୋଗୁ ମୁଁ ମର୍ମାହତ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। ଆହତମାନେ ଶୀଘ୍ର ଆରୋଗ୍ୟ ହେଉ ବୋଲି ମୁଁ ପ୍ରାର୍ଥନା କରୁଛି। ଏହି ଦଳାଚକଟା ଦ୍ୱାରା ପ୍ରଭାବିତ ସମସ୍ତଙ୍କୁ କର୍ତ୍ତୃପକ୍ଷ ସହାୟତା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି।

The post ନୂଆଦିଲ୍ଲୀ ରେଳଷ୍ଟେଶନରେ ଦଳାଚକଟା ଘଟଣା: ସହାୟତା ରାଶି ଘୋଷଣା କଲା ରେଳ ବିଭାଗ appeared first on Dharitri Odia News.