ନୂଆବର୍ଷରେ ଉତ୍ସବ ପାଳନ କରୁଥିବା ଲୋକଙ୍କ ଉପରେ ଟ୍ରକ ଚଢ଼ାଇ ଆଖିବୁଜା ଗୁଳିମାଡ଼
ଓ୍ବାଶିଂଟନ, ୧।୧: ନୂଆବର୍ଷରେ ଆମେରିକାର ନ୍ୟୁ ଓରଲିୟନ୍ସସ୍ଥିତ ବୋରବନ୍ ଷ୍ଟ୍ରିଟଠାରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ଗୋଟିଏ ଟ୍ରକ୍ ଦ୍ରୁତ ଗତିରେ ଆସି ନୂଆ ବର୍ଷ ପାଳନ କରୁଥିବା ହଜାରରୁ ଅଧିକ ଲୋକଙ୍କ ଉପରେ ଚଢ଼ିଯାଇଥିଲା। ଏହାପରେ ଡ୍ରାଇଭର ଜଣକ ଟ୍ରକ୍ରୁ ଓହ୍ଲାଇ ଭିଡ଼ ଉପରେ ଗୁଳି ଚଳାଇଥିଲେ। ଏହି ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣାକୁ ନେଇ ନ୍ୟୁ ଓରଲିୟନ ପୋଲିସ ଓ ଫେଡେରାଲ ବ୍ୟୁରୋ ଅଫ୍ […] The post ନୂଆବର୍ଷରେ ଉତ୍ସବ ପାଳନ କରୁଥିବା ଲୋକଙ୍କ ଉପରେ ଟ୍ରକ ଚଢ଼ାଇ ଆଖିବୁଜା ଗୁଳିମାଡ଼ appeared first on Dharitri Odia News.
ଓ୍ବାଶିଂଟନ, ୧।୧: ନୂଆବର୍ଷରେ ଆମେରିକାର ନ୍ୟୁ ଓରଲିୟନ୍ସସ୍ଥିତ ବୋରବନ୍ ଷ୍ଟ୍ରିଟଠାରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ଗୋଟିଏ ଟ୍ରକ୍ ଦ୍ରୁତ ଗତିରେ ଆସି ନୂଆ ବର୍ଷ ପାଳନ କରୁଥିବା ହଜାରରୁ ଅଧିକ ଲୋକଙ୍କ ଉପରେ ଚଢ଼ିଯାଇଥିଲା। ଏହାପରେ ଡ୍ରାଇଭର ଜଣକ ଟ୍ରକ୍ରୁ ଓହ୍ଲାଇ ଭିଡ଼ ଉପରେ ଗୁଳି ଚଳାଇଥିଲେ।
ଏହି ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣାକୁ ନେଇ ନ୍ୟୁ ଓରଲିୟନ ପୋଲିସ ଓ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେଶନ(ଏଫ୍ବିଆଇ) ତଦନ୍ତ ଜାରି ରହିଛି। ଆହତଙ୍କୁ ନ୍ୟୁ ଓରଲିୟନ୍ସ ସହରର ୫ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ନ୍ୟୁ ଓରଲିୟନ୍ସର ପୋଲିସ ବିଭାଗ ମୁଖ୍ୟ ଆନ୍ନି କିକ୍ପାଟ୍ରିକ କହିଛନ୍ତି, ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍ ଭିଡ଼ ଉପରେ ଚଢ଼ିଯାଇଥିଲା। ଡ୍ରାଇଭର ଜଣକ ଅଧିକରୁ ଅଧିକ ଲୋକଙ୍କ ଉପରେ ଟ୍ରକ୍ ଚଢ଼ାଇବାକୁ ଚେଷ୍ଟା କରୁଥିଲେ। ଏହା ପରେ ସେ ଲୋକଙ୍କ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ୩୦୦ ଜଣ ପୋଲିସ ଅଧିକାରୀ ନିୟୋଜିତ ଥିଲେ। ସନ୍ଦିଗ୍ଧ ଡ୍ରାଇଭରଙ୍କ ଗୁଳିରେ ୨ ଜଣ ପୋଲିସ ମଧ୍ୟ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ମଧ୍ୟ କିକ୍ପାଟ୍ରିକ ଆଶଙ୍କା କରିଛନ୍ତି।
ତେବେ ନ୍ୟୁ ଓରଲିୟନ୍ସ ମେୟର ଲାଟୋୟା କାଣ୍ଟ୍ରେଲ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ କହିଥିବାବେଳେ, ଏଫ୍ବିଆଇ ସହକାରୀ ଏଜେଣ୍ଟ ଆଲେଥିନା ଡଙ୍କାନ ଏହା ଆତଙ୍କବାଦୀ ଆକ୍ରମଣ ହୋଇ ନ ଥିବା କହିଛନ୍ତି। ଘଟଣାସ୍ଥଳରୁ ଏକ ସନ୍ଦିଗ୍ଧ ବିସ୍ଫୋରକ ଉପକରଣ ମିଳିଥିବା ଆଲେଥିନା କହିଛନ୍ତି। ସନ୍ଦିଗ୍ଧଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ସେ କହିଛନ୍ତି।
The post ନୂଆବର୍ଷରେ ଉତ୍ସବ ପାଳନ କରୁଥିବା ଲୋକଙ୍କ ଉପରେ ଟ୍ରକ ଚଢ଼ାଇ ଆଖିବୁଜା ଗୁଳିମାଡ଼ appeared first on Dharitri Odia News.