ନୂଆବର୍ଷରେ ପ୍ରଶାସନର ନୁଆ ନିୟମ : ଏଣିକି ଭିକାରୀଙ୍କୁ ଭିକ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

କନକବ୍ୟୁରୋ : ଏଣିକି ଭିକାରୀଙ୍କୁ ଭିକ ଦେଲେ ହେବ କାର୍ଯ୍ୟାନୁଷ୍ଠାନ । ନିଜଆଡ଼ୁ ମାମଲା ରୁଜୁ କରିବ ପ୍ରଶାସନ। ନୂଆବର୍ଷରୁ କଡ଼ାକଡ଼ି ପାଳନ ହେବ ନିୟମ । ମଧ୍ୟପ୍ରଦେଶର ଇନ୍ଦୋରକୁ ଭିକାରୀମୁକ୍ତ କରିବା ପାଇଁ ୨୦୨୫, ଜାନୁଆରୀ ୧ରୁ ଭିକାରୀଙ୍କୁ ଭିକ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିବ ଜିଲା ପ୍ରଶାସନ । ଜିଲାପାଳ ଆଶୀଷ ସିଂହ କହିଛନ୍ତି, ଇନ୍ଦୋରରେ ଭିକ୍ଷା ବୃତ୍ତି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରଶାସନ ପୂର୍ବରୁ ନିର୍ଦେଶ ଜାରି କରିଛି ।  ସହରରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଭିକ୍ଷା ବୃତ୍ତି ବିରୋଧରେ ଆମର ସଚେତନତା ଅଭିଯାନ ଚାଲିବ । ଜାନୁଆରୀ ୧ରୁ ଯଦି କୌଣସି ବ୍ୟକ୍ତି ଭିକ ଦେଉଥିବାର ଧରାପଡ଼ନ୍ତି, ତେବେ ତାଙ୍କ ବିରୋଧରେ ଏତଲା ମଧ୍ୟ ପଞ୍ଜିକୃତ ହେବ ।  କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦେଶର ୧୦ଟି ସହରକୁ ଭିକାରୀମୁକ୍ତ କରିବା ପାଇଁ ଏକ-ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛି, ଯେଉଁଥିରେ ଇନ୍ଦୋର ମଧ୍ୟ ସାମିଲ ଅଛି

ନୂଆବର୍ଷରେ ପ୍ରଶାସନର ନୁଆ ନିୟମ : ଏଣିକି ଭିକାରୀଙ୍କୁ ଭିକ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

କନକବ୍ୟୁରୋ : ଏଣିକି ଭିକାରୀଙ୍କୁ ଭିକ ଦେଲେ ହେବ କାର୍ଯ୍ୟାନୁଷ୍ଠାନ । ନିଜଆଡ଼ୁ ମାମଲା ରୁଜୁ କରିବ ପ୍ରଶାସନ। ନୂଆବର୍ଷରୁ କଡ଼ାକଡ଼ି ପାଳନ ହେବ ନିୟମ । ମଧ୍ୟପ୍ରଦେଶର ଇନ୍ଦୋରକୁ ଭିକାରୀମୁକ୍ତ କରିବା ପାଇଁ ୨୦୨୫, ଜାନୁଆରୀ ୧ରୁ ଭିକାରୀଙ୍କୁ ଭିକ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିବ ଜିଲା ପ୍ରଶାସନ । ଜିଲାପାଳ ଆଶୀଷ ସିଂହ କହିଛନ୍ତି, ଇନ୍ଦୋରରେ ଭିକ୍ଷା ବୃତ୍ତି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରଶାସନ ପୂର୍ବରୁ ନିର୍ଦେଶ ଜାରି କରିଛି । 

ସହରରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଭିକ୍ଷା ବୃତ୍ତି ବିରୋଧରେ ଆମର ସଚେତନତା ଅଭିଯାନ ଚାଲିବ । ଜାନୁଆରୀ ୧ରୁ ଯଦି କୌଣସି ବ୍ୟକ୍ତି ଭିକ ଦେଉଥିବାର ଧରାପଡ଼ନ୍ତି, ତେବେ ତାଙ୍କ ବିରୋଧରେ ଏତଲା ମଧ୍ୟ ପଞ୍ଜିକୃତ ହେବ ।  କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦେଶର ୧୦ଟି ସହରକୁ ଭିକାରୀମୁକ୍ତ କରିବା ପାଇଁ ଏକ-ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛି, ଯେଉଁଥିରେ ଇନ୍ଦୋର ମଧ୍ୟ ସାମିଲ ଅଛି