ନୂଆରୂପରେ ଆସିବ ଲକ୍ଷ୍ମୀ ବସ୍‌

ସୋନପୁର,୭।୬(ମୃତ୍ୟୁଞ୍ଜୟ ଶତପଥୀ): ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ସ୍ପଷ୍ଟ ହୋଇଛି। ତେବେ ଭାଜପା ସରକାରର ଶପଥ ସମାରୋହ ଆସନ୍ତା ୧୦ତାରିଖରେ ଜନତା ମଇଦାନ ଠାରେ ଆୟୋଜନ ହେବ। ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ। ତେବେ ସୁବର୍ଣ୍ଣପୁର ଜିଲାରେ ଲକ୍ଷ୍ମୀ ବସ୍‌ଗୁଡିକରୁ ଷ୍ଟିକର ଖୋଲା ଯାଇଥିବା ଦେଖିବାକୁ ମିଳିଛି। ଲକ୍ଷ୍ମୀ ବସ୍‌ ଓ ଦୁଇ ମହିଳା ଶଙ୍ଖ ଫୁଙ୍କୁଥିବା ଭଳି ଚିତ୍ରଥିବା ଷ୍ଟିକର ବସ୍‌ର ଦୁଇପାର୍ଶ୍ୱରୁ ଖୋଲାଯାଇଛି। ସୂଚନା ଅନୁଯାୟୀ ନିର୍ବାଚନ […] The post ନୂଆରୂପରେ ଆସିବ ଲକ୍ଷ୍ମୀ ବସ୍‌ appeared first on Dharitri Odia News.

ନୂଆରୂପରେ ଆସିବ ଲକ୍ଷ୍ମୀ ବସ୍‌

ସୋନପୁର,୭।୬(ମୃତ୍ୟୁଞ୍ଜୟ ଶତପଥୀ): ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ସ୍ପଷ୍ଟ ହୋଇଛି। ତେବେ ଭାଜପା ସରକାରର ଶପଥ ସମାରୋହ ଆସନ୍ତା ୧୦ତାରିଖରେ ଜନତା ମଇଦାନ ଠାରେ ଆୟୋଜନ ହେବ। ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ। ତେବେ ସୁବର୍ଣ୍ଣପୁର ଜିଲାରେ ଲକ୍ଷ୍ମୀ ବସ୍‌ଗୁଡିକରୁ ଷ୍ଟିକର ଖୋଲା ଯାଇଥିବା ଦେଖିବାକୁ ମିଳିଛି। ଲକ୍ଷ୍ମୀ ବସ୍‌ ଓ ଦୁଇ ମହିଳା ଶଙ୍ଖ ଫୁଙ୍କୁଥିବା ଭଳି ଚିତ୍ରଥିବା ଷ୍ଟିକର ବସ୍‌ର ଦୁଇପାର୍ଶ୍ୱରୁ ଖୋଲାଯାଇଛି।

ସୂଚନା ଅନୁଯାୟୀ ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ପରେ ଲକ୍ଷ୍ମୀ ବସ୍‌ରେ ଲାଗିଥିବା ଶଙ୍ଖ ସଦୃଶ ଷ୍ଟିକରକୁ ଢାଙ୍କି ଦିଆ ଯାଇଥିଲା। ତେବେ ସରକାର ପରିବର୍ତ୍ତନ ପରେ ଷ୍ଟିକରକୁ ଖୋଲି ଦିଆଯାଇଛି। ଏ ସମ୍ପର୍କରେ ବସ୍‌ କର୍ମଚାରୀଙ୍କୁ ପଚାରିବାରୁ ସେମାନେ କିଛି କହୁନାହାନ୍ତି। ଷ୍ଟିକର ଛିଣ୍ଡି ଯାଇଥିଲା, ଖୋଲିଦେଲୁ ବୋଲି କହୁଛନ୍ତି। ଫେବୃୟାରୀ ୧୯ ତାରିଖରୁ ଜିଲାରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହୋଇଥିଲା। ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଲକ୍ଷ୍ମୀ ବସ୍‌ ଚଳାଚଳ ସେବାକୁ ଉଦ୍‌ଘାଟନ କରିଥିଲେ। ଲକ୍ଷ୍ୟଥିଲା ଗାଁ ଲୋକମାନେ ଲକ୍ଷ୍ମୀ ବସ୍‌ ଜରିଆରେ ସୁବିଧାରେ ଏବଂ କମ୍‌ ଖର୍ଚ୍ଚରେ ବ୍ଳକ ମୁଖ୍ୟାଳୟକୁ ଆସି ସେମାନଙ୍କ ଦୈନନ୍ଦିନ ଯାତାୟତ କାର୍ଯ୍ୟ କରିପାରିବେ। ପଞ୍ଚାୟତରୁ ବ୍ଲକକୁ ମହିଳାମାନେ ୫ଟଙ୍କା ଦେଇ ଯାତାୟତ କରୁଥିଲେ। ଜିଲାର ୬ଟି ବ୍ଲକକୁ ପ୍ରଥମ ପର୍ଯ୍ୟାୟରେ ୧୨ଟି ବସ୍‌ ଯୋଗାଇ ଦିଆ ଯାଇଥିଲା। ପରେ ଆଉ ୯ଟି ବସ୍‌ ଆସିଥିଲା। ୨୧ଟି ବସ୍‌ ଜିଲାରେ ଯାତାୟତ କରୁଥିଲା ବେଳେ ସବୁ ବସ୍‌ରୁ ଷ୍ଟିକରକୁ ଗୁରୁବାର ହଟାଇ ଦିଆଯାଇଛି।

ଏ ସମ୍ପର୍କରେ ସୁବର୍ଣ୍ଣପୁର ଡିଏମ୍‌ ଓ ଏସ୍‌ଆରଟିସି ଜୟଶ୍ରୀ ମାନସି ଲକ୍ଷ୍ମୀ କହିଛନ୍ତି, ନିର୍ବାଚନ ଆଚରଣ ବିଧି କାରଣରୁ ଷ୍ଟିକରକୁ ଘୋଡାଇ ଦିଆଯାଇଥିଲା। କିଛି ଷ୍ଟିକର ଛିଣ୍ଡି ଯାଇଥିଲା। ବସ୍‌ ଯିବା ଆସିବା ସମୟରେ କିଛି ଯାତ୍ରୀ ଷ୍ଟିକର ଖୋଲି ଦେଇଥିଲେ। ଲକ୍ଷ୍ମୀ ବସ୍‌ ଯୋଜନା ବନ୍ଦ ହେବନାହିଁ। ନୂଆ ବ୍ରାଣ୍ଡିଂ ଅର୍ଥାତ ରୂପରେଖ ବଦଳା ଯାଇ ଚାଲିବ ବୋଲି କହିଥିଲେ।

 

The post ନୂଆରୂପରେ ଆସିବ ଲକ୍ଷ୍ମୀ ବସ୍‌ appeared first on Dharitri Odia News.