ନୂତନ ଜିଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ମଧୁମିତା

ଗଜପତି,୨୭।୭(ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଜିଲାପାଳ ଭାବେ ମଧୁମିତା ରବିବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବରୁ ଥିବା ଜିଲାପାଳ ବିଜୟ କୁମାର ଦାଶଙ୍କୁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଛି। ମଧୁମିତା ଜିଲା କାର୍ଯ୍ୟାଳୟଠାରେ ଦାୟିତ୍ୱ ଗ୍ରହଣ କରିବା ସହ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ହେବାକୁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ […] The post ନୂତନ ଜିଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ମଧୁମିତା appeared first on Dharitri Odia News.

ନୂତନ ଜିଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ମଧୁମିତା

ଗଜପତି,୨୭।୭(ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଜିଲାପାଳ ଭାବେ ମଧୁମିତା ରବିବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବରୁ ଥିବା ଜିଲାପାଳ ବିଜୟ କୁମାର ଦାଶଙ୍କୁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଛି। ମଧୁମିତା ଜିଲା କାର୍ଯ୍ୟାଳୟଠାରେ ଦାୟିତ୍ୱ ଗ୍ରହଣ କରିବା ସହ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ହେବାକୁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସହ ହିତାଧିକାରୀଙ୍କ ନିକଟରେ ଏହାର ସଫଳତାର ସହ ପହଞ୍ଚାଇବା ଓ ଜନସାଧାରଣଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ନୂତନ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ।

ସେହିପରି ଜିଲାରେ ବିଭିନ୍ନ ବିକାଶ ମୂଳକ ଯୋଜନାକୁ ଗୁରୁତ୍ୱ ଦେବା ସହିତ କାର୍ଯ୍ୟକାରୀ ହେଉଥିବାକାମକୁ ତୁରନ୍ତ ଶେଷ କରାଯିବ ଏବଂ ଜିଲାର ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ପ୍ରାଥମିକତା କାର୍ଯ୍ୟ ହେବ ବୋଲି ନୂତନ ଜିଲାପାଳ କହିଛନ୍ତି । ମଧୁମିତା ପୂର୍ବରୁ ଗଞ୍ଜାମ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ କାର୍ଯ ନିର୍ବାହ କରୁଥିଲେ।

The post ନୂତନ ଜିଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ମଧୁମିତା appeared first on Dharitri Odia News.