ନୂତନ ଜିଲ୍ଲାପାଳ ଙ୍କ ଲକ୍ଷ୍ମୀପୁର ଗସ୍ତ
ଲକ୍ଷ୍ମୀପୁର ୦୪/୦୨ .. କୋରାପୁଟରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ ଆଜି ପ୍ରଥମକରି ଲକ୍ଷ୍ମୀପୁର ବ୍ଲକ୍ ଗସ୍ତ କରିଛନ୍ତି।ଗସ୍ତ ସମୟରେ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭିତରେ ଚାରି କୋଟି ବ୍ୟୟ ରେ ଚାଲିଥିବା ଡାକ୍ତରଖାନା ରୂପାନ୍ତରୀଣ କାର୍ଯ୍ୟର ତଦାରଖ କରିଥିଲେ।ଡିପିଏମ ଶୁଭକାନ୍ତ ଗନ୍ତାୟତ,ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମଓ ସନ୍ତୋଷିନୀ ପଣ୍ଡା,ପିଏଚୟୁ ଗୀତାଞ୍ଜଳି ଦାସଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ତୁରନ୍ତ ୧୫ ଦିନ ମଧ୍ୟରେ କାର୍ଯ୍ୟ ସାରିବା […] The post ନୂତନ ଜିଲ୍ଲାପାଳ ଙ୍କ ଲକ୍ଷ୍ମୀପୁର ଗସ୍ତ appeared first on Odisha.News.

ଲକ୍ଷ୍ମୀପୁର ୦୪/୦୨ .. କୋରାପୁଟରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ ଆଜି ପ୍ରଥମକରି ଲକ୍ଷ୍ମୀପୁର ବ୍ଲକ୍ ଗସ୍ତ କରିଛନ୍ତି।ଗସ୍ତ ସମୟରେ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭିତରେ ଚାରି କୋଟି ବ୍ୟୟ ରେ ଚାଲିଥିବା ଡାକ୍ତରଖାନା ରୂପାନ୍ତରୀଣ କାର୍ଯ୍ୟର ତଦାରଖ କରିଥିଲେ।ଡିପିଏମ ଶୁଭକାନ୍ତ ଗନ୍ତାୟତ,ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମଓ ସନ୍ତୋଷିନୀ ପଣ୍ଡା,ପିଏଚୟୁ ଗୀତାଞ୍ଜଳି ଦାସଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ତୁରନ୍ତ ୧୫ ଦିନ ମଧ୍ୟରେ କାର୍ଯ୍ୟ ସାରିବା ସହ ଏନଆରସି ବିଲଡିଂ ଉପରେ ଏକ ଛୋଟ ଖେଳ ପଡିଆ ନିର୍ମାଣ କରିବାକୁ ଠିକାଦାରଙ୍କୁ କହିଥିଲେ।ପରେ ସେଠାରୁ ଜିଲ୍ଲାପାଳ ବାହାରି ସିଧା ସାଙ୍ଗାନା ହାଇସ୍କୁଲ୍ ପରିସର ମଧ୍ୟରେ ଓଡ଼ିଶା ଖଣି ନିଗମ ଅନୁଦାନରେ ନିର୍ମିତ ହୋଇଥିବା ସ୍ମାର୍ଟ ସ୍କୁଲ ପରିଦର୍ଶନ କରି ପ୍ରତ୍ୟେକ ସ୍ମାର୍ଟ ରୁମ୍ ବୁଲି ଦେଖିଥିଲେ। ଲକ୍ଷ୍ମୀପୁର ଜଗନ୍ନାଥ ମନ୍ଦିର ରେ ଠାକୁରଙ୍କୁ ଦର୍ଶନ କରି ବୁର୍ଜା ମାଧ୍ୟମିକ ବିଦ୍ୟାଳୟ ରେ ପହଞ୍ଚି ସେଠାରେ ଚାଲିଥିବା ୫- ଟି କାର୍ଯ୍ୟର ତଦାରଖ କରି ସେଠାରୁ ଲକ୍ଷ୍ମୀପୁର ବୋଡ଼ିଙ୍ଗ ପରିସର ମଧ୍ୟରେ ହୋଇଥିବା ୫- ଟି କାର୍ଯ୍ୟ ବୁଲି ଦେଖି ଲକ୍ଷ୍ମୀପୁର ମହା ବିଦ୍ୟାଳୟ ପହଞ୍ଚି ସବୁକିଛି ପରଖିବା ପରେ ଓଡ଼ିଶା ଖଣି ନିଗମ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ଯାଇଥିଲେ।ସେଠାରେ ଖଣି ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି କୋରାପୁଟ ଅଭିମୁଖେ ବାହାରିଥିଲେ।ନୂତନ ଜିଲ୍ଲାପାଳଙ୍କ ସହ
ପ୍ରୋଭିଜନାଲ ଆଇଏସ ସୌମ୍ୟ ରଞ୍ଜନ ପ୍ରଧାନ ଆସିଥିବା ବେଳେ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଭାଗିରଥି ପାଢ଼ୀ,ବିଇଓ କୈଳାସ ଚନ୍ଦ୍ର ବେହେରା,ଏବିଇଓ ବିଭୂତି ଭୂଷଣ ଟାକିରୀ,ଗ୍ରାମପଞ୍ଚାୟତ ଅଧିକାରୀ ସୁଧୀର ବେହେରା,ଏଇ ପବନ କୁମାର୍,ଓଏଲଏମ୍ ସଂଯୋଜକ ପ୍ରକାଶ ସେଠି,କନିଷ୍ଠ ଯନ୍ତ୍ରୀ ଗୋପାଳ ମିଞ୍ଜ, ବି.ଆର.ସି ଦାମଦର କନ୍ଦପାନ,ବିଏଫଟି ରଞ୍ଜନ ସୁଚେନ୍,ନିହାର ଗରଡା,ହନଙ୍କ ମଣ୍ଡଳ ଙ୍କ ସମେତ ଖଣି ନିଗମ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଜିଲ୍ଲାପାଳଙ୍କ ଗସ୍ତକୁ ଆଖି ଆଗରେ ରଖି ଲକ୍ଷ୍ମୀପୁର ଥାନା ଓ ଖଣି ବିଭାଗ ତରଫରୁ ବ୍ୟାପକ ପୋଲିସ କର୍ମୀ ଉପସ୍ଥିତ ଥିଲେ।
The post ନୂତନ ଜିଲ୍ଲାପାଳ ଙ୍କ ଲକ୍ଷ୍ମୀପୁର ଗସ୍ତ appeared first on Odisha.News.