ନେତାଜୀଙ୍କ ଜୟନ୍ତୀରେ ଲୋକାର୍ପିତ ହେଲା କୁଟିଆ ସଂଗ୍ରହାଳୟ
ତୁମୁଡ଼ିବନ୍ଧ,୨୩ା୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜନଜାତିମାନଙ୍କ ମଧ୍ୟରେ କୁଟିଆ ଆଦିମ ଜନଜାତି ଅଟେ। ଏମାନଙ୍କ ଜୀବନ ଶୈଳୀର ପରମ୍ପରା, ସଂସ୍କୃତିରେ ରହିଛି ସମାଜକୁ ବିଭିନ୍ନ ଶିକ୍ଷଣୀୟ ବିଷୟ। ତାହା ଏବେ ଲୋପ ପାଇବାକୁ ବସିଲାଣି। ତାହା କିପରି ସୁରକ୍ଷିତ ରହିବ ତାହା ଉପରେ ପଦେ ଆଗକୁ ଯାଇ ଏହି ସଂଗ୍ରହାଳୟ କରାଯାଇଛି। ଏହି ସଂଗ୍ରହାଳୟ କନ୍ଧମାଳ ଜିଲା ତୁମୁଡିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ […] The post ନେତାଜୀଙ୍କ ଜୟନ୍ତୀରେ ଲୋକାର୍ପିତ ହେଲା କୁଟିଆ ସଂଗ୍ରହାଳୟ appeared first on Dharitri Odia News.
ତୁମୁଡ଼ିବନ୍ଧ,୨୩ା୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜନଜାତିମାନଙ୍କ ମଧ୍ୟରେ କୁଟିଆ ଆଦିମ ଜନଜାତି ଅଟେ। ଏମାନଙ୍କ ଜୀବନ ଶୈଳୀର ପରମ୍ପରା, ସଂସ୍କୃତିରେ ରହିଛି ସମାଜକୁ ବିଭିନ୍ନ ଶିକ୍ଷଣୀୟ ବିଷୟ। ତାହା ଏବେ ଲୋପ ପାଇବାକୁ ବସିଲାଣି। ତାହା କିପରି ସୁରକ୍ଷିତ ରହିବ ତାହା ଉପରେ ପଦେ ଆଗକୁ ଯାଇ ଏହି ସଂଗ୍ରହାଳୟ କରାଯାଇଛି। ଏହି ସଂଗ୍ରହାଳୟ କନ୍ଧମାଳ ଜିଲା ତୁମୁଡିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ଉଦଘାଟିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁନୀଲ କୁମାର ପାତ୍ରଙ୍କ ପରିଚାଳନାରେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ ଏହି ସଂଗ୍ରହାଳୟକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବାଲିଗୁଡ଼ା ଆଇଟିଡିଏ ପିଏ ଗଦାଧର ପାତ୍ର, ତୁମୁଡିବନ୍ଧ ବିଡିଓ ବନବିହାରୀ ହରପାଲ ଓ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ, ଜିଲା ପରିଷଦ ସଭ୍ୟ ନବୀନ ପାତ୍ର, ପୂର୍ବତନ ବିଧାୟକ ରାଜୀବ ପାତ୍ର ତୁମୁଡିବନ୍ଧ ବ୍ଲକ ଏମ୍ପି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏମ୍ପି ପାଣିଗ୍ରାହୀ ଏପରି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି। ଏହି ସଂଗ୍ରହାଳୟରେ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟର ନମୁନା, ବାଦ୍ୟଯନ୍ତ୍ର, ଅସ୍ତ୍ରଶସ୍ତ୍ର, ଅଳଙ୍କାର, କୃଷି ସାମଗ୍ରୀଗୁଡ଼ିକ ରଖାଯାଇଛି। ଯାହାକି ଆଗାମୀ ଦିନରେ ଏହା ବାର୍ତ୍ତାବହ ହେବ। ଜିଲ୍ଲା ରାଜ୍ୟ ତଥା ରାଜ୍ୟ ବାହାରୁ ଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନେ ଦେଖି ଖୁସି ହେବେ। ବିଦ୍ୟାଳୟର ଏହି ସଂଗ୍ରହାଳୟ ଏକ ପର୍ଯ୍ୟଟନସ୍ଥଳୀ ପାଲଟିବ। ଏହି ସଂଗ୍ରହାଳୟକୁ ତୁମୁଡିବନ୍ଧ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ପ୍ରଶଂସା କରିବା ସହିତ ଏପରି ପଦକ୍ଷେପକୁ ସ୍ବାଗତ ଜଣାଇଛନ୍ତି।
The post ନେତାଜୀଙ୍କ ଜୟନ୍ତୀରେ ଲୋକାର୍ପିତ ହେଲା କୁଟିଆ ସଂଗ୍ରହାଳୟ appeared first on Dharitri Odia News.