ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ଅନ୍ତର୍ଜାତୀୟ ଅପରାଧ କୋର୍ଟ
ନୂଆଦିଲ୍ଲୀ: ଯୁଦ୍ଧ ଅପରାଧ ମାନବିକତା ବିରୋଧରେ ଅପରାଧ ଯୋଗୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ପ୍ରତିରକ୍ଷା ମନ୍ତ୍ରୀ ୟୋଭା ଗାଲାଣ୍ଟଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ଅନ୍ତର୍ଜାତୀୟ ଅପରାଧ କୋର୍ଟ(ଆଇସିସି)। ଗୁରୁବାର ଏହି ଗିରଫ ପରୱାନା ଜାରି କରିଛନ୍ତି। ନେତାନ୍ୟାହୁ ଏବଂ ଗାଲାଣ୍ଟ ମାନବିକତା ବିରୋଧରେ ଅପରାଧ, ହତ୍ୟା, ନିର୍ଯ୍ୟାତନା ଏବଂ ଅମାନବୀୟ କାର୍ଯ୍ୟ ତଥା ଯୁଦ୍ଧ ପରେ ଅନାହାରର ଭଳି ଯୁଦ୍ଧ ଅପରାଧ କରିଥିବା ଆଇସିସି କହିଛି। ଏମାନେ ଗାଜାରେ ସାଧାରଣ ନାଗରିକଙ୍କୁ ଖାଦ୍ୟ, ଜଳ ଏବଂ ଚିକିତ୍ସା ସହାୟତା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଫଳରେ ଛୋଟ ଛୁଆମାନଙ୍କର ବି ମୃତ୍ୟୁ ହୋଇଥିଲା ବୋଲି ଆଇସିସି କହିଛି।ଗତ ବର୍ଷ ଅକ୍ଟୋବର ୭ରେ ହାମାସ ଅଚନାକ ଆକ୍ରମଣ କରିବା ପରେ ପ୍ରତିଶୋଧ ନେଇ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ଯୁଦ୍ଧରେ ହଜାର ହଜାର ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଇସ୍ରାଏଲ ହାମାସକୁ ଧ୍ୱଂସ କରିବାକୁ ଶପଥ ନେଇଛି। ଯୁଦ୍ଧରେ ଗାଜାରେ ଡାକ୍ତରଖାନା ଏବଂ ବିଦ୍ୟାଳୟ ଆଦି ଧ୍ୱଂସ ହୋଇଯାଇଛି।ମାମଲାକୁ ନେଇ ଅଦାଲତ କହିଛନ୍ତି ଯେ ଅଭିଯୁକ୍ତ ଉଦ୍ଦେଶ୍ୟମୂଳକ ଭାବେ ସାଧାରଣ ନାଗରିକ ତଥା ସୀମିତ ଚିକିତ୍ସା ସାମଗ୍ରୀକୁ ଟାର୍ଗେଟ କରି ଚିକିତ୍ସା ପ୍ରକ୍ରିୟାରେ ବାଧା
ନୂଆଦିଲ୍ଲୀ: ଯୁଦ୍ଧ ଅପରାଧ ମାନବିକତା ବିରୋଧରେ ଅପରାଧ ଯୋଗୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ପ୍ରତିରକ୍ଷା ମନ୍ତ୍ରୀ ୟୋଭା ଗାଲାଣ୍ଟଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ଅନ୍ତର୍ଜାତୀୟ ଅପରାଧ କୋର୍ଟ(ଆଇସିସି)। ଗୁରୁବାର ଏହି ଗିରଫ ପରୱାନା ଜାରି କରିଛନ୍ତି।
ନେତାନ୍ୟାହୁ ଏବଂ ଗାଲାଣ୍ଟ ମାନବିକତା ବିରୋଧରେ ଅପରାଧ, ହତ୍ୟା, ନିର୍ଯ୍ୟାତନା ଏବଂ ଅମାନବୀୟ କାର୍ଯ୍ୟ ତଥା ଯୁଦ୍ଧ ପରେ ଅନାହାରର ଭଳି ଯୁଦ୍ଧ ଅପରାଧ କରିଥିବା ଆଇସିସି କହିଛି। ଏମାନେ ଗାଜାରେ ସାଧାରଣ ନାଗରିକଙ୍କୁ ଖାଦ୍ୟ, ଜଳ ଏବଂ ଚିକିତ୍ସା ସହାୟତା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଫଳରେ ଛୋଟ ଛୁଆମାନଙ୍କର ବି ମୃତ୍ୟୁ ହୋଇଥିଲା ବୋଲି ଆଇସିସି କହିଛି।
ଗତ ବର୍ଷ ଅକ୍ଟୋବର ୭ରେ ହାମାସ ଅଚନାକ ଆକ୍ରମଣ କରିବା ପରେ ପ୍ରତିଶୋଧ ନେଇ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ଯୁଦ୍ଧରେ ହଜାର ହଜାର ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଇସ୍ରାଏଲ ହାମାସକୁ ଧ୍ୱଂସ କରିବାକୁ ଶପଥ ନେଇଛି। ଯୁଦ୍ଧରେ ଗାଜାରେ ଡାକ୍ତରଖାନା ଏବଂ ବିଦ୍ୟାଳୟ ଆଦି ଧ୍ୱଂସ ହୋଇଯାଇଛି।
ମାମଲାକୁ ନେଇ ଅଦାଲତ କହିଛନ୍ତି ଯେ ଅଭିଯୁକ୍ତ ଉଦ୍ଦେଶ୍ୟମୂଳକ ଭାବେ ସାଧାରଣ ନାଗରିକ ତଥା ସୀମିତ ଚିକିତ୍ସା ସାମଗ୍ରୀକୁ ଟାର୍ଗେଟ କରି ଚିକିତ୍ସା ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଫଳରେ ଭୟଙ୍କର ପରିଣତି ସୃଷ୍ଟି ହୋଇଛି। କୋର୍ଟ ଏହି ଦୁଇ ଜଣଙ୍କୁ ଅପରାଧୀ ବୋଲି ବିବେଚନା କରିବାକୁ ଯୁକ୍ତିଯୁକ୍ତ ପ୍ରମାଣ ପାଇଛି। ୨୦୨୩ ଅକ୍ଟୋବର ୮ରୁ ୨୦ ମେ ୨୦୨୪ ପର୍ଯ୍ୟନ୍ତ ତଦନ୍ତ କରି ମିଳିଥିବା ପ୍ରମାଣ ଆଧାରରେ ଏହି ରାୟ ଶୁଣାଯାଇଛି ବୋଲି ଆଇସିସି କହିଛନ୍ତି।