ନେତ୍ରଦାନ କରିବାକୁ ସଂକଳ୍ପ ନେଲା ପୂରା ଗାଁ

ହାଇଦ୍ରାବାଦ, ୧୭।୨:  ବିଶ୍ୱରେ ସବୁଠାରୁ କମ୍‌ ଅଙ୍ଗଦାନ ହେଉଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତରେ ପ୍ରତି ଲକ୍ଷେ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ମଧ୍ୟ ଅଙ୍ଗଦାନ କରନ୍ତି ନାହିଁ। ତେବେ ତେଲଙ୍ଗାନାର ହନୁମାକୋଣ୍ଡା ଜିଲା ମୁଚେରିଲା ଗ୍ରାମରେ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି। ଏହି ଗ୍ରାମର ୫୦୦ ଜଣ ଅଧିବାସୀ ସେମାନଙ୍କ ମୃତ୍ୟୁ ପରେ ନିଜ ନେତ୍ର ଦାନ କରିବାକୁ ସଂକଳ୍ପ ନେଇଛନ୍ତି। ଗ୍ରାମବାସୀଙ୍କ ଏହି ଘୋଷଣାକୁ ଚାରିଆଡ଼ୁ ପ୍ରଶଂସା କରାଯାଇଛି। କିଛିବର୍ଷ ମଧ୍ୟରେ ଏହି […] The post ନେତ୍ରଦାନ କରିବାକୁ ସଂକଳ୍ପ ନେଲା ପୂରା ଗାଁ appeared first on Dharitri Odia News.

ନେତ୍ରଦାନ କରିବାକୁ ସଂକଳ୍ପ ନେଲା ପୂରା ଗାଁ

ହାଇଦ୍ରାବାଦ, ୧୭।୨:  ବିଶ୍ୱରେ ସବୁଠାରୁ କମ୍‌ ଅଙ୍ଗଦାନ ହେଉଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତରେ ପ୍ରତି ଲକ୍ଷେ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ମଧ୍ୟ ଅଙ୍ଗଦାନ କରନ୍ତି ନାହିଁ। ତେବେ ତେଲଙ୍ଗାନାର ହନୁମାକୋଣ୍ଡା ଜିଲା ମୁଚେରିଲା ଗ୍ରାମରେ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି। ଏହି ଗ୍ରାମର ୫୦୦ ଜଣ ଅଧିବାସୀ ସେମାନଙ୍କ ମୃତ୍ୟୁ ପରେ ନିଜ ନେତ୍ର ଦାନ କରିବାକୁ ସଂକଳ୍ପ ନେଇଛନ୍ତି। ଗ୍ରାମବାସୀଙ୍କ ଏହି ଘୋଷଣାକୁ ଚାରିଆଡ଼ୁ ପ୍ରଶଂସା କରାଯାଇଛି।
କିଛିବର୍ଷ ମଧ୍ୟରେ ଏହି ଗ୍ରାମରେ ମୃତ୍ୟୁ ପରେ ୭୦ ଜଣ ଗ୍ରାମବାସୀଙ୍କର ନେତ୍ର ଦାନ କରାଯାଇଛି। ରାଜ୍ୟ ଜଳସେଚନ ବିଭାଗର ବିଭାଗୀୟ ଯନ୍ତ୍ରୀ ତଥା ଗ୍ରାମବାସୀ ମଣ୍ଡଲା ରବୀନ୍ଦ୍ରନ୍‌ କହିଛନ୍ତି, ପ୍ରାୟ ଦଶନ୍ଧି ତଳେ ସେ ନିଜ ମା’ଙ୍କ ମୃତ୍ୟୁପରେ ତାଙ୍କ ନେତ୍ର ଦାନ କରିବାକୁ ସଂକଳ୍ପ ନେଇଥିଲେ। ଏହା ଗ୍ରାମରେ ଅଙ୍ଗ ଦାନ ଦିଗରେ ପ୍ରଥମ ପଦକ୍ଷେପ ଥିଲା। ରବୀନ୍ଦ୍ରନ କହିଛନ୍ତି, ମୃତ୍ୟୁ ପରେ ଅଙ୍ଗଗୁଡ଼ିକୁ ନଷ୍ଟ କରିବା ଉଚିତ ନୁହେଁ। ଏହି ଚିନ୍ତାଧାରା ତାଙ୍କର ସର୍ବଦା ରହିଆସିଛି। ସେ ୨୦୧୯ରେ ନିଜ ବାପାଙ୍କ ଅଙ୍ଗ ଦାନ କରିଥିଲେ। ଏହାସହ ସେ ଅନ୍ୟମାନଙ୍କୁ ମଧ୍ୟ ଅଙ୍ଗ ଦାନ କରିବା ପାଇଁ ପ୍ରୋତ୍ସାହନ କରିଥିଲେ, ଯାହାଫଳରେ ଅସହାୟ ଲୋକଙ୍କୁ ସାହାଯ୍ୟ କରାଯାଇ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଅଣାଯାଇ ପାରିବ। ରବୀନ୍ଦ୍ରନଙ୍କଠାରୁ ଅନୁପ୍ରାଣିତ ହୋଇ ଗ୍ରାମର କିଛି ଲୋକ ତାଙ୍କ ପଥକୁ ଅନୁସରଣ କରି ଅଙ୍ଗଦାନ ଓ ନେତ୍ରଦାନ କରିବାକୁ ସଂକଳ୍ପ ନେଇଥିଲେ। ଗ୍ରାମବାସୀ ମଲ୍ଲା ରେଡ୍ଡୀ କହିଛନ୍ତି, ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ଘଟିଲେ ସେମାନେ ରବୀନ୍ଦ୍ରନ୍‌ଙ୍କୁ ଜଣାଇଥାନ୍ତି। ରବୀନ୍ଦ୍ରନ୍‌ ଡାକ୍ତରଙ୍କ ସହ ସମ୍ପର୍କ କରି ନେତ୍ରଦାନ କରିବାରେ ସହାୟତା କରିଥାନ୍ତି। ଗ୍ରାମରେ ଅନେକ ବର୍ଷ ପୂର୍ବରୁ ତାଙ୍କର ଏହି ଅଭିଯାନ ଆରମ୍ଭ ହୋଇଥିଲା, ଯାହା ଏବେ ଦ୍ରୁତଗତିରେ ଅଗ୍ରଗତି କରୁଛି ବୋଲି ରବୀନ୍ଦ୍ରନ୍‌ କହିଛନ୍ତି।

The post ନେତ୍ରଦାନ କରିବାକୁ ସଂକଳ୍ପ ନେଲା ପୂରା ଗାଁ appeared first on Dharitri Odia News.