ନେପାଳରେ ବଡ଼ ଦୁର୍ଘଟଣା: ନଦୀକୁ ଖସିଲା ଭାରତୀୟ ଯାତ୍ରୀବାହୀ ବସ୍
କାଠମାଣ୍ଡୁ,୨୩।୮: ନେପାଳରେ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ୪୦ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବସ୍ ନଦୀରେ ଖସିପଡିଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଅନେକ ଲୋକଙ୍କର ମୃତ୍ୟୁ ହେବାର ସମ୍ଭାବନା ରହିଛି। ନେପାଳ ପୋଲିସର ଅଧିକାରୀ କହିଛନ୍ତି ଯେ ୪୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ତନହୁନ ଜିଲାର ମାର୍ସାଙ୍ଗଡି ନଦୀରେ ଖସିପଡିଛି। ଜିଲା ପୋଲିସ କାର୍ଯ୍ୟାଳୟ ତନହୁନର ଡିଏସପି ଦୀପକମାର ରାୟ ଏହା ନିଶ୍ଚିତ […] The post ନେପାଳରେ ବଡ଼ ଦୁର୍ଘଟଣା: ନଦୀକୁ ଖସିଲା ଭାରତୀୟ ଯାତ୍ରୀବାହୀ ବସ୍ appeared first on Dharitri Odia News.
କାଠମାଣ୍ଡୁ,୨୩।୮: ନେପାଳରେ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ୪୦ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବସ୍ ନଦୀରେ ଖସିପଡିଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଅନେକ ଲୋକଙ୍କର ମୃତ୍ୟୁ ହେବାର ସମ୍ଭାବନା ରହିଛି।
ନେପାଳ ପୋଲିସର ଅଧିକାରୀ କହିଛନ୍ତି ଯେ ୪୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ତନହୁନ ଜିଲାର ମାର୍ସାଙ୍ଗଡି ନଦୀରେ ଖସିପଡିଛି। ଜିଲା ପୋଲିସ କାର୍ଯ୍ୟାଳୟ ତନହୁନର ଡିଏସପି ଦୀପକମାର ରାୟ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ନମ୍ବର ପ୍ଲେଟ UP FT 7623 ଥିବା ବସ୍ ନଦୀରେ ଖସିପଡିଛି। ଅଧିକାରୀଙ୍କ କହିବାନୁସାରେ, ବସ ପୋଖରାରୁ କାଠମାଣ୍ଡୁ ଯାଉଥିଲା।
ଅଧିକାରୀ କହିଛନ୍ତି , ବସ୍ରେ ୪୦ଜଣ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ କେତେକଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଅନେକ ଲୋକ ନିଖୋଜ ଅଛନ୍ତି। ଏହି ବସ୍ଟି ଉତ୍ତରପ୍ରଦେଶରୁ ଆସିଛି। କିନ୍ତୁ ଉତ୍ତରପ୍ରଦେଶର କେଉଁ ଜିଲାରୁ ବସ୍ରେ ନେପାଳକୁ ଆସିଛନ୍ତି, ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିପାରିନାହିଁ। ଏଥି ସହ ଉତ୍ତରପ୍ରଦେଶର ରିଲିଫ କମିଶନର କହିଛନ୍ତି ଯେ ବସ୍ରେ ଯାତ୍ରା କରୁଥିବା ଲୋକମାନେ କେଉଁଠୁଆସିଛନ୍ତି ତାହା ଜାଣିବା ପାଇଁ ଉଦ୍ୟମ ଚାଲିଛି। ଏଥିପାଇଁ ଯୋଗାଯୋଗ କରାଯାଉଛି।
The post ନେପାଳରେ ବଡ଼ ଦୁର୍ଘଟଣା: ନଦୀକୁ ଖସିଲା ଭାରତୀୟ ଯାତ୍ରୀବାହୀ ବସ୍ appeared first on Dharitri Odia News.