ନେହୁରଙ୍କ ଚିଠି ବଢୁଛି ରାଜନୀତି : କଂଗ୍ରେସର ଅଭିଯୋଗ ଆଦାନି ପ୍ରସଙ୍ଗ ଏଡାଇବାକୁ ବିଜେପି କରୁଛି ରାଜନୀତି

କନକବ୍ୟୁରୋ : ଆଉ ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ  । ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ସଦସ୍ୟ ରିଜୱାନ କାଦରୀ ଏବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଲେଖିଛନ୍ତି  ।  ଚିଠିରେ ସୋନିଆ ଗାନ୍ଧୀଙ୍କୁ ପାଖରେ ଥିବା ନେହେରୁଙ୍କ ହାତ ଲେଖା  ୫୧ଟି ପ୍ୟାକେଟ ଭର୍ତି ଚିଠି ଫେରାଇବାକୁ କୁହାଯାଇଛି  । ସଂଗ୍ରହାଳୟ ପକ୍ଷରୁ ସେପ୍ଟେମ୍ବର ମାସରେ ମଧ୍ୟ ସୋନିଆଙ୍କୁ ପତ୍ର ଲେଖାଯାଇଥିଲା ।କୌଣସି ଉତର ନମଳିବାରୁ ଏବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କୁହାଯାଇଛି  । ବିଶିଷ୍ଟ ବ୍ୟକ୍ତିତ୍ବ  ଏଡବିନା ମାଉଣ୍ଟବେଟନ, ଜୟପ୍ରକାଶ ନାରାୟଣ, ବାବୁ ଜଗଜୀବନ ରାଓଙ୍କୁ ନେହେରୁ ଲେଖିଥିବା ଚିଠିକୁ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନେହେରୁ ମେମୋରିଆଲ ସଂଗ୍ରହାଳୟକୁ ଦେଇଥିଲେ  । ୨୦୦୮ ଏହାକୁ ନେଇଯାଇଥିଲେ ସୋନିଆ  । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏହି ସଂଗ୍ରହାଳୟର ନାଁ ପ୍ରଧାନମନ୍ତ୍ରୀ ଜାତୀୟ ସଂଗ୍ରହାଳାୟ ଓ ମ୍ୟୁଜିୟମରେ ନାମିତ ହୋଇଥିଲା । ଯାହା ପାଇଁ ବିଜେପିକୁ କଂଗ୍ରେସ ତୀବ୍ର ସମାଲୋଚନା କରିଥିଲା   ଏବେ ପ୍ରଶ୍ନ ଉଠୁଛି ଏହି ଚିଠିଗୁଡିକ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ସମ୍ପତ୍ତି ହୋଇଥିବାବେଳେ ସୋନିଆ ଗାନ୍ଧି ଏହାକୁ ଏପର୍ୟ୍ୟନ୍ତ ଫେରାଇ ନାହାଁନ୍ତି କାହିଁକି ?  ଅନ୍ୟପକ୍ଷରେ ସୋନିଆ ସଂସଦୀୟ ଦଳ ନେତ୍ରୀ ତାଙ୍କୁ ଚିଠି ନଲେଖାଯାଇ କାହିଁକି ବିରୋଧୀ ଦଳ ନେତ

ନେହୁରଙ୍କ ଚିଠି ବଢୁଛି ରାଜନୀତି : କଂଗ୍ରେସର ଅଭିଯୋଗ ଆଦାନି ପ୍ରସଙ୍ଗ ଏଡାଇବାକୁ ବିଜେପି କରୁଛି ରାଜନୀତି

କନକବ୍ୟୁରୋ : ଆଉ ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ  । ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ସଦସ୍ୟ ରିଜୱାନ କାଦରୀ ଏବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଲେଖିଛନ୍ତି  ।  ଚିଠିରେ ସୋନିଆ ଗାନ୍ଧୀଙ୍କୁ ପାଖରେ ଥିବା ନେହେରୁଙ୍କ ହାତ ଲେଖା  ୫୧ଟି ପ୍ୟାକେଟ ଭର୍ତି ଚିଠି ଫେରାଇବାକୁ କୁହାଯାଇଛି  । ସଂଗ୍ରହାଳୟ ପକ୍ଷରୁ ସେପ୍ଟେମ୍ବର ମାସରେ ମଧ୍ୟ ସୋନିଆଙ୍କୁ ପତ୍ର ଲେଖାଯାଇଥିଲା ।କୌଣସି ଉତର ନମଳିବାରୁ ଏବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କୁହାଯାଇଛି  ।

ବିଶିଷ୍ଟ ବ୍ୟକ୍ତିତ୍ବ  ଏଡବିନା ମାଉଣ୍ଟବେଟନ, ଜୟପ୍ରକାଶ ନାରାୟଣ, ବାବୁ ଜଗଜୀବନ ରାଓଙ୍କୁ ନେହେରୁ ଲେଖିଥିବା ଚିଠିକୁ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନେହେରୁ ମେମୋରିଆଲ ସଂଗ୍ରହାଳୟକୁ ଦେଇଥିଲେ  । ୨୦୦୮ ଏହାକୁ ନେଇଯାଇଥିଲେ ସୋନିଆ  । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏହି ସଂଗ୍ରହାଳୟର ନାଁ ପ୍ରଧାନମନ୍ତ୍ରୀ ଜାତୀୟ ସଂଗ୍ରହାଳାୟ ଓ ମ୍ୟୁଜିୟମରେ ନାମିତ ହୋଇଥିଲା । ଯାହା ପାଇଁ ବିଜେପିକୁ କଂଗ୍ରେସ ତୀବ୍ର ସମାଲୋଚନା କରିଥିଲା  

ଏବେ ପ୍ରଶ୍ନ ଉଠୁଛି ଏହି ଚିଠିଗୁଡିକ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ସମ୍ପତ୍ତି ହୋଇଥିବାବେଳେ ସୋନିଆ ଗାନ୍ଧି ଏହାକୁ ଏପର୍ୟ୍ୟନ୍ତ ଫେରାଇ ନାହାଁନ୍ତି କାହିଁକି ?  ଅନ୍ୟପକ୍ଷରେ ସୋନିଆ ସଂସଦୀୟ ଦଳ ନେତ୍ରୀ ତାଙ୍କୁ ଚିଠି ନଲେଖାଯାଇ କାହିଁକି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଲା ସଂଗ୍ରହାଳୟ? ଏହି ଚିଠି ଗୁଡିକୁ ଫେରାଇ ଆଣି ବିଜେପି ପୁଣି  କଂଗ୍ରେସକୁ ସମାଲୋଚନା କରିବନି ନାହିଁ ତ ?