ନୋଏଡା ଡାକ୍ତରଖାନରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ

ନୂଆଦିଲ୍ଲୀ ୨୨।୦୫: ବୁଧବାର ନୋଏଡାର ଏକ ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଛି। ନୋଏଡା ପୋଲିସର ସୂଚନାନୁସାରେ, ହସ୍ପିଟାଲର ଇନଭର୍ଟର (ୟୁପିଏସ୍) ର ବ୍ୟାଟେରୀରେ ହଠାତ୍ ବିସ୍ଫୋରଣ ହେତୁ ଏହି ଅଗ୍ନିକାଣ୍ଡ ହୋଇଥିଲା। ଏହି ଘଟଣା ସକାଳ ୩:୫୫ରେ ଘଟିଥିଲା । ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ମୁଖ୍ୟ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ସୂଚନା ପାଇବା ମାତ୍ରେ ଆଠଟି ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ।ତେବେ ଡାକ୍ତରଖାନାର ତଳ ମହଲାରେ ନିଆଁ ଲାଗିଥିଲା। ଯାହାର ଧୂଆଁ ପ୍ରଥମ ମହଲା ଯାଏଁ ବ୍ୟାପି ଯାଇଥିଲା। ଏହି କାରଣରୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ଡାକ୍ତରମାନେ ଯଥାଶୀଘ୍ର ପ୍ରଥମ ମହଲାରେ ଭର୍ତ୍ତି ହୋଇଥିବା ୨୫ ରୋଗୀଙ୍କୁ ଜରୁରୀକାଳୀନ ୱାର୍ଡ ଏବଂ ଆଇସିୟୁକୁ ସ୍ଥାନାନ୍ତର କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମର ୮  ଗାଡି ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ଡାକ୍ତରଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ନିଆଁରେ କେହି ଆହତ ହୋଇନାହାଁନ୍ତି। ଅଗ୍ନିକାଣ୍ଡର କାରଣ ହେଉଛି ଅବିଭକ୍ତ ବିଦ୍ୟୁତ୍ ଯୋଗାଣ (ୟୁପିଏସ୍) ବ୍ୟାଟେରୀ, ଯାହାକି ମାତ୍ର ୨୫ ଦିନ ପୂର୍ବରୁ ବଦଳାଯାଇଥିଲା।   

ନୋଏଡା ଡାକ୍ତରଖାନରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ

ନୂଆଦିଲ୍ଲୀ ୨୨।୦୫: ବୁଧବାର ନୋଏଡାର ଏକ ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଛି। ନୋଏଡା ପୋଲିସର ସୂଚନାନୁସାରେ, ହସ୍ପିଟାଲର ଇନଭର୍ଟର (ୟୁପିଏସ୍) ର ବ୍ୟାଟେରୀରେ ହଠାତ୍ ବିସ୍ଫୋରଣ ହେତୁ ଏହି ଅଗ୍ନିକାଣ୍ଡ ହୋଇଥିଲା। ଏହି ଘଟଣା ସକାଳ ୩:୫୫ରେ ଘଟିଥିଲା । ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ମୁଖ୍ୟ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ସୂଚନା ପାଇବା ମାତ୍ରେ ଆଠଟି ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ।

ତେବେ ଡାକ୍ତରଖାନାର ତଳ ମହଲାରେ ନିଆଁ ଲାଗିଥିଲା। ଯାହାର ଧୂଆଁ ପ୍ରଥମ ମହଲା ଯାଏଁ ବ୍ୟାପି ଯାଇଥିଲା। ଏହି କାରଣରୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ଡାକ୍ତରମାନେ ଯଥାଶୀଘ୍ର ପ୍ରଥମ ମହଲାରେ ଭର୍ତ୍ତି ହୋଇଥିବା ୨୫ ରୋଗୀଙ୍କୁ ଜରୁରୀକାଳୀନ ୱାର୍ଡ ଏବଂ ଆଇସିୟୁକୁ ସ୍ଥାନାନ୍ତର କରିଥିଲେ। 

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମର ୮  ଗାଡି ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ଡାକ୍ତରଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ନିଆଁରେ କେହି ଆହତ ହୋଇନାହାଁନ୍ତି। ଅଗ୍ନିକାଣ୍ଡର କାରଣ ହେଉଛି ଅବିଭକ୍ତ ବିଦ୍ୟୁତ୍ ଯୋଗାଣ (ୟୁପିଏସ୍) ବ୍ୟାଟେରୀ, ଯାହାକି ମାତ୍ର ୨୫ ଦିନ ପୂର୍ବରୁ ବଦଳାଯାଇଥିଲା।