ନୌସେନା ଦିବସ ପାଇଁ କାଲି ସବୁ ସ୍କୁଲ ଛୁଟି ଘୋଷଣା
ପୁରୀ,୩।୧୨: ଡିସେମ୍ବର ୪ ଅର୍ଥାତ୍ ଆସନ୍ତାକାଲି ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏଥିପାଇଁ କାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ପୁରୀ ପୌରପାଳିକାରେ ଆସନ୍ତାକାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲାପାଳ ସିର୍ଦ୍ଧାଥ ଶଙ୍କର ସ୍ବାଇଁ। ନୌସେନା ଦିବସରେ ୧୫ଟି ଜାହାଜ, ୪୦ ଏୟାରକ୍ରାଫ୍ଟ ସାମିଲ ହେବେ ବୋଲି ଜଣାପଡିଛିି। ଏୟାରକ୍ରାଫ୍ଟ କ୍ୟାରିୟର ଅନ୍ୟତ୍ର ମୁତୟନ ଥିବାରୁ ଏଥିରେ ସାମିଲ […] The post ନୌସେନା ଦିବସ ପାଇଁ କାଲି ସବୁ ସ୍କୁଲ ଛୁଟି ଘୋଷଣା appeared first on Dharitri Odia News.
ପୁରୀ,୩।୧୨: ଡିସେମ୍ବର ୪ ଅର୍ଥାତ୍ ଆସନ୍ତାକାଲି ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏଥିପାଇଁ କାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ପୁରୀ ପୌରପାଳିକାରେ ଆସନ୍ତାକାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲାପାଳ ସିର୍ଦ୍ଧାଥ ଶଙ୍କର ସ୍ବାଇଁ।
ନୌସେନା ଦିବସରେ ୧୫ଟି ଜାହାଜ, ୪୦ ଏୟାରକ୍ରାଫ୍ଟ ସାମିଲ ହେବେ ବୋଲି ଜଣାପଡିଛିି। ଏୟାରକ୍ରାଫ୍ଟ କ୍ୟାରିୟର ଅନ୍ୟତ୍ର ମୁତୟନ ଥିବାରୁ ଏଥିରେ ସାମିଲ ହୋଇପାରିବନି। ଯେଉଁଠି ଜନଗହଳି ହେବ, ସେଠି ଏଲଇଡି ବ୍ୟବସ୍ଥା କରାଯିବ। ସମୁଦ୍ରରେ ଜାହାଜ ସବୁ ଥିବାରୁ କେହି ପାଣିକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲାପାଳ। ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଯୋଗଦେବା ସହ ଗଜପତି ମହାରାଜାଙ୍କୁ ଆସିବା ପାଇଁ ମଧ୍ୟ ନିମନ୍ତ୍ରଣ କରାଯାଇଛି ବୋଲି ଜିଲାପାଳ କହିଛନ୍ତି।
The post ନୌସେନା ଦିବସ ପାଇଁ କାଲି ସବୁ ସ୍କୁଲ ଛୁଟି ଘୋଷଣା appeared first on Dharitri Odia News.