ନ୍ୟୁଜିଲାଣ୍ଡରେ ରାଷ୍ଟ୍ରପତିଙ୍କୁ ନିଆରା ଢଙ୍ଗରେ ସ୍ବାଗତ, ଦେଖନ୍ତୁ ଭିଡିଓ…

ଓ୍ବିଲିଂଟନ/ନୂଆଦିଲ୍ଲୀ,୮ା୮: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ସେ ବୁଧବାର ନ୍ୟୁଜିଲାଣ୍ଡରେ ପହଞ୍ଚି ସେଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଟଡ୍‌ ମ୍ୟାକଲେ ଏବଂ ଭାରତୀୟ ହାଇ କମିଶନର ନୀତା ଭୂଷଣ ତାଙ୍କୁ ସ୍ବାଗତ କରିଥିଲେ। ଗୁରୁବାର ରାଷ୍ଟ୍ରପତି ମୁର୍ମୁ ନ୍ୟୁଜିଲାଣ୍ଡର ଗଭର୍ନର ଜେନେରାଲ ଡେମ୍‌ ସିଣ୍ଡି କିରୋ ଏବଂ ଉପମୁଖ୍ୟମନ୍ତ୍ରୀ ଓ୍ବିନଷ୍ଟନ ପିଟର୍ସଙ୍କୁ ଭେଟିଛନ୍ତି। ଏହି ବୈଠକରେ ମୁର୍ମୁ ତାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି […] The post ନ୍ୟୁଜିଲାଣ୍ଡରେ ରାଷ୍ଟ୍ରପତିଙ୍କୁ ନିଆରା ଢଙ୍ଗରେ ସ୍ବାଗତ, ଦେଖନ୍ତୁ ଭିଡିଓ… appeared first on Dharitri Odia News.

ନ୍ୟୁଜିଲାଣ୍ଡରେ ରାଷ୍ଟ୍ରପତିଙ୍କୁ ନିଆରା ଢଙ୍ଗରେ ସ୍ବାଗତ, ଦେଖନ୍ତୁ ଭିଡିଓ…

ଓ୍ବିଲିଂଟନ/ନୂଆଦିଲ୍ଲୀ,୮ା୮: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ସେ ବୁଧବାର ନ୍ୟୁଜିଲାଣ୍ଡରେ ପହଞ୍ଚି ସେଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଟଡ୍‌ ମ୍ୟାକଲେ ଏବଂ ଭାରତୀୟ ହାଇ କମିଶନର ନୀତା ଭୂଷଣ ତାଙ୍କୁ ସ୍ବାଗତ କରିଥିଲେ। ଗୁରୁବାର ରାଷ୍ଟ୍ରପତି ମୁର୍ମୁ ନ୍ୟୁଜିଲାଣ୍ଡର ଗଭର୍ନର ଜେନେରାଲ ଡେମ୍‌ ସିଣ୍ଡି କିରୋ ଏବଂ ଉପମୁଖ୍ୟମନ୍ତ୍ରୀ ଓ୍ବିନଷ୍ଟନ ପିଟର୍ସଙ୍କୁ ଭେଟିଛନ୍ତି। ଏହି ବୈଠକରେ ମୁର୍ମୁ ତାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାର ଉପାୟ ବିଷୟରେ ଆଲୋଚନା କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହି ସୂଚନା ପ୍ରଦାନ କରି ଏକ ବିବୃତ୍ତି ଜାରି କରିଛି।

ତେବେ ରାଷ୍ଟ୍ରପତିଙ୍କୁ ନ୍ୟୁଜିଲାଣ୍ଡରେ ଏକ ନିଆରା ଢଙ୍ଗରେ ସ୍ବାଗତ କରାଯାଇଥିଲା। ସେଠାକାର ପାରମ୍ପାରିକ ମାଧୁରୀ ‘ପୋହ୍ବିରି’ ମାଧ୍ୟମରେ ସ୍ବାଗତ କରାଯାଇଛି। ରାଷ୍ଟ୍ରପତି ପହଞ୍ଚିବା ପରେ ପାରମ୍ପାରିକ ପୋଷାକରେ ସୁସଜ୍ଜିତ ହୋଇ ଭାରତର ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍‌ ଅନର ମଧ୍ୟ ପ୍ରଦାନ କରାଯାଇଥିଲା।

ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରାନ୍ଧୀର ଯଶୱାଲ କହିଛନ୍ତି ଯେ ‘ଭାରତ- ନ୍ୟୁଜିଲାଣ୍ଡ ସହଭାଗିତାକୁ ଶକ୍ତି ପ୍ରଦାନ କରୁଛି!

ନ୍ୟୁଜିଲାଣ୍ଡ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀରେ ରାଷ୍ଟ୍ରପତି ମଧ୍ୟ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି,‘ ଶିକ୍ଷା ସର୍ବଦା ମୋ ହୃଦୟର ନିକଟତର ହୋଇଛି। ମୁଁ ଶିକ୍ଷାର ପରିବର୍ତ୍ତନଶୀଳ ଶକ୍ତି ଅନୁଭବ କରିଛି। ଶିକ୍ଷା ମଧ୍ୟ ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ର ନିର୍ମାଣର ଏକ ମାଧ୍ୟମ। ଏକବିଂଶ ଶତାବ୍ଦୀର ଭାରତରେ ଶିକ୍ଷା ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।’ ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି , ଭାରତ ବିଭିନ୍ନ କ୍ଷେତ୍ରରେ ନେତା ସୃଷ୍ଟି କରିଛି ଯେଉଁମାନେ ସାରା ବିଶ୍ୱରେ ଅବଦାନ ରଖିଛନ୍ତି।

The post ନ୍ୟୁଜିଲାଣ୍ଡରେ ରାଷ୍ଟ୍ରପତିଙ୍କୁ ନିଆରା ଢଙ୍ଗରେ ସ୍ବାଗତ, ଦେଖନ୍ତୁ ଭିଡିଓ… appeared first on Dharitri Odia News.