ପଇସା ମାୟାରେ ବାୟା: ଅନ୍‌ଲାଇନ୍ ଗେମ୍ ନେଉଛି ଜୀବନ, ଚେତୁ ନାହାନ୍ତି ଯୁବ ପୀଢ଼ି

କନକ ବ୍ୟୁରୋ: ଚାଲିଛି ଟଙ୍କା ରୋଜଗାରର ଟ୍ରେଣ୍ଡ । ସର୍ଟକର୍ଟରେ ଟଙ୍କା କମାଇବାକୁ ଯାଇ ଜୀବନ ଯାଇଛି । ଅନ ଲାଇନ ଗେମ ପାଇଁ ଆତ୍ମହତ୍ୟା କରିଛନ୍ତି ଯୁବକ । ଏହି ଖେଳରେ ଲକ୍ଷ ଲକ୍ଷ ଟଙ୍କା ହାରିଯିବା ପରେ, ଜୀବନ ହାରିଲେ ଯୁବକ । ଘଟଣା ଘଟିଛି ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଧୀନ ତିନି ମୁଣ୍ଡିଆ ଛକ ଅଞ୍ଚଳରେ । କେମିତି କାହିଁକି ଏବଂ କେଉଁ ପରିସ୍ଥିତିରେ ଯୁବକ ଜଣକ ଆତ୍ମହତ୍ୟା କଲେ ସେନେଇ ଖୋଳତାଡ଼ ଆରମ୍ଭ କରିଛି ଶ୍ରୀ ଲିଙ୍ଗରାଜ ଥାନା ପୁଲିସ । ରାଜଧାନୀର ଏହି ଖବର ଆଜି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ, ବହୁ ପରିବାର ଲୋକ ମାନଙ୍କ ଭିତରେ ଭୟ ସୃଷ୍ଟି କରିଛି । ସେୟାର ମାର୍କେଟର ସର୍ଟକର୍ଟ ଟଙ୍କା ପାଇଁ ଯାଉଛି ଜୀବନ! ଜୀବନ ହରିବାକୁ ଉଷୁକାଉଛି କି ଅନଲାଇନ ଗେମ?   ଅନଲାଇନ୍ ଗେମ୍ କେତେ ଯେ ଭୟଙ୍କର ହୋଇପାରେ ସେ କଥା କେହି କେବେ ସ୍ୱପ୍ନରେ ଭାବି ନଥିବେ । ଜଣେ ଯୁବକ ଅନଲାଇନ ଗେମ ଖେଳରେ ସର୍ବସ୍ୱ ହରାଇବା ପରେ ନିଜେ ବେକରେ ଫାଶି ଲଗାଇ ଜୀବନ ହାରିଛନ୍ତି । ଗେମ୍ ଖେଳି ରୁଣ ଭାରରେ ବୁଡି ଯାଇଥିବା ୨୨ ବର୍ଷିୟ ଯୁବକ ନେଇଛନ୍ତି ଚରମ ନିଷ୍ପତି । ମୃତକ ଜଣକ ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକରେ ରହୁଥିବା ଶଶାଙ୍କ ଶେଖର ଶତପଥୀ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଲିଙ୍ଗରାଜ ଥାନାରେ ଏକ ଅପମୃତ୍

ପଇସା ମାୟାରେ ବାୟା: ଅନ୍‌ଲାଇନ୍ ଗେମ୍ ନେଉଛି ଜୀବନ, ଚେତୁ ନାହାନ୍ତି ଯୁବ ପୀଢ଼ି

କନକ ବ୍ୟୁରୋ: ଚାଲିଛି ଟଙ୍କା ରୋଜଗାରର ଟ୍ରେଣ୍ଡ । ସର୍ଟକର୍ଟରେ ଟଙ୍କା କମାଇବାକୁ ଯାଇ ଜୀବନ ଯାଇଛି । ଅନ ଲାଇନ ଗେମ ପାଇଁ ଆତ୍ମହତ୍ୟା କରିଛନ୍ତି ଯୁବକ । ଏହି ଖେଳରେ ଲକ୍ଷ ଲକ୍ଷ ଟଙ୍କା ହାରିଯିବା ପରେ, ଜୀବନ ହାରିଲେ ଯୁବକ । ଘଟଣା ଘଟିଛି ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଧୀନ ତିନି ମୁଣ୍ଡିଆ ଛକ ଅଞ୍ଚଳରେ । କେମିତି କାହିଁକି ଏବଂ କେଉଁ ପରିସ୍ଥିତିରେ ଯୁବକ ଜଣକ ଆତ୍ମହତ୍ୟା କଲେ ସେନେଇ ଖୋଳତାଡ଼ ଆରମ୍ଭ କରିଛି ଶ୍ରୀ ଲିଙ୍ଗରାଜ ଥାନା ପୁଲିସ । ରାଜଧାନୀର ଏହି ଖବର ଆଜି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ, ବହୁ ପରିବାର ଲୋକ ମାନଙ୍କ ଭିତରେ ଭୟ ସୃଷ୍ଟି କରିଛି ।

ସେୟାର ମାର୍କେଟର ସର୍ଟକର୍ଟ ଟଙ୍କା ପାଇଁ ଯାଉଛି ଜୀବନ! 
ଜୀବନ ହରିବାକୁ ଉଷୁକାଉଛି କି ଅନଲାଇନ ଗେମ?  

ଅନଲାଇନ୍ ଗେମ୍ କେତେ ଯେ ଭୟଙ୍କର ହୋଇପାରେ ସେ କଥା କେହି କେବେ ସ୍ୱପ୍ନରେ ଭାବି ନଥିବେ । ଜଣେ ଯୁବକ ଅନଲାଇନ ଗେମ ଖେଳରେ ସର୍ବସ୍ୱ ହରାଇବା ପରେ ନିଜେ ବେକରେ ଫାଶି ଲଗାଇ ଜୀବନ ହାରିଛନ୍ତି । ଗେମ୍ ଖେଳି ରୁଣ ଭାରରେ ବୁଡି ଯାଇଥିବା ୨୨ ବର୍ଷିୟ ଯୁବକ ନେଇଛନ୍ତି ଚରମ ନିଷ୍ପତି । ମୃତକ ଜଣକ ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକରେ ରହୁଥିବା ଶଶାଙ୍କ ଶେଖର ଶତପଥୀ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଲିଙ୍ଗରାଜ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ପ୍ରାଥମିକ ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଛି- 

ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା 
ଯୁବକ ଜଣକ ଅନଲାଇନ ଗେମ ଓ ସେୟାର ମାର୍କେଟରେ ଟଙ୍କା ଲଗାଉଥିଲେ  
ଏପରିକି ଟଙ୍କା ହାରିବା ପରେ କିଛି ଲୋକଙ୍କଠାରୁ ସୁଧରେ ଟଙ୍କା ମଧ୍ୟ ଆଣିଥିଲେ 
ଯେଉଁ ସୁଧ ପୈଠ କରିନପାରି ଚାପଗସ୍ତ ଥିଲେ ଯୁବକ ଜଣକ 
ପିଲାଙ୍କ ଆତ୍ମହତ୍ୟା ଏବେ ସାରାଦେଶ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି । 
ଆତ୍ମହତ୍ୟାକୁ ନେଇ ଏନସିଆରବି ରିପୋର୍ଟ 
୨୦୧୯ରେ ଦେଶରେ ୯ ହଜାର ୪୧୩ ଜଣ ପିଲା ଆତ୍ମହତ୍ୟା କରିଥିଲେ
୨୦୨୦ରେ ୧୧ ହଜାର ୩୯୬ ପିଲା ପ୍ରାଣ ହରାଇଛନ୍ତି
ବର୍ଷକୁ ବର୍ଷ ଏହା ୪ % ବଢୁଥିବା ଏନସିଆରବି ରିପୋର୍ଟରୁ ଜଣାପଡ଼ିଛି 
ଆତ୍ମହତ୍ୟାରେ ଓଡ଼ିଶା ସାରାଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି 

ଏନେଇ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି ଅବିଭାବକ, ଶିକ୍ଷାବିତ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଫିଲ୍ମ, ୱେବ ସିରିଜ ଦେଖି ଅନେକ ଲାଇଭ ସୁଇସାଇଡ଼ ମଧ୍ୟ କରୁଛନ୍ତି । ଏଦିଗରେ ଅଧିକ ସଚେତନ ହେବାର ଆବଶ୍ୟକତା ଥିବା କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ। 

ଟଙ୍କା ରୋଜଗାର ପାଇଁ ଯୁବପୀଢ଼ି ଏବେ ଇଣ୍ଟରନେଟ ମାୟାରେ ବାୟା ଓ କମ୍‌ ଦିନରେ ଅଧିକ ଟଙ୍କା ରୋଜଗାର କରିବାର ନିଶାରୁ ଯାଉଛି ଶତାଧିକ ଯୁବକ, ଯୁବତୀଙ୍କ ଜୀବନ।