ପଏଣ୍ଟ ଟେବୁଲର ଶୀର୍ଷରେ ରାଜସ୍ଥାନ; ଆଜି ବେଙ୍ଗାଳୁରୁ-ଲକ୍ଷ୍ନୌର ହେବ କଡ଼ା ଟକ୍କର...
ଆଜି ବେଙ୍ଗଳୁରୁ-ଲକ୍ଷ୍ନୌ ଲଢ଼େଇ । ଆଇପିଏଲରେ ଆଜି ବେଙ୍ଗାଳୁରୁ-ଲକ୍ଷ୍ନୌ ଟକ୍କର । ବେଙ୍ଗଳୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ହେବ ମ୍ୟାଚ୍ ।
ଆଇପିଏଲରେ ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ବେଙ୍ଗାଳୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ସଂଧ୍ୟା ୭ଟା ୩୦ରେ ମ୍ୟାଚ୍ ଖେଳାଯିବ । ଚଳିତ ଟୁର୍ଣ୍ଣାମେଣ୍ଟରେ ବେଙ୍ଗାଳୁରୁ ୩ଟି ମ୍ୟାଚ୍ ଖେଳି ଗୋଟିଏ ମାତ୍ର ଜିତିଥିବା ବେଳେ ଲକ୍ଷ୍ନୌ ଦୁଇଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟୀ ହୋଇଛି । ଲକ୍ଷ୍ମୌ ବେଙ୍ଗାଳୁରୁ ଅପେକ୍ଷା ସାମାନ୍ୟ ଭଲ ସ୍ଥିତିରେ ଥିଲେ ମଧ୍ୟ ଆଜିର ମ୍ୟାଚ୍ ଉଭୟଙ୍କ ପାଇଁ ଗୁରୁତ୍ବ ରଖୁଛି ।
ଅଧିକ ପଢ଼ନ୍ତୁ: ଛକା ଚୌକା ବର୍ଷା ପରେ ବି ପନ୍ତ ଗଣିବେ ୧୨ ଲକ୍ଷ ଫାଇନ୍; ଜାଣନ୍ତୁ କାରଣ..
ଅନ୍ୟପଟେ ଆଇପିଏଲରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ପରାସ୍ତ କରିଛି । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ଟସ୍ ଡିତି ମୁମ୍ବାଇକୁ ପ୍ରଥମେ ବ୍ୟାଟିଂ ଛାଡିଥିଲା । ନିର୍ଦ୍ଧାରିତ ୨୦ ୱିକେଟରେ ମୁମ୍ବାଇ ୯ ୱିକେଟ ହରାଇ ୧୨୫ ରନ୍ କରିଥିଲା ।
???????? ???????????????????? ????
Riyan Parag's innings help @rajasthanroyals reach ???? of the table ????#RR are the 2️⃣nd team to win an away fixture this season ????????
Scorecard ▶️ https://t.co/XL2RWMFLbE#TATAIPL | #MIvRR pic.twitter.com/ZsVk9rvam1 — IndianPremierLeague (@IPL) April 1, 2024
ଏହାର ଜବାବରେ ରାଜସ୍ଥାନ ୧୫ ଓଭର ୩ ବଲରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଫଳରେ ରାଜସ୍ଥାନ ଚଳିତ ସିଜନରେ ୩ଟି ମ୍ୟାଚରୁ ୩ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଅନ୍ୟପଟେ ମୁମ୍ବାଇ ଖେଳିଥିବା ୩ଟି ଯାକ ମ୍ୟାଚରେ ପରାସ୍ତ ହୋଇ ପଏଣ୍ଟ ଟେବୁଲର ଶେଷରେ ରହିଛି।