ପକ୍ଷୀ ଗଣନା ଦିବସରେ ପକ୍ଷୀ ପ୍ରେମୀ ସତ୍ୟଜିତ ଙ୍କ ଦ୍ଵାରା ଆହତ କପୋତ ପକ୍ଷୀ ଉଦ୍ଧାର

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପକ୍ଷୀପ୍ରେମୀ ଶ୍ରୀ ସତ୍ୟଜିତ ଗଡୁଆଙ୍କ ଦ୍ୱାରା ଖଜୁରିଆପାଲି ଚାନ୍ଦିଲି ସଂରକ୍ଷିତ ଜଙ୍ଗଲ ନିକଟରେ କୌଣସି କାରଣରୁ ଏକ କପୋତ ପକ୍ଷୀ (Spoted dove) ଆହତ ହୋଇ ପଡ଼ିଥିବା ଖବର ପାଇ ସେହି ସ୍ଥାନକୁ ଯାଇ ସଙ୍ଗେ ସଙ୍ଗେ ପକ୍ଷୀଟିକୁ ଉଦ୍ଧାର କରିଥିଲେ l ରକ୍ତାକ୍ତ ଅବସ୍ଥାରେ ପଡିରହିଥିବା ଆହତ କପୋତ ପକ୍ଷୀଟିକୁ ଉପଯୁକ୍ତ ସ୍ଥାନକୁ ଆଣି ଓଆରଏସ ପାଣି ପିଆଇବା ସହ ଆୟୋଡିନ ତରଳ କ୍ଷତ […] The post ପକ୍ଷୀ ଗଣନା ଦିବସରେ ପକ୍ଷୀ ପ୍ରେମୀ ସତ୍ୟଜିତ ଙ୍କ ଦ୍ଵାରା ଆହତ କପୋତ ପକ୍ଷୀ ଉଦ୍ଧାର appeared first on Odisha.News.

ପକ୍ଷୀ ଗଣନା ଦିବସରେ ପକ୍ଷୀ ପ୍ରେମୀ ସତ୍ୟଜିତ ଙ୍କ ଦ୍ଵାରା ଆହତ କପୋତ ପକ୍ଷୀ ଉଦ୍ଧାର

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପକ୍ଷୀପ୍ରେମୀ ଶ୍ରୀ ସତ୍ୟଜିତ ଗଡୁଆଙ୍କ ଦ୍ୱାରା ଖଜୁରିଆପାଲି ଚାନ୍ଦିଲି ସଂରକ୍ଷିତ ଜଙ୍ଗଲ ନିକଟରେ କୌଣସି କାରଣରୁ ଏକ କପୋତ ପକ୍ଷୀ (Spoted dove) ଆହତ ହୋଇ ପଡ଼ିଥିବା ଖବର ପାଇ ସେହି ସ୍ଥାନକୁ ଯାଇ ସଙ୍ଗେ ସଙ୍ଗେ ପକ୍ଷୀଟିକୁ ଉଦ୍ଧାର କରିଥିଲେ l ରକ୍ତାକ୍ତ ଅବସ୍ଥାରେ ପଡିରହିଥିବା ଆହତ କପୋତ ପକ୍ଷୀଟିକୁ ଉପଯୁକ୍ତ ସ୍ଥାନକୁ ଆଣି ଓଆରଏସ ପାଣି ପିଆଇବା ସହ ଆୟୋଡିନ ତରଳ କ୍ଷତ ଜାଗାରେ ଲଗାଇ କପୋତର ସଠିକ ଯତ୍ନ ନେଇଥିଲେ l ପରେ ପକ୍ଷୀଟି ସୁସ୍ଥ ଅନୁଭବ ହେବା ପରେ ତାହାର ପ୍ରାକୃତିକ ବାସସ୍ଥଳୀରେ ଛାଡି ଦେଇଥିଲେ l ପ୍ରାକୃତିକ ପରିବେଶ, ଗ୍ରୀଷ୍ମଋତୁରେ ଜଙ୍ଗଲ ନିଆଁ ପ୍ରତି ସଚେତନ ରହିବା , ବିପଦ ଥିବା ବନ୍ୟପ୍ରାଣୀ ମାନଙ୍କୁ ସୁରକ୍ଷା କରିବା ସହିତ ବିରଳ ପ୍ରଜାତିର ପକ୍ଷୀ ମାନଙ୍କର ସୁରକ୍ଷା କରିବା ପାଇଁ ସତ୍ୟଜିତ ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି l ପକ୍ଷୀପ୍ରେମୀ ସତ୍ୟଜିତଙ୍କ ଏଭଳି ଉଦ୍ୟମକୁ ଜନସାଧାରଣରେ ଉଚ୍ଚ ପ୍ରଶଂସିତ କରାଯାଉଅଛି l

The post ପକ୍ଷୀ ଗଣନା ଦିବସରେ ପକ୍ଷୀ ପ୍ରେମୀ ସତ୍ୟଜିତ ଙ୍କ ଦ୍ଵାରା ଆହତ କପୋତ ପକ୍ଷୀ ଉଦ୍ଧାର appeared first on Odisha.News.