ପଙ୍କଜ ଲୋଚନ ହେବେ ଓସିଏ ସଭାପତି !

କଟକ : ଗତମାସରେ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଫଳରେ ଉପସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି ଏବେ କାମଚଳା ସଭାପତି ଅଛନ୍ତି। ହେଲେ ଫେବୃଆରୀ ୨୩ରେ ହେବାକୁ ଥିବା ନିର୍ବାଚନରେ ପଙ୍କଜ ସଭାପତି ନିର୍ବାଚିତ ହେବା ନିଶ୍ଚିତ ବୋଲି ଜଣାପଡ଼ିଛି। ପଙ୍କଜ ଗତଥର ଓସିଏର ସଭାପତି ଥିଲେ ଏବଂ ସୁଚାରୁରୂପେ ଦାୟିତ୍ବ ସମ୍ପାଦନ କରିଥିଲେ। ତେବେ ପ୍ରଣବ ପ୍ରକାଶଙ୍କ ଆବିର୍ଭାବ ପରେ ପଙ୍କଜ ଲୋଚନ ଗତ ନିର୍ବାଚନରେ ଉପସଭାପତି ନିର୍ବାଚିତ […]

ପଙ୍କଜ ଲୋଚନ ହେବେ ଓସିଏ ସଭାପତି !

କଟକ : ଗତମାସରେ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଫଳରେ ଉପସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି ଏବେ କାମଚଳା ସଭାପତି ଅଛନ୍ତି। ହେଲେ ଫେବୃଆରୀ ୨୩ରେ ହେବାକୁ ଥିବା ନିର୍ବାଚନରେ ପଙ୍କଜ ସଭାପତି ନିର୍ବାଚିତ ହେବା ନିଶ୍ଚିତ ବୋଲି ଜଣାପଡ଼ିଛି। ପଙ୍କଜ ଗତଥର ଓସିଏର ସଭାପତି ଥିଲେ ଏବଂ ସୁଚାରୁରୂପେ ଦାୟିତ୍ବ ସମ୍ପାଦନ କରିଥିଲେ। ତେବେ ପ୍ରଣବ ପ୍ରକାଶଙ୍କ ଆବିର୍ଭାବ ପରେ ପଙ୍କଜ ଲୋଚନ ଗତ ନିର୍ବାଚନରେ ଉପସଭାପତି ନିର୍ବାଚିତ ହୋଇଥିଲେ। ଓସିଏର ଆସନ୍ତା ନିର୍ବାଚନ ହେବାକୁ ୭-୮ ମାସ ବାକିଥିବାରୁ ଏହି ସମୟ​‌ରେ ପଙ୍କଜ ଲୋଚନ ମହାନ୍ତି ଓସିଏର ସର୍ବୋଚ୍ଚ ପଦବୀରେ ରହିବେ। ବିସିସିଆଇର ନିୟମ ଅନୁସାରେ, କୌଣସି ସଂଘରେ ଖାଲି ଥିବା ପଦ ପୂରଣ ପାଇଁ ୪୫ ଦିନ ମଧ୍ୟରେ ନିର୍ବାଚନ କରିବା ଉଚିତ। ତେବେ ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ଖେଳାଯିବାର ଥିବାରୁ ଓସିଏର ଅନୁରୋଧରେ ନିର୍ବାଚନ ବା ଏଜିଏମ୍‌କୁ ଫେବୃଆରୀ ୨୩କୁ ଘୁଞ୍ଚାଇ ଦେବା ପାଇଁ ନିର୍ବାଚନ ଅଧିକାରୀ ଏମ୍‌.ଏଲ୍‌. ମଜୁମଦାର ରାଜି ହୋଇଛନ୍ତି। ଏଥିପାଇଁ ଓସିଏ ଅନୁବନ୍ଧିତ ଜିଲା, କ୍ଲବ୍, ସ୍କୁଲ୍, କଲେଜ୍, ସଂଗଠନକୁ ନିର୍ବାଚନରେ ଭାଗନେବା ପାଇଁ ମଜୁମ୍‌ଦାର ପତ୍ର ଜରିଆରେ ନାମ ମାଗିଛନ୍ତି। ଫେବୃଆରୀ ୧୨ରେ ନାମାଙ୍କନ କରାଯିବ। ସଭାପତି ପଦ ଲାଗି ପଙ୍କଜ ଏକମାତ୍ର ପ୍ରାର୍ଥୀ ରହିବା ପ୍ରାୟ ନିଶ୍ଚିତ। ଅନ୍ୟପକ୍ଷରେ ଗତମାସରେ ଓସିଏର କର୍ମକର୍ତ୍ତା ଓ ସଦସ୍ୟମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ। ଧର୍ମେନ୍ଦ୍ର ମଧ୍ୟ ଅଭିଜ୍ଞ କ୍ରୀଡ଼ା ସଂଗଠକ ପଙ୍କଜ ଲୋଚନ ମହାନ୍ତିଙ୍କୁ ଓସିଏ ସଭାପତି କରିବା ପାଇଁ ପରାମର୍ଶ ଦେଇଥିଲେ। ପଙ୍କଜ ସଭାପତି ହେଲେ ଓସିଏର ଉପସଭାପତି ପଦ ଖାଲିପଡ଼ିବ। ବର୍ତ୍ତମାନ ଆପେକ୍ସ କାଉନ୍‌ସିଲ ସଦସ୍ୟ ଥିବା ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସଭାପତି ହୋଇପାରନ୍ତି।