ପଞ୍ଚମ ଥର ପାଇଁ ରାଜ୍ୟସଭା ଦୌଡ଼ରେ ଜୟା ବଚ୍ଚନ

ଲକ୍ଷ୍ନୌ: ବଲିଉଡ ସୁପରଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କ ପତ୍ନୀ ତଥା ପୂର୍ବ ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ପଞ୍ଚମ ଥର ପାଇଁ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭାକୁ ମନୋନୀତ ହେବାକୁ ଯାଉଛନ୍ତି। ଜୟା ବଚ୍ଚନ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ଶିବପାଲ୍ ଯାଦବ ଉପସ୍ଥିତ ଥିଲେ। ୭୫ ବର୍ଷୀୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଜୟା ବଚ୍ଚନ ୨୦୦୪ରୁ […]

ପଞ୍ଚମ ଥର ପାଇଁ ରାଜ୍ୟସଭା ଦୌଡ଼ରେ ଜୟା ବଚ୍ଚନ

ଲକ୍ଷ୍ନୌ: ବଲିଉଡ ସୁପରଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କ ପତ୍ନୀ ତଥା ପୂର୍ବ ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ପଞ୍ଚମ ଥର ପାଇଁ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭାକୁ ମନୋନୀତ ହେବାକୁ ଯାଉଛନ୍ତି। ଜୟା ବଚ୍ଚନ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ଶିବପାଲ୍ ଯାଦବ ଉପସ୍ଥିତ ଥିଲେ।
୭୫ ବର୍ଷୀୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଜୟା ବଚ୍ଚନ ୨୦୦୪ରୁ ସମାଜବାଦୀ ପାର୍ଟିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଆସୁଛନ୍ତି। ଆଜି ନାମାଙ୍କନପତ୍ର ସହ ଜୟା ଦାଖଲ କରିଥିବା ସତ୍ୟପାଠରେ ନିଜର ସ୍ବାମୀ ଅମିତାଭଙ୍କ ସହ ମୋଟ ସମ୍ପତ୍ତିର ମୂଲ୍ୟ ୧୫୭୮ କୋଟି ଟଙ୍କା ବୋଲି ଦର୍ଶାଇଛନ୍ତି। ସତ୍ୟପାଠ ଅନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷରେ ଜୟାଙ୍କ ବ୍ୟକ୍ତିଗତ ମୂଳ ସମ୍ପତ୍ତି ୧ କୋଟି ୬୩ଲକ୍ଷ ୫୬ହଜାର ୧୯୦ ଟଙ୍କା ଓ ଅମିତାଭଙ୍କ ମୂଳ ସମ୍ପତ୍ତି ୨୭୩ କୋଟି ୭୪ଲକ୍ଷ ୯୬ ହଜାର ୫୯୦ ଟଙ୍କା । ଉଭୟଙ୍କ ମୋଟ ଅସ୍ଥାବର ସମ୍ପତ୍ତି ୮୪୯.୧୧ କୋଟି ଟଙ୍କା ହୋଇଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୭୨୯.୭୭ କୋଟି ଟଙ୍କା। ଜୟାଙ୍କ ବ୍ୟାଙ୍କ ଖାତାରେ ୧୦ କୋଟି ୧୧ ଲକ୍ଷ ୩୩ ହଜାର ୧୭୨ ଟଙ୍କା ଥିବା ବେଳେ ଅମିତାଭଙ୍କ ବ୍ୟାଙ୍କ ଖାତାରେ ୧୨୦ କୋଟି ୪୫ ଲକ୍ଷ ୬୨ ହଜାର ୮୩ ଟଙ୍କା ରହିଛି।