ପଞ୍ଚମ ପର୍ଯ୍ୟାୟରେ ମତଦାନ ଜାରି; ଦିନ ୯ଟା ସୁଦ୍ଧା ୧୦.୨୮% ମତଦାନ
ନୂଆଦିଲ୍ଲୀ: ପଞ୍ଚମ ପର୍ଯ୍ୟାୟ ମତଦାନ ଜାରି ରହିଛି । ୮ଟି ରାଜ୍ୟରେ ମୋଟ୍ ୪୯ ଲୋକସଭା ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ତେବେ ପଞ୍ଚମ ପର୍ଯ୍ୟାୟରେ ଦିନ ୯ଟା ସୁଦ୍ଧା ଦେଶରେ ୧୦.୨୮ ପ୍ରତିଶତ ମତଦାନ ହୋଇଛି । ଚତୁର୍ଥ ପର୍ଯ୍ୟାୟ ଭଳି ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗ ଆଗରେ ରହିଛି । ଓ୍ବେଷ୍ଟ ବେଙ୍ଗଲରେ ଏବେ ସୁଦ୍ଧା ୧୫.୩୫ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ମହାରାଷ୍ଟ୍ରରେ ସବୁଠାରୁ କମ୍ ୬.୩୩ ପ୍ରତିଶଥ ମତଦାନ ହୋଇଛି । ମୋଟ୍ ୪୯ ଆସନ ମଧ୍ୟରୁ ବିହାରର ୫, ଝାଡ଼ଖଣ୍ଡର ୩, ମହାରାଷ୍ଟ୍ରର ୧୩, ଓଡ଼ିଶାର ୫, ଉତ୍ତର ପ୍ରଦେଶର ୧୪ ଓ ପଶ୍ଚିମବଙ୍ଗର ୭ଟି ଆସନଛି । ସେହିଭଳି ଜମ୍ମୁ-କାଶ୍ମୀର ଓ ଲଦାଖର ଗୋଟିଏ ଲେଖାଏଁ ଆସନରେ ଭୋଟିଂ ଜାରି ରହିଛି । ପଞ୍ଚମ ପର୍ଯ୍ୟାୟରେ ମୋଟ୍ ୮ କୋଟି ୯୫ଲକ୍ଷ ମତଦାତା ୬୯୫ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଦେବେ ।ଏଥିପାଇଁ ୯୪, ୭୩୨ଟି ମତଦାନ କେନ୍ଦ୍ର ହୋଇଛି । ଅନ୍ୟପଟେ ଓଡ଼ିଶାର ୩୫ଟି ବିଧାନସଭା ଆସନରେ ମତଦାନ ଜାରି ରହିଛି ।
ନୂଆଦିଲ୍ଲୀ: ପଞ୍ଚମ ପର୍ଯ୍ୟାୟ ମତଦାନ ଜାରି ରହିଛି । ୮ଟି ରାଜ୍ୟରେ ମୋଟ୍ ୪୯ ଲୋକସଭା ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ତେବେ ପଞ୍ଚମ ପର୍ଯ୍ୟାୟରେ ଦିନ ୯ଟା ସୁଦ୍ଧା ଦେଶରେ ୧୦.୨୮ ପ୍ରତିଶତ ମତଦାନ ହୋଇଛି । ଚତୁର୍ଥ ପର୍ଯ୍ୟାୟ ଭଳି ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗ ଆଗରେ ରହିଛି । ଓ୍ବେଷ୍ଟ ବେଙ୍ଗଲରେ ଏବେ ସୁଦ୍ଧା ୧୫.୩୫ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ମହାରାଷ୍ଟ୍ରରେ ସବୁଠାରୁ କମ୍ ୬.୩୩ ପ୍ରତିଶଥ ମତଦାନ ହୋଇଛି ।
ମୋଟ୍ ୪୯ ଆସନ ମଧ୍ୟରୁ ବିହାରର ୫, ଝାଡ଼ଖଣ୍ଡର ୩, ମହାରାଷ୍ଟ୍ରର ୧୩, ଓଡ଼ିଶାର ୫, ଉତ୍ତର ପ୍ରଦେଶର ୧୪ ଓ ପଶ୍ଚିମବଙ୍ଗର ୭ଟି ଆସନଛି । ସେହିଭଳି ଜମ୍ମୁ-କାଶ୍ମୀର ଓ ଲଦାଖର ଗୋଟିଏ ଲେଖାଏଁ ଆସନରେ ଭୋଟିଂ ଜାରି ରହିଛି । ପଞ୍ଚମ ପର୍ଯ୍ୟାୟରେ ମୋଟ୍ ୮ କୋଟି ୯୫ଲକ୍ଷ ମତଦାତା ୬୯୫ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଦେବେ ।ଏଥିପାଇଁ ୯୪, ୭୩୨ଟି ମତଦାନ କେନ୍ଦ୍ର ହୋଇଛି । ଅନ୍ୟପଟେ ଓଡ଼ିଶାର ୩୫ଟି ବିଧାନସଭା ଆସନରେ ମତଦାନ ଜାରି ରହିଛି ।