ପଞ୍ଚାୟତ କର୍ମଚାରୀ ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର
ଛତ୍ରପୁର,୧୪ା୩(ଦିଲ୍ଲୀପ ସାମଲ): ସମାନ କାମକୁ ସମାନ ଦରମା ଓ ସ୍ଥାୟୀ କରିବା ଦାବି ନେଇ ଗୁରୁବାର ଓଡ଼ିଶା ପଞ୍ଚାୟତ କର୍ମଚାରୀ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ପ୍ରଦାନ କରାଯାଇଛି। ସ୍ବଳ୍ପ ଦରମାରେ ନିଜ ପରିବାର ପ୍ରତିପୋଷଣ କରିବାରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ ଏହି ଦାବିପତ୍ରରେ ଦର୍ଶାଇଛନ୍ତି। ଏଣୁ ସେମାନଙ୍କ ଦରମା ବୃଦ୍ଧି ପାଇଁ ସେମାନେ ସରକାରଙ୍କ […] The post ପଞ୍ଚାୟତ କର୍ମଚାରୀ ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର appeared first on Dharitri Odia News.
ଛତ୍ରପୁର,୧୪ା୩(ଦିଲ୍ଲୀପ ସାମଲ): ସମାନ କାମକୁ ସମାନ ଦରମା ଓ ସ୍ଥାୟୀ କରିବା ଦାବି ନେଇ ଗୁରୁବାର ଓଡ଼ିଶା ପଞ୍ଚାୟତ କର୍ମଚାରୀ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ପ୍ରଦାନ କରାଯାଇଛି। ସ୍ବଳ୍ପ ଦରମାରେ ନିଜ ପରିବାର ପ୍ରତିପୋଷଣ କରିବାରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ ଏହି ଦାବିପତ୍ରରେ ଦର୍ଶାଇଛନ୍ତି। ଏଣୁ ସେମାନଙ୍କ ଦରମା ବୃଦ୍ଧି ପାଇଁ ସେମାନେ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲା ଉପଦେଷ୍ଟା ବଂଶୀଧର ବିଶ୍ୱାଳ, ଜିଲା ସଭାପତି ଅରୁପାନନ୍ଦ ଡାକୁଆ, ଜିଲା ସମ୍ପାଦକ ତାରିଣୀ ଚରଣ ଭୂୟାଁ, ଜିଲା ଉପସଭାପତି ସନ୍ତୋଷ ଖାଡେଙ୍ଗା, ଜିଲା କୋଷାଧ୍ୟକ୍ଷ ସୁଦର୍ଶନ ଡାକୁଆଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।
The post ପଞ୍ଚାୟତ କର୍ମଚାରୀ ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର appeared first on Dharitri Odia News.