ପଞ୍ଚାୟତ ନିର୍ବାଚନ ପୂର୍ବରୁ ତେଲଙ୍ଗାନା କଂଗ୍ରେସରେ ଫାଟ

ହାଇଦ୍ରାବାଦ,୨।୨: ତେଲଙ୍ଗାନାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶାସକ ଦଳରେ ଅସନ୍ତୋଷକୁ ନେଇ ଚିନ୍ତା ବଢ଼ିଛି। ନିର୍ବାଚନ ପୂର୍ବରୁ କଂଗ୍ରେସର ୧୦ ଜଣ ବିଧାୟକ ଗୋପନରେ ରୁଦ୍ଧଦ୍ୱାର ବୈଠକ କରିଥିବାରୁ ଦଳରେ ଫାଟ ସୃଷ୍ଟି ହୋଇଥିବା ନେଇ କଳ୍ପନାଜଳ୍ପନା ବଢ଼ିଛି। ହାଇଦ୍ରାବାଦ ଉପକଣ୍ଠରେ ଥିବା ବିଧାୟକ ଅନିରୁଦ୍ଧ ରେଡ୍ଡୀଙ୍କ ଫାର୍ମ ହାଉସ୍‌ରେ ଏହି ଗୁପ୍ତ ବୈଠକ ବସିଥିଲା। ଠିକାଦାରମାନଙ୍କ ବିଲ୍‌ ମଞ୍ଜୁର କରାଇବା ପାଇଁ ୨ ମନ୍ତ୍ରୀ ଲାଞ୍ଚ ଦାବି କରୁଥିବାରୁ ଏହାକୁ ନେଇ ବିଧାୟକମାନେ ଚିନ୍ତା ପ୍ରକଟ […] The post ପଞ୍ଚାୟତ ନିର୍ବାଚନ ପୂର୍ବରୁ ତେଲଙ୍ଗାନା କଂଗ୍ରେସରେ ଫାଟ appeared first on Dharitri Odia News.

ପଞ୍ଚାୟତ ନିର୍ବାଚନ ପୂର୍ବରୁ ତେଲଙ୍ଗାନା କଂଗ୍ରେସରେ ଫାଟ

ହାଇଦ୍ରାବାଦ,୨।୨: ତେଲଙ୍ଗାନାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶାସକ ଦଳରେ ଅସନ୍ତୋଷକୁ ନେଇ ଚିନ୍ତା ବଢ଼ିଛି। ନିର୍ବାଚନ ପୂର୍ବରୁ କଂଗ୍ରେସର ୧୦ ଜଣ ବିଧାୟକ ଗୋପନରେ ରୁଦ୍ଧଦ୍ୱାର ବୈଠକ କରିଥିବାରୁ ଦଳରେ ଫାଟ ସୃଷ୍ଟି ହୋଇଥିବା ନେଇ କଳ୍ପନାଜଳ୍ପନା ବଢ଼ିଛି। ହାଇଦ୍ରାବାଦ ଉପକଣ୍ଠରେ ଥିବା ବିଧାୟକ ଅନିରୁଦ୍ଧ ରେଡ୍ଡୀଙ୍କ ଫାର୍ମ ହାଉସ୍‌ରେ ଏହି ଗୁପ୍ତ ବୈଠକ ବସିଥିଲା। ଠିକାଦାରମାନଙ୍କ ବିଲ୍‌ ମଞ୍ଜୁର କରାଇବା ପାଇଁ ୨ ମନ୍ତ୍ରୀ ଲାଞ୍ଚ ଦାବି କରୁଥିବାରୁ ଏହାକୁ ନେଇ ବିଧାୟକମାନେ ଚିନ୍ତା ପ୍ରକଟ କରିଥିଲେ। ଦଳ ଭିତରେ ବିଶେଷ କରି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପୋଙ୍ଗୁଲେତି ଶ୍ରୀନିବାସ ରେଡ୍ଡୀଙ୍କ ପ୍ରତି ଅସନ୍ତୋଷ ବଢ଼ିବାରେ ଲାଗିଛି।

ଗୁପ୍ତ ବୈଠକରେ ସାମିଲ ହୋଇଥିବା କଂଗ୍ରେସ ବିଧାୟକମାନେ ହେଲେ ନୈନି ରାଜେନ୍ଦ୍ର ରେଡ୍ଡୀ, ଭୂପତି ରେଡ୍ଡୀ, ୟେନ୍ନାମ ଶ୍ରୀନିବାସ ରେଡ୍ଡୀ, ମୁରଲୀ ନାଏକ, କୁଚାକୁଲ୍ଲା ରାଜେଶ ରେଡ୍ଡୀ, ସଞ୍ଜୀବ ରେଡ୍ଡୀ, ଅନିରୁଦ୍ଧ ରେଡ୍ଡୀ, ଲକ୍ଷ୍ମୀକାନ୍ତ ରାଓ, ଦୋଣ୍ଠି ମାଧବ ରେଡ୍ଡୀ ଏବଂ ବିର୍ଲା ଇଲାୟା। ଅସନ୍ତୋଷ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ମନ୍ତ୍ରୀମାନଙ୍କ ବୈଠକ ଡାକିଥିବା ଜଣାପଡ଼ିଛି। ସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଗୁପ୍ତ ବୈଠକରେ ଯୋଗ ନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପଞ୍ଚାୟତ ଏବଂ ଏମ୍‌ଏଲ୍‌ସି ନିର୍ବାଚନ ପୂର୍ବରୁ ବିଧାୟକମାନଙ୍କ ବିଦ୍ରୋହ ଲୋକଙ୍କ ପାଖକୁ ଭୁଲ୍‌ ବାର୍ତ୍ତା ପଠାଇବ ବୋଲି ଦଳ ହାଇକମାଣ୍ଡ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଧାୟକମାନଙ୍କ ସହ ସମନ୍ବୟ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାବିନେଟ ସହକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

The post ପଞ୍ଚାୟତ ନିର୍ବାଚନ ପୂର୍ବରୁ ତେଲଙ୍ଗାନା କଂଗ୍ରେସରେ ଫାଟ appeared first on Dharitri Odia News.