ପଞ୍ଚାୟତ ର ଭିତ୍ତିଭୂମି ବିକାଶ ର ନୂତନ ଫର୍ଦ୍ଦ ଆରମ୍ଭ,ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ।
କୋକସରା ବ୍ଲକ ରେ କଳାହାଣ୍ଡି:୦୫/୦୨ ରାଜ୍ୟ ସରକାରଙ୍କ ଙ୍କ ପକ୍ଷରୁ ଓଡିଶା ର ଗ୍ରାମାଞ୍ଚଳ ରେ ପଞ୍ଚାୟତ ସ୍ତରରେ ଭିତ୍ତିଭୂମି ର ବିକାଶ ପାଇଁ ଏକ ନୂତନ ରୂପରେଖ ରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବୁଧବାର ଖୋର୍ଦ୍ଧା ଜିଲ୍ଲା ଠାରେ ଉଦଘାଟିତ ହୋଇଥିବା ବେଳେ ରାଜ୍ୟର ସମସ୍ତ ବ୍ଲକ ର ବ୍ଲକ କାର୍ଯ୍ୟାଳୟ ରେ ଭବ୍ୟ ସମାରୋହରେ ବିକଶିତ ଗାଁ ବିକଶିତ […] The post ପଞ୍ଚାୟତ ର ଭିତ୍ତିଭୂମି ବିକାଶ ର ନୂତନ ଫର୍ଦ୍ଦ ଆରମ୍ଭ,ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ। appeared first on Odisha.News.

କୋକସରା ବ୍ଲକ ରେ
କଳାହାଣ୍ଡି:୦୫/୦୨
ରାଜ୍ୟ ସରକାରଙ୍କ ଙ୍କ ପକ୍ଷରୁ ଓଡିଶା ର ଗ୍ରାମାଞ୍ଚଳ ରେ ପଞ୍ଚାୟତ ସ୍ତରରେ ଭିତ୍ତିଭୂମି ର ବିକାଶ ପାଇଁ ଏକ ନୂତନ ରୂପରେଖ ରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବୁଧବାର ଖୋର୍ଦ୍ଧା ଜିଲ୍ଲା ଠାରେ ଉଦଘାଟିତ ହୋଇଥିବା ବେଳେ ରାଜ୍ୟର ସମସ୍ତ ବ୍ଲକ ର ବ୍ଲକ କାର୍ଯ୍ୟାଳୟ ରେ ଭବ୍ୟ ସମାରୋହରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଆୟୋଜିତ ବିକଶିତ ଗାଁ ବିକଶିତ ଓଡିଶା ଉଦଘାଟନୀ କାର୍ଯ୍ୟକ୍ରମ ରେ ଆଭାସି ଜରୀଆରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ କୁ ସିଧା ପ୍ରସାରଣ ଜରିଆରେ ମୁଖ୍ୟମନ୍ତ୍ରୀ ଉଦଘାଟିତ କରିଥିବା ବେଳେ ଏହାର ସିଧା ସଳଖ ପ୍ରସାରଣ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ଉପସ୍ଥିତି ରହିଥିଲେ। କୋକସରା ବ୍ଲକ ପ୍ରଶାସନ ପକ୍ଷରୁ କୋକସରା ବିଡିଓ ଡ଼. ହିମାଞ୍ଚଳ ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ନୂତନ ଯୋଜନା ର ଉପକାରୀତା ବିଷୟରେ ମତ ଦେଇଥିଲେ। କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ ର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଯୋଗାଣ ଅଧିକାରୀ, ବିଭିନ୍ନ ପଞ୍ଚାୟତ ର ପିଇଓ, ଏଡିଓ, ଯୋଗାଣ ସହାୟକ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୋକସରା ବ୍ଲକ କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ପୁରୁଷ ସମେତ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା,ବ୍ଲକ ସ୍ତରୀୟ ବିଜେପି ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କ ଉଦଘାଟିତ କାର୍ଯ୍ୟକ୍ରମ କୁ ଦେଖିଥିଲେ।
The post ପଞ୍ଚାୟତ ର ଭିତ୍ତିଭୂମି ବିକାଶ ର ନୂତନ ଫର୍ଦ୍ଦ ଆରମ୍ଭ,ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ। appeared first on Odisha.News.