ପଞ୍ଚୁଦୋଳ ମେଳନ ବୁଲିଲେ ସାଂସଦ ମାନସ ମଙ୍ଗରାଜ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡିଆରେ ଐତିହାସିକ ପଞ୍ଚୁଦୋଳ ଯାତ୍ରାର ମେଳଣ ପର୍ବ ଅନୁଷ୍ଠିତ ହେଉଛି । ମେଲଣ... The post ପଞ୍ଚୁଦୋଳ ମେଳନ ବୁଲିଲେ ସାଂସଦ ମାନସ ମଙ୍ଗରାଜ appeared first on .
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡିଆରେ ଐତିହାସିକ ପଞ୍ଚୁଦୋଳ ଯାତ୍ରାର ମେଳଣ ପର୍ବ ଅନୁଷ୍ଠିତ ହେଉଛି । ମେଲଣ ଉତ୍ସବରେ ଯୋଗଦେଇଛନ୍ତି ରାଜ୍ଯସଭା ସାଂସଦ ମାନସ ମଙ୍ଗରାଜ। ମେଲଣ ବୁଲି ଦେଖିବା ସହ ୧୭୨ ଦେବଦେବୀ, ମାଆ ଭଗବତୀ ଓ ପ୍ରଭୁ ଚନ୍ଦ୍ରଶେଖରଙ୍କ ଦର୍ଶନ କରିଛନ୍ତି ମାନସ l ଦୋଳ ବେଦୀ, ଝୋଟି ଚିତା ଆଦି ବୁଲି ଦେଖି ସେ ଆଧ୍ଯାତ୍ମିକ ପରିବେଶରେ ମୁଗ୍ଧକର ଅନୁଭୂତି ଲାଭ କରିଛନ୍ତି। ପଞ୍ଚୁଦୋଳ ଯାତ୍ରାରେ ବିଭିନ୍ନ ପଟୁଆର, ଘଣ୍ଟ ଘଣ୍ଟାର ତାଳେତାଳେ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ଦୋଳ ମେଳଣକୁ ବୁଲି ଦେଖିଥିଲେ ମାନସ । ସାଂସଦଙ୍କ ସହ ବାଣପୁର ନଗରପାଳ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପୁରୀ ଲୋକସଭା ସାଂସଦଙ୍କ ପ୍ରତିନିଧି ମାନସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଐତିହାସିକ ବାଣପୁର ମେଲଣରେ ବାଣପୁର, ଚିଲିକା ଏବଂ ଆଖପାଖ ଅଂଚଳରୁ ପ୍ରାୟ ୮୪ ଦୋଳ ବିମାନରେ ୧୭୨ ଦେବଦେବୀ ମେଳଣ ପର୍ବରେ ସାମିଲ ହୋଇଛନ୍ତି l ସମସ୍ତ ଦୋଳବେଦୀ ଝୋଟିଚିତାରେ ସଜେଇ ହୋଇ ସମସ୍ତଙ୍କୁ ଆକର୍ଷିତ କରୁଛି । ଏହାସହ ଦେବଦେବୀ ମାନଙ୍କ ଦୋଳ ବିମାନ ଆଲୋକ ମାଳାରେ ଝଲସି ଉଠୁଛି। ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନସମାଗମକୁ ନଜରରେ ରଖି ପଞ୍ଚୁଦୋଳ ଯାତ୍ରା କମିଟି ତରଫରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି । ଶାନ୍ତି ଶୃଙ୍ଖଳା ନିମନ୍ତେ ପୋଲିସ, ଏନସିସି , ସ୍କାଉଟ, ରେଡକ୍ରସ ମୁତୟନ ହୋଇଛନ୍ତି ।
The post ପଞ୍ଚୁଦୋଳ ମେଳନ ବୁଲିଲେ ସାଂସଦ ମାନସ ମଙ୍ଗରାଜ appeared first on .