ପଞ୍ଜାବ କିଙ୍ଗସକୁ ବଡ଼ ଝଟକା, ଆଇପିଏଲରୁ ବାଦ୍ ପଡିଲେ ଲୋକି ଫର୍ଗ୍ୟୁସନ

ଆଇପିଏଲ୍ ୨୦୨୫ରେ ଆଜି ପଞ୍ଜାବ କିଙ୍ଗ୍ସ ସହିତ ମୁହାଁମୁହିଁ ହେବ କୋଲକତା ନାଇଟ୍ ରାଇଡର୍ସ । ଏହାପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ଲାଗିଛି ବଡ଼ ଝଟକା । ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଦ୍ରୁତ ବୋଲର ଲୋକି ଫର୍ଗ୍ୟୁସନ ସଂପୂର୍ଣ୍ଣ ଆଇପିଏଲରୁ ବାଦ୍ ପଡିଛନ୍ତି । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆହତ କାରଣରୁ ନ୍ୟୁଜିଲାଣ୍ଡର ବୋଲରଙ୍କୁ ଆଇପିଏଲ୍ ୨୦୨୫ରୁ ବାଦ୍ ପଡିଛନ୍ତି । ପିବିକେଏସର ଦ୍ରୁତ ବୋଲିଂ କୋଚ୍ ଜେମ୍ସ ହୋପ୍ସ କହିବା ମୁତାବକ, ଲୋକି ଫର୍ଗ୍ୟୁସନ ଅନିଶ୍ଚିତ […] The post ପଞ୍ଜାବ କିଙ୍ଗସକୁ ବଡ଼ ଝଟକା, ଆଇପିଏଲରୁ ବାଦ୍ ପଡିଲେ ଲୋକି ଫର୍ଗ୍ୟୁସନ appeared first on KNews Odisha.

ପଞ୍ଜାବ କିଙ୍ଗସକୁ ବଡ଼ ଝଟକା, ଆଇପିଏଲରୁ ବାଦ୍ ପଡିଲେ ଲୋକି ଫର୍ଗ୍ୟୁସନ
pbks 1

ଆଇପିଏଲ୍ ୨୦୨୫ରେ ଆଜି ପଞ୍ଜାବ କିଙ୍ଗ୍ସ ସହିତ ମୁହାଁମୁହିଁ ହେବ କୋଲକତା ନାଇଟ୍ ରାଇଡର୍ସ । ଏହାପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ଲାଗିଛି ବଡ଼ ଝଟକା । ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଦ୍ରୁତ ବୋଲର ଲୋକି ଫର୍ଗ୍ୟୁସନ ସଂପୂର୍ଣ୍ଣ ଆଇପିଏଲରୁ ବାଦ୍ ପଡିଛନ୍ତି । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆହତ କାରଣରୁ ନ୍ୟୁଜିଲାଣ୍ଡର ବୋଲରଙ୍କୁ ଆଇପିଏଲ୍ ୨୦୨୫ରୁ ବାଦ୍ ପଡିଛନ୍ତି ।

ପିବିକେଏସର ଦ୍ରୁତ ବୋଲିଂ କୋଚ୍ ଜେମ୍ସ ହୋପ୍ସ କହିବା ମୁତାବକ, ଲୋକି ଫର୍ଗ୍ୟୁସନ ଅନିଶ୍ଚିତ କାଳ ପାଇଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ସେ ଗୁରୁତର ଆହତ ହୋଇଛନ୍ତି । ତେଣୁ ତାଙ୍କର ଟୁର୍ଣ୍ଣାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା କମ ରହିଥିଲା । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କେବଳ ଦୁଇଟି ବଲ୍ ଫିଙ୍ଗିବା ପରେ ପଡ଼ିଆରୁ ସେ ବାହାରକୁ ଚାଲି ଯାଇଥିଲେ । ଏହା ପରେ ତାଙ୍କ ଆହତ ସ୍କାନିଂ କରାଯାଇଥିଲା । ଆଘାତ ଗୁରୁତର ଥିବା ସ୍କାନିଂରୁ ଜଣା ପଡ଼ିଥିଲା । ଏହି ମ୍ୟାଚକୁ ହାଇଦ୍ରାବାଦ ୮ ୱିକେଟରେ ଜିତିଥିଲା ।

ପଞ୍ଜାବ କିଙ୍ଗସ ଲୋକି ଫର୍ଗ୍ୟୁସନଙ୍କୁ ୨ କୋଟି ଟଙ୍କାରେ କିଣିଥିଲା । ଆଇପିଏଲ ଇତିହାସରେ ସବୁଠାରୁ ଦ୍ରୁତ ବୋଲିଂ କରୁଥିବା ଦ୍ବିତୀୟ ବୋଲର ଲୋକି ଫର୍ଗ୍ୟୁସନ । କିଛିଦିନ ପୂର୍ବରୁ ଶ୍ରେୟସ ତାଙ୍କୁ ନେଇ ପ୍ରଶଂସା କରିଥିଲେ ।

ପଞ୍ଜାବ କିଙ୍ଗ୍ସ ନିକଟରେ ନ୍ୟୁଜିଲାଣ୍ଡର ଏହି ଖେଳାଳିଙ୍କ ସ୍ଥାନ ନେବା ପାଇଁ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜେଭିୟର ବାର୍ଟଲେଟ୍ ସହିତ ଅନ୍ୟ ଖେଳାଳିଙ୍କ ବିକଳ୍ପ ରହିଛି । ଆଫଗାନିସ୍ତାନର ଅଲରାଉଣ୍ଡର ଅଜମତୁଲ୍ଲା ଉମରଜାଇ, ବିଜୟ କୁମାର ବୈଶାକ ପରି ଖେଳାଳି ରହିଛନ୍ତି ।

ଆଜିର ମ୍ୟାଚ ମୁଲ୍ଲାପୁର କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ପଞ୍ଜାବ କିଙ୍ଗ୍ସ ଆଇପିଏଲ ପଏଣ୍ଟ ତାଲିକାର ୬ ନଂ ସ୍ଥାନରେ ରହିଛି । ଟିମ୍ ୫ଟି ମ୍ୟାଚରୁ ୨ଟିମ ୟାଚ ହାରିଛି । ସେହିପରି କୋଲକତା ନାଇଟ ରାଇଡର୍ସ ୬ଟି ମ୍ୟାଚରୁ ୩ଟି ହାରି ପଏଣ୍ଟ ତାଲିକାର ୫ ନଂ ସ୍ଥାନରେ ରହିଛି ।

Also Read : ସନରାଇଜର୍ସ ହାଇଦ୍ରାବାଦ ଟିମର ଖେଳାଳି ଥିବା ହୋଟେଲରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଖେଳାଳି

The post ପଞ୍ଜାବ କିଙ୍ଗସକୁ ବଡ଼ ଝଟକା, ଆଇପିଏଲରୁ ବାଦ୍ ପଡିଲେ ଲୋକି ଫର୍ଗ୍ୟୁସନ appeared first on KNews Odisha.