ପଞ୍ଜାବରେ ପୁଣିଥରେ ମେଣ୍ଟ କରିବେ ବିଜେପି ଓ ଅକାଳୀ ଦଳ; କୋର କମିଟି ବୈଠକ ପରେ ହେବ ନିଷ୍ପତ୍ତି
ଚଣ୍ଡିଗଡ଼: ପଞ୍ଜାବରେ ପୁଣିଥରେ ଅକାଳୀ ଦଳ ବିଜେପି ମଧ୍ୟରେ ମେଣ୍ଟ ହେଇପାରେ। ଜୁନ୧ ତାରିଖରେ ରାଜ୍ୟରେ ୧୩ ଲୋକସଭା ଆସନ ପାଇଁ ନିର୍ବାଚନ ଥିବାରୁ ଦୁଇ ଦଳ ଏକାଠୀ ହୋଇ ପୁଣି ନିର୍ବାଚନ ଲଢ଼ିବେ ବୋଲି ସୂଚନା ମିଳୁଛି। ବରିଷ୍ଠ ବିଜେପି ନେତା ତଥା ପ୍ରବକ୍ତା ଏସ୍ଏସ୍ ଚନ୍ନୀ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପଞ୍ଜାବରେ ମେଣ୍ଟ ପାଇଁ ଦୁଇ ଦଳ ମଧ୍ୟରେ ଆଲୋଚନା ଚାଲିଛି ବୋଲି ଚନ୍ନୀ କହିଛନ୍ତି। ଚନ୍ନୀ କହିଛନ୍ତି “ଆଲୋଚନା ଜାରି ରହିଛି। ଆକାଳୀ ଦଳ ମାର୍ଚ୍ଚ ୨୨ ତାରିଖରେ କୋର କମିଟି ବୈଠକ କରି ନିଷ୍ପତ୍ତି ନେବ। ଏହାପରେ ବିଜେପି ଓ ଅକାଳୀ ଦଳ ମଧ୍ୟରେ ଔପଚାରିକ ବୈଠକ ହେବ। ମେଣ୍ଟ ନେଇ ଶେଷ ନିଷ୍ପତ୍ତି ବିଜେପି ହାଇକମାଣ୍ଡ ନେବେ।” ଚଣ୍ଡିଗଡ଼ରେ ଅକାଳୀ ଦଳର କୋର କମିଟି ବୈଠକ ବସିବ ବୋଲି ସୂଚନା ମିଳିଛି। ସେହିପରି ଅକାଳୀ ଦଳ ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ଦଲଜିତ ସିଂହ ଚୀମା ମଧ୍ୟ ମେଣ୍ଟ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏକାଧିକ ପ୍ରସଙ୍ଗ ଆଲୋଚନା କରିବାକ ଅଛି। ଦେଶ ଓ ରାଜ୍ୟରେ ସ୍ଥିତି ମେଣ୍ଟ ଓ ରଣନୀତି ସମ୍ପର୍କରେ ଆଲୋଚନା ହେବ। ତା ପରେ ନିଷ୍ପତ୍ତି ନିଆଯିବ ବୋଲି ଚୀମା କହିଛନ୍ତି।
ଚଣ୍ଡିଗଡ଼: ପଞ୍ଜାବରେ ପୁଣିଥରେ ଅକାଳୀ ଦଳ ବିଜେପି ମଧ୍ୟରେ ମେଣ୍ଟ ହେଇପାରେ। ଜୁନ୧ ତାରିଖରେ ରାଜ୍ୟରେ ୧୩ ଲୋକସଭା ଆସନ ପାଇଁ ନିର୍ବାଚନ ଥିବାରୁ ଦୁଇ ଦଳ ଏକାଠୀ ହୋଇ ପୁଣି ନିର୍ବାଚନ ଲଢ଼ିବେ ବୋଲି ସୂଚନା ମିଳୁଛି। ବରିଷ୍ଠ ବିଜେପି ନେତା ତଥା ପ୍ରବକ୍ତା ଏସ୍ଏସ୍ ଚନ୍ନୀ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପଞ୍ଜାବରେ ମେଣ୍ଟ ପାଇଁ ଦୁଇ ଦଳ ମଧ୍ୟରେ ଆଲୋଚନା ଚାଲିଛି ବୋଲି ଚନ୍ନୀ କହିଛନ୍ତି।
ଚନ୍ନୀ କହିଛନ୍ତି “ଆଲୋଚନା ଜାରି ରହିଛି। ଆକାଳୀ ଦଳ ମାର୍ଚ୍ଚ ୨୨ ତାରିଖରେ କୋର କମିଟି ବୈଠକ କରି ନିଷ୍ପତ୍ତି ନେବ। ଏହାପରେ ବିଜେପି ଓ ଅକାଳୀ ଦଳ ମଧ୍ୟରେ ଔପଚାରିକ ବୈଠକ ହେବ। ମେଣ୍ଟ ନେଇ ଶେଷ ନିଷ୍ପତ୍ତି ବିଜେପି ହାଇକମାଣ୍ଡ ନେବେ।” ଚଣ୍ଡିଗଡ଼ରେ ଅକାଳୀ ଦଳର କୋର କମିଟି ବୈଠକ ବସିବ ବୋଲି ସୂଚନା ମିଳିଛି।
ସେହିପରି ଅକାଳୀ ଦଳ ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ଦଲଜିତ ସିଂହ ଚୀମା ମଧ୍ୟ ମେଣ୍ଟ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏକାଧିକ ପ୍ରସଙ୍ଗ ଆଲୋଚନା କରିବାକ ଅଛି। ଦେଶ ଓ ରାଜ୍ୟରେ ସ୍ଥିତି ମେଣ୍ଟ ଓ ରଣନୀତି ସମ୍ପର୍କରେ ଆଲୋଚନା ହେବ। ତା ପରେ ନିଷ୍ପତ୍ତି ନିଆଯିବ ବୋଲି ଚୀମା କହିଛନ୍ତି।