ପଞ୍ଜାବରେ ହେବ ନାହିଁ ଏଏପି-କଂଗ୍ରେସ ମେଣ୍ଟ! ମିଳିଲା ଏହି ସଙ୍କେତ
ନୂଆଦିଲ୍ଲୀ,୨।୧: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ‘ଇଣ୍ଡିଆ’ ଆଗାମୀ ଦିନରେ ସିଟ ବଣ୍ଟନକୁ ଚୂଡାନ୍ତ ରୂପ ଦେବ। ଏହି ସମୟରେ କଂଗ୍ରେସର ରାଷ୍ଟ୍ରୀୟ ଗଠବନ୍ଧନ କମିଟି ସିଟ ବଣ୍ଟନ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିଛି। ସୂତ୍ରରୁ ପ୍ରକାଶ ଯେ, ଦଳ ନଅଟି ରାଜ୍ୟରେ ଏକ ମେଣ୍ଟ ଗଠନ କରିବାକୁ ପ୍ରସ୍ତୁତ, କିନ୍ତୁ ପଞ୍ଜାବରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ମେଣ୍ଟ […] The post ପଞ୍ଜାବରେ ହେବ ନାହିଁ ଏଏପି-କଂଗ୍ରେସ ମେଣ୍ଟ! ମିଳିଲା ଏହି ସଙ୍କେତ appeared first on Dharitri Odia News.
ନୂଆଦିଲ୍ଲୀ,୨।୧: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ‘ଇଣ୍ଡିଆ’ ଆଗାମୀ ଦିନରେ ସିଟ ବଣ୍ଟନକୁ ଚୂଡାନ୍ତ ରୂପ ଦେବ। ଏହି ସମୟରେ କଂଗ୍ରେସର ରାଷ୍ଟ୍ରୀୟ ଗଠବନ୍ଧନ କମିଟି ସିଟ ବଣ୍ଟନ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିଛି। ସୂତ୍ରରୁ ପ୍ରକାଶ ଯେ, ଦଳ ନଅଟି ରାଜ୍ୟରେ ଏକ ମେଣ୍ଟ ଗଠନ କରିବାକୁ ପ୍ରସ୍ତୁତ, କିନ୍ତୁ ପଞ୍ଜାବରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା କମ୍। ସୋମବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ। ଯାହା ପରେ ଏହା ସାମ୍ନାକୁ ଆସିଛି।
କଂଗ୍ରେସର ରାଷ୍ଟ୍ରୀୟ ଗଠବନ୍ଧନ କମିଟି ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟରେ ରିପୋର୍ଟ ଦାଖଲ କରିବ। ଯେଉଁ ନଅଟି ରାଜ୍ୟରେ ମେଣ୍ଟ ବିଷୟରେ ଆଲୋଚନା କରାଯାଇଥିଲା ସେଗୁଡ଼ିକ ହେଉଛି ୟୁପି, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କେରଳ, ଜମ୍ମୁ-କଶ୍ମୀର, ଦିଲ୍ଲୀ ଏବଂ ତାମିଲନାଡୁ।
The post ପଞ୍ଜାବରେ ହେବ ନାହିଁ ଏଏପି-କଂଗ୍ରେସ ମେଣ୍ଟ! ମିଳିଲା ଏହି ସଙ୍କେତ appeared first on Dharitri Odia News.